ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ ବିଭାଗର ୧୨୯୪ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି
କଳାହାଣ୍ଡିର ଡେପୁଟି କଲେକ୍ଟର ଚିତ୍ତ ରଂଜନ ପିଲ୍ଲାଙ୍କୁ ଆଜି ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି
କରୋନା ଭଳି ଲକ୍ଷଣ ଥିଲେ ରଥଯାତ୍ରା ଯିବାକୁ ମନା, ସ୍ୱାସ୍ଥ୍ୟ ବିଭାଗ
ଲଗାତର ତୃତୀୟ ଥର ରେପୋ ରେଟ କମାଇଲା ରିଜର୍ଭ ବ୍ୟାଙ୍କ
ବର୍ଷା ପୂର୍ବରୁ ହେବ ଡ୍ରେନ୍‍ ସମସ୍ୟାର ସମାଧାନ: ନଗର ଉନ୍ନୟନ ମନ୍ତ୍ରୀ
ପରଲୋକରେ ପୂର୍ବତନ ବିଧାୟକ ମହମ୍ମଦ ରଫିକ୍‌
ଯୋଗାଣ ମନ୍ତ୍ରୀଙ୍କ ଗାଡ଼ିକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍‌
ଅଗଷ୍ଟ ୩ରେ ନିଟ୍ ପିଜି ପରୀକ୍ଷା, ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ

ବନ୍ୟା ଭିତରେ ବଡ ବର୍ଷା ସହ ପବନ

0

ଭୁବନେଶ୍ବର: ଉତ୍ତର-ପୂର୍ବ ବଙ୍ଗୋପସାଗର ଓ ବାଂଲାଦେଶ ଉପକୂଳ ରେ ଥିବା ସଦୃଶ ଲଘୁଚାପ କ୍ଷେତ୍ର ଉତ୍ତର ପଶ୍ଚିମ ଦିଗରେ ଅଗ୍ରସର ହୋଇ ବର୍ତ୍ତମାନ ଉତ୍ତର ବଙ୍ଗୋପସାଗର ଆଖପାଖ ଅଞ୍ଚଳ ରେ କେନ୍ଦ୍ରୀଭୂତ ରହିଛି। ଏହି କ୍ଷେତ୍ର ଖୁବ୍ ଶୀଘ୍ର ଏକ ଅବପାତ ରେ ପରିଣତ ହେବ। ସାମୁଦ୍ରିକ ବାତାବରଣ ଓ ବାୟୁମଣ୍ଡଳ ଅବସ୍ଥା ଏହି କ୍ଷେତ୍ର କୁ ଅଧିକ ଘନୀଭୂତ କରିବାରେ ସହାୟକ ହେଉଛି।

କିଛି ମଡେଲ ଙ୍କ ଆକଳନ ଅନୁସାରେ ଏହି କ୍ଷେତ୍ର ଅଧିକ ଘନୀଭୂତ ହୋଇ ଗଭୀର ଅବପାତ ରେ ପରିଣତ ହୋଇପାରେ। ଉତ୍ତର ପଶ୍ଚିମ ଦିଗରେ ଅଗ୍ରସର ହୋଇ ଆଜି ସନ୍ଧ୍ୟା ବେଳକୁ ଉତ୍ତର ଓଡ଼ିଶା – ପଶ୍ଚିମବଙ୍ଗ ଦେଇ ଗତି କରିବାର ସମ୍ଭାବନା ରହିଛି। ପ୍ରଭାବ ରେ ଆଜି ଓଡ଼ିଶା ରେ ବର୍ଷା ର ପରିମାଣ ବୃଦ୍ଧି ଓ ବିସ୍ତୃତି ହେବା ସହ ଉତ୍ତର, ଉତ୍ତର- ଆଭ୍ୟନ୍ତର ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା, ଉପକୂଳ ରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଉପରମୁଣ୍ଡରେ ପ୍ରବଳ ବର୍ଷା ସମ୍ଭାବନା ରହିଛି।

ଉତ୍ତର ବଙ୍ଗୋପସାଗର ରେ ଡିପ୍ରେଶନ୍ ସକ୍ରିୟ ରହିଛି। ଏହି କ୍ଷେତ୍ର ଆସନ୍ତା ୬ ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ଡିପ୍ ଡିପ୍ରେଶନ୍ ରେ ପରିଣତ ହୋଇ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଅଗ୍ରସର ହୋଇ ଆଜି ସନ୍ଧ୍ୟା ପରେ ବାଲେଶ୍ଵର ଓ ସାଗର ଦୀପ ମଧ୍ୟରେ ଅତିକ୍ରମ କରିବା । ଏହି କ୍ଷେତ୍ର ପରବର୍ତ୍ତୀ ସମୟରେ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଅଗ୍ରସର ହୋଇ ଉତ୍ତର ଓଡ଼ିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଉତ୍ତର ଛତିଶଗଡ଼ ଦେଇ ଗତି କରିବ। ପ୍ରଭାବ ରେ ଆଜି ଉତ୍ତର, ଉତ୍ତର ଆଭ୍ୟନ୍ତର ଓଡ଼ିଶା ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା କିଛି ଅଞ୍ଚଳ ରେ ଅତ୍ୟନ୍ତ ପ୍ରବଳ ବର୍ଷା (୨୦ସେମି+) ବର୍ଷା ସମ୍ଭାବନା ରହିଛି। ଉପକୂଳ ଓଡ଼ିଶା ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ଉପକୂଳ ପବନ ର ବେଗ ଘଣ୍ଟା ପ୍ରତି ୫୦-୬୦କିମି ରହିବା ସମ୍ଭାବନା ରହିଛି।

ସାର୍ଥକ ମିଶ୍ର

Leave A Reply

Your email address will not be published.