ଲଘୁଚାପ ଜନିତ ବର୍ଷା କାରଣରୁ ମହାନଦୀରେ ବଡ ଧରଣର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଆସନ୍ତାକାଲି ସଂଧ୍ୟା ପରେ ମୁଣ୍ଡୁଳିରେ ସାଢ଼େ ଏଗାର ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ ବୋଲି ଜଳସମ୍ପଦ ବିଭାଗ ଆକଳନ କରୁଛି। ଏହାର ପରିମାଣ ବଢ଼ିପାରେ। ଏଣୁ କଟକ, କେନ୍ଦ୍ରାପଡା, ଜଗତସିଂହପୁର ସମେତ ଅବିଭକ୍ତ କଟକ, ପୁରୀ, ଅନୁଗୁଳ ଜିଲ୍ଲା ଆଦି ପ୍ରତି ବଡ଼ ବିପଦ ଦେଖାଦେଇପାରେ। ପରିସ୍ଥିତି କୁ ଦୃଷ୍ଟିରେ ରଖି ସରକାର ସମୀକ୍ଷା କରିଛନ୍ତି। ଏବେ ଖାଇରମାଲ ଦେଇ ସାଢ଼େ ଦଶ ଲକ୍ଷ କ୍ୟୁସେକ ରୁ ଅଧିକ ଜଳ ପ୍ରବାହିତ ହେଉଛି ଓ ବନ୍ୟାଜଳ ପରିମାଣ ଆହୁରି ବଢ଼ିବାରେ ଲାଗିଛି। ପରିସ୍ଥିତି କୁ ନଜରରେ ରଖି ସରକାର ହୀରାକୁଦ ଗେଟ ଖୋଲିବା ନେଇ ନିଷ୍ପତ୍ତି ବଦଳାଇଛନ୍ତି। ଆସନ୍ତାକାଲି ଅଳ୍ପ ସମୟ ପାଇଁ ଗେଟ ଖୋଲିବ। ଯଦିଓ ହୀରକୁଦରେ ଏବେ ୬୧୭ ଫୁଟ ରୁ ଅଧିକ ଜଳ ଅଛି ତଥାପି ତାଳମୁଣ୍ଡର ସ୍ଥିତି ଦେଖି ନିଷ୍ପତି ପରିବର୍ତ୍ତନ ହୋଇଥିବା ଜଳସମ୍ପଦ ସଚିବ ପ୍ରଦୀପ କୁମାର ଜେନା କହିଛନ୍ତି। ଅନ୍ୟପକ୍ଷରେ ସ୍ଥିତି ନିୟନ୍ତ୍ରଣ ପାଇଁ ତଳମୁଣ୍ଡରେ ରହୁଥିବା ଲୋକଙ୍କୁ ନିରାପଦ ସ୍ଥାନକୁ ନେବା ପାଇଁ ଜିଲାପାଳଙ୍କୁ ନିର୍ଦେଶ ଯାଇଛି।
ପ୍ରମୁଖ ଖବର
ଖୁବଶୀଘ୍ର ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ନୂଆ ରାସନ କାର୍ଡ
ୟୁନେସ୍କୋ ମେମୋରୀ ଅଫ ଦ ଓ୍ବର୍ଲ୍ଡ ରେଜିଷ୍ଟରରେ ସ୍ଥାନ ପାଇଲା ‘ଭଗବଦ ଗୀତା’ ଓ ‘ନାଟ୍ୟଶାସ୍ତ୍ର’
ମାଲେସିଆ ଗସ୍ତରେ ଯିବେ ଓଡ଼ିଶା ଚାଷୀ
ଛତିଶଗଡ଼ ସୁକମାରେ ୯ ମହିଳା ନକ୍ସଲଙ୍କ ସମେତ ୨୨ ଜଣଙ୍କ ଆତ୍ମସମର୍ପଣ କରିଛନ୍ତି
କ୍ରୀଡ଼ା ବିକାଶ ପାଇଁ ୪ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ ଓଡ଼ିଶା ସରକାର
ସଂସଦୀୟ ବ୍ୟାପାର ସଚିବ ଭାବେ ନିଯୁକ୍ତ ହେଲେ ଆଇଏଏସ ନିକୁଞ୍ଜ ବିହାରୀ ଧଳ
୩୫ଟି ଔଷଧ ଉପରେ କଟକଣା ଲଗାଇଲେ ସରକାର