ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆ ଟିମ ସହ ନୂଆ ଇଂନିସ

0

ଭୁବନେଶ୍ୱର: ରାଜଧାନୀ ବଦଳାଇବା ଦାୟିତ୍ୱ ନେଇଥିବା ଯୁବ ଅଫିସର କ୍ରିଷନ କୁମାରଙ୍କୁ ପୁରୀ ବିକାଶ ଦାୟିତ୍ୱ ଦିଆଯାଇଛି। ରାଜ୍ୟ ସରକାର ଆଜି ତାଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ୱ ଦେଇଛନ୍ତି। ସେ ନିର୍ମାଣ ବିଭାଗର ମୁଖିଆ ପଦବୀ ସହ ପୁରୀକୁ ଐତିହ୍ୟ ସହର ନିର୍ମାଣ ଭଳି ଗୁରୁ ଦାୟିତ୍ୱ ସମ୍ଭାଳିବେ।

ଦୀର୍ଘ ବର୍ଷ ବ୍ୟବଧାନ ପରେ ସରେ ଜଣେ କମିଶନର ପାହ୍ୟା ଅଫିସରଙ୍କୁ ମୁଖ୍ୟମନ୍ତ୍ରୀ ଭରସା କରିଛନ୍ତି। ଅନ୍ୟପକ୍ଷରେ ଆର ବାଳକୃଷ୍ଣନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶ ଦାୟିତ୍ୱ ଦିଆଯାଇଛି।

ଆରଏନଏ କରିଥିବା ପୂର୍ବାନୁମାନ ଅନୁସାରେ ଅସିତ ତ୍ରିପାଠୀଙ୍କୁ ମୁଖ୍ୟ ସଚିବ, ସୁରେଶ ମହାପାତ୍ରଙ୍କୁ ଡିସି ଓ ପ୍ରଦୀପ୍ତ ମହାପାତ୍ରଙ୍କୁ ଏପିସି ଭାବେ ନିଯୁକ୍ତି ମିଳିଛି। ପୂର୍ବରୁ ବିଜୟ ଶର୍ମାଙ୍କୁ ଡିଜି ଭାବେ ନିଯୁକ୍ତି ଦିଆଯାଇଥିଲା। ଫଳରେ ଏବେ ପ୍ରମୁଖ ପଦବୀରେ ଓଡ଼ିଆ ଓ ବ୍ରାହ୍ମଣ ଅଧିକାରୀଙ୍କୁ ଅବସ୍ଥାପିତ କରାଯାଇଛି।

Leave A Reply

Your email address will not be published.