ପ୍ରମୁଖ ଖବର

ପେପର ଲିକ୍ ମାମଲାରେ କଠୋର ପଦକ୍ଷେପ: ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ ଘୋଷଣା କଲେ ପ୍ରଧାନମନ୍ତ୍ରୀ
ଗଜପତି ଜିଲ୍ଲାର ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅଳିଆ ଗଦାରେ ପୁଳା ପୁଳା ନିରାମୟ ଔଷଧ
ମହାନଦୀ ଜଳ ବିବାଦ: ସମାଧାନ ପାଇଁ CWCକୁ ମଧ୍ୟସ୍ଥତା ନିର୍ଦ୍ଦେଶ, ଗଠନ ହେବ ଯୁଗ୍ମ କମିଟି
ଜନ୍ତର ମନ୍ତର ଅଞ୍ଚଳରେ ଇଣ୍ଟରନେଟ୍ ବନ୍ଦ, ସୁରକ୍ଷା କଡ଼ାକଡ଼ି
ସିଏମଓରୁ ଫାଇଲ ଗାଏବ ମାମଲା: ଅବସରପ୍ରାପ୍ତ ଆଇଏଏସ ଉପେନ୍ଦ୍ର ବେହେରା ଓ ରାଜେଶ ବର୍ମାଙ୍କୁ ପୁଣି ନୋଟିସ
ଦେଶରେ ବର୍ଷାର ତାଣ୍ଡବ: ୧୨୦ ମୃତ, ବନ୍ୟା-ଭୂସ୍ଖଳନରେ ଜନଜୀବନ ଅସ୍ତବ୍ୟସ୍ତ
ଶ୍ରୀମନ୍ଦିର ପାଇଁ ଆଉ ଏକ ବଡ଼ ସଫଳତା, ୫ଟି ନୂଆ ଟ୍ରେଡ୍ ମାର୍କକୁ ମିଳିଲା ଅନୁମୋଦନ
ଉତ୍ତରାଖଣ୍ଡରେ ପୁଣି ପେପର ଲିକ୍, ଦୁଇଟି ଇଞ୍ଜିନିୟରିଂ ପରୀକ୍ଷା ବାତିଲ
ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର: ୫% ବଢ଼ିଲା ମହଙ୍ଗା ଭତ୍ତା

ଭିଜିଲାନ୍ସ ଜାଲରେ ଶିକ୍ଷା ଅଧିକାରୀ ସଞ୍ଜୀବ ସିଂହ

0

କେନ୍ଦ୍ରାପଡ଼ା:ଆଉ ତିନି ଦିନ ପରେ ନେଇଥାଆନ୍ତେ ଅବସର। ହେଲେ ତା’ ପୂର୍ବରୁ ଲାଞ୍ଚ ନେଇ ଧରାପଡ଼ିଲେ କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷା ଅଧିକାରୀ ସଞ୍ଜୀବ ସିଂହ ୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଶିକ୍ଷା ଅଧିକାରୀ। ଭିଜିଲାନ୍ସ ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରିବା ସହ ପଚରାଉଚରା କରିଛି।

ସୂଚନାଯୋଗ୍ୟ: ପଟ୍ଟମୁଣ୍ଡାଇ ନିମପୁର ସ୍କୁଲର ପିଅନ ସନ୍ତୋଷ କୁଣ୍ଡୁଙ୍କୁ ଡେରାବିଶ ବ୍ଲକ୍ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟକୁ ବଦଳି କରିଦେବା ପାଇଁ ସଞ୍ଜୀବ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ।  ଏନେଇ ସନ୍ତୋଷ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ। ଭିଜିଲାନ୍ସ ଟିମ୍ ସଞ୍ଜୀବ ଘରେ ଯୋଜନା ମୁତାବକ ଛକି ରହିଥିଲେ। ଆଜି ତିନିମୁହାଣୀ ଛକ ଏନ୍ଏଚ କଲୋନୀ ସ୍ଥିତ ଭଡ଼ା ଘରେ ସଞ୍ଜୀବ ସନ୍ତୋଷଙ୍କଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଡାତରେ ଧରା ପଡ଼ିଥିଲେ।

ଭିଜିଲାନ୍ସ ଲାଞ୍ଚ ଟଙ୍କା ଜବତ କରିବା ସହ ତାଙ୍କୁ ଅଟକ ରଖି ପଚରାଉଚରା କରୁଛି। ପରେ ଭିଜିଲାନ୍ସ ଟିମ୍ ଶିକ୍ଷା ଅଧିକାରୀଙ୍କ ଭଡ଼ା ଘର ସମେତ କଟକ ସ୍ଥିତ ଘର ଓ ବାଲେଶ୍ୱର ସ୍ଥିତ ପୈତୃକ ଘରେ ଏକ କାଳୀନ ଭିଜିଲାନ୍ସ ଚଢାଉ କରିଥିବା ଜଣାଯାଇଛି। 

Leave A Reply

Your email address will not be published.