ପ୍ରମୁଖ ଖବର

ପ୍ରଚାର ବେଳେ ପୁରୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ଉମାବଲ୍ଲଭ ରଥଙ୍କୁ ସଂଘବଦ୍ଧ ଆକ୍ରମଣ, ମୁଣ୍ଡରେ ଲାଗିଛି ଆଘାତ
୫ଟି ସ୍ଥାନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ: ଜଳେଶ୍ୱର ସହ ବରୀ, ଆଠମଲ୍ଲିକ, ଆଠଗଡ଼ ଓ ପୁରୀରେ ବଦଳିଲେ କଂଗ୍ରେସ ପ୍ରାର୍ଥୀ
ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ: ରାଜଭବନରେ କରିବେ ରାତ୍ରିଯାପନ, କାଲି ବ୍ରହ୍ମପୁରରେ ଦେବେ ଉଦ୍‌ବୋଧନ, ନବରଙ୍ଗପୁରରେ ବିଜୟ ସଂକଳ୍ପ ସମାବେଶରେ ହେବେ ସାମିଲ

ରାଜ୍ୟ କ୍ୟାବିନେଟରେ ୧୭ ପ୍ରସ୍ତାବକୁ ମିଳିଲା ଅନୁମୋଦନ

0

ଭୁବନେଶ୍ୱର: ଆଜି ରାଜ୍ୟ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ର ସରକାରଙ୍କ ‘ଜଳଜୀବନ ମିଶନ’ ଯୋଜନା ଅନ୍ତର୍ଗତ ୩ଟି ଜିଲ୍ଲା ଢେଙ୍କାନାଳ, କେନ୍ଦ୍ରାପଡ଼ା ଓ ବାଲେଶ୍ୱର ଜିଲ୍ଲାରେ ପାଇପ୍ ଯୋଗେ ପାନୀୟ ଜଳଯୋଗାଣ ନିମନ୍ତେ ୧୨୧୦.୦୪କୋଟି ଟଙ୍କାର ୯ଟି ଟେଣ୍ଡରକୁ ଆଜି ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ମୋଡରେ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହୋଇଛି । ମୋଟ ୧୭ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି । ଏଥିରେ ପଂଚାୟତିରାଜ ବିଭାଗର ୩ଟି ପାନୀୟ ଜଳ ଯୋଗାଣ ଟେଣ୍ଡରକୁ ଚୂଡ଼ାନ୍ତ ମଞ୍ଜୁରୀ ରାଜ୍ୟ କ୍ୟାବିନେଟ୍ ଦେଇଛନ୍ତି । ଏଥିରେ ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର ଓ କଙ୍କଡ଼ାହାଡ଼ ସମେତ ମୋଟ ୪ଟି ବ୍ଲକର ୭୧ଟି ପଂଚାୟତର ୨୭୧ଟି ଗାଁରେ ବାସ କରୁଥିବା ୩ଲକ୍ଷ ୨୨ହଜାର ୨୦୪ଜଣ ଲୋକ ଉପକୃତ ହେବେ । ରାଜ୍ୟ କ୍ୟାବିନେଟ କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ, ରାଜନଗର ଓ ଗରଦପୁର ବ୍ଲକ ଅନ୍ତର୍ଗତ ମୋଟ ୭୬ଟି ପଂଚାୟତର ୫୨୨ଟି ଗାଁରେ ବସବାସ କରୁଥିବା ୪ଲକ୍ଷ ୩୫ହଜାର ୧୯୦ଜଣ ଲୋକଙ୍କୁ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ନିମନ୍ତେ ୪୧୬.୫୭କୋଟି ଟଙ୍କାର ସର୍ବନିମ୍ନ ଟେଣ୍ଡରକୁ ଅନୁମୋଦନ କରିଛନ୍ତି ।

ବର୍ତ୍ତମାନ ରାଜ୍ୟ କ୍ୟାବିନେଟ୍‌ ଉପରୋକ୍ତ ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ସଂପାଦନ ନିମନ୍ତେ ଠିକାଦାର ସଂସ୍ଥା ଏମ୍‌/ଏସ୍‌ ଲକ୍ଷ୍ମୀ ସିଭିଲ ଇଂଜିନିୟରିଂ ସର୍ଭିସେସ୍‌ ପ୍ରାଇଭେଟ. ଲିମିଟେଡ କୋହ୍ଲାପୁର ୫୦୧ କୋଟି ୮୫ ଲକ୍ଷ ୮୧ ହଜାର ଟଙ୍କାର ସର୍ବନିମ୍ନ ନିବିଦାକୁ ଅନୁମୋଦନ କରିଛନ୍ତି। ଉକ୍ତ ପ୍ରକଳ୍ପଗୁଡ଼ିକ ୨୪ ମାସ ସମୟସୀମା ମଧ୍ୟରେ କାର୍ଯ୍ୟକାରୀ କରିବା ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି।

ବାଲେଶ୍ୱର ଜିଲ୍ଲାର ୩ଟି ବ୍ଲକ ରେମୁଣା, ଖଇରା ଓ ବାଲେଶ୍ୱର ବ୍ଲକ ଅନ୍ତର୍ଗତ ମୋଟ ୪୧ଟି ପଂଚାୟତର ୩୦୧ଟି ଗାଁର ୨ଲକ୍ଷ ୬୨ହଜାର ୯୩ଜଣ ଲୋକଙ୍କୁ ନିରାପଦ ପାନୀୟ ଜଳ ଯୋଗାଣ ନିମନ୍ତେ ୨୯୧.୬୨କୋଟି ଟଙ୍କାର ସର୍ବନିମ୍ନ ଟେଣ୍ଡରକୁ ଅନୁମୋଦନ କରିଛନ୍ତି । ଏହି ଟେଣ୍ଡର କାର୍ଯ୍ୟ ହାଇଦ୍ରାବାଦସ୍ଥିତ ମେର୍ସସ ଏନସିସି ଲିଃ ନେଇଛନ୍ତି । ୨୪ମାସ ମଧ୍ୟରେ ଏହି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ମଧ୍ୟ ଲକ୍ଷ୍ୟଧାର୍ଯ୍ୟ ହୋଇଛି ।

Leave A Reply

Your email address will not be published.