ପ୍ରମୁଖ ଖବର

ଫାର୍ମା କମ୍ପାନୀ ଫ୍ୟାକ୍ଟ୍ରି ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି
ବିଏମସି କମିଶନର ଆକ୍ରମଣ ଘଟଣାରେ ସଫେଇ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ
ଶରଧାବାଲି ଅଘଟଣ ପରେ ଆଜି ପୁରୀ ଯିବେ ମୁଖ୍ୟମନ୍ତ୍ରୀ
ଶସ୍ତା ହେଲା ଏଲପିଜି ସିଲିଣ୍ଡର
ମୃତ୍ତିକା ସଂରକ୍ଷଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗ୍‌ ଗିରଫ
ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟିରେ ଗଲେ ୮ ଜିଲ୍ଲାର ଓଏସ ଓ ଓଆରଏସ ଅଫିସର
ବାଣ ତିଆରି କାରଖାନାରେ ବିସ୍ଫୋରଣ; ୫ ମୃତ
୨ ଦିନିଆ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି
ବିଶ୍ୱ ପୋଲିସ ଏବଂ ଅଗ୍ନିଶମ କ୍ରୀଡାରେ ବାଜିମାରିଲେ ଓଡ଼ିଶା ପୋଲିସ କନଷ୍ଟେବଳ

କ୍ଷମା ମାଗିଲେ ବାବୁସାନ

0

ଭୁବନେଶ୍ୱର: ଅଭିନେତା ବାବୁଶାନ ମହାନ୍ତି କହିଲେ, ଏମିତି ଭୁଲ୍‌ କେବେ ହେବନି। ନିକଟରେ ଯେଉଁ ଘଟଣା ଘଟିଥିଲା, ସେଥିପାଇଁ ମୁଁ ଓଡ଼ିଶାବାସୀଙ୍କୁ କ୍ଷମା ମାଗୁଛି। ଆଜି ଭିଡିଓ ଜାରି କରି ଏପରି କହିଛନ୍ତି ବାବୁଶାନ। ଅନ୍ୟପଟେ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ସହ ସମ୍ପର୍କକୁ ନେଇ ବାବୁସାନ ଓ ପତ୍ନୀ ତୃପ୍ତିଙ୍କ ମଧ୍ୟରେ ଯେଉଁ ଭୁଲ ବୁଝାମଣା ହୋଇଥିଲା, ତାର ସମାଧାନର ସଙ୍କେତ ମିଳୁଛି । ବାବୁଶାନ କହିଛନ୍ତି, ସ୍ତ୍ରୀ ତୃପ୍ତି ଓ ଶ୍ୱଶୁରଙ୍କ ନାଁରେ ଗୋଟିଏ କେସ୍‌ ହୋଇଛି। ତାଙ୍କ ପରିବାର ବହୁତ କଷ୍ଟ ପାଇଛି। ସ୍ତ୍ରୀ ଓ ଶ୍ୱଶୁର କଷ୍ଟ ପାଇଲେଣି। ମୁଁ ପ୍ରମିସ୍‌ କରୁଛି, ତାଙ୍କର କୌଣସି କ୍ଷତି ହେବାକୁ ଦେବିନି। ଏଭଳି ଭୁଲ୍‌ ଆଉ କେବେ ହେବନି ବୋଲି ବାବୁଶାନ କହିଛନ୍ତି।

ସୂଚନାଯୋଗ୍ୟ; ଷ୍ଟାର କଳି ଯେତେବେଳେ ଦାଣ୍ଡରେ ପଡ଼ି ହାଟରେ ଗଡିଲା, ସେତେବେଳେ ସାରା ରାଜ୍ୟରେ ଏହାକୁ ନେଇ ଜୋରଦାର ଚର୍ଚ୍ଚା ହେଲା। ଜୁଲାଇ ୨୩ ତାରିଖ ସକାଳେ ଅଭିନେତା ବାବୁସାନ ଓ ଅଭିନେତ୍ରୀ ପ୍ରକୃତି ଏକାଠି କାରରେ ଯାଉଥିବା ବେଳେ ହଠାତ ବାବୁସାନଙ୍କ ପତ୍ନୀ ତୃପ୍ତି ସେଠାରେ ପହଁଚିଥିଲେ । ସେଠାରେ ପ୍ରକୃତି ଓ ତୃପ୍ତିଙ୍କ ମଧ୍ୟରେ କଥା କଟାକଟି ହେବା ଦେଖିବାକୁ ମିଳିଥିଲା ।ତୃପ୍ତି ମଧ୍ୟ ପ୍ରକୃତିଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା । ଉଭୟଙ୍କ ପକ୍ଷରୁ ଥାନାରେ ଏ ନେଇ ଏତଲା ଦିଆଯାଇଥିଲା । ଏହାପରେ ବେଶ କିଛି ଦିନ ନାଟକୀୟ ଭାବେ ଅନେକ ଘଟଣା ଘଟିଥିଲା । ଘଟଣା ପରେ ପ୍ରକୃତି ଓ ବାବୁସାନ ଚେନ୍ନାଇ ଯାଇଥିଲେ । ଚେନ୍ନାଇରୁ ଫେରିବା ପରେ ମଧ୍ୟ ଦୁହେଁ ଚର୍ଚ୍ଚାରେ ରହିଥିଲେ । ତୃପ୍ତି, ତାଙ୍କ ସାଂସାରିକ ଜୀବନରେ ପ୍ରକୃତିଙ୍କ ଯୋଗୁଁ କିପରି ଝଡ଼ ଆସିଛି, ଖୋଲିକି କହିଥିଲେ । ଗଣମାଧ୍ୟମରେ ପ୍ରକୃତି ମଧ୍ୟ ତାଙ୍କ ସଫେଇ ରଖିଥିଲେ ।

ଷ୍ଟାର ଘର କଳିର ଚର୍ଚ୍ଚା କମି ଆସିଥିବା ବେଳେ ଭିଡିଓ ଜାରି କରି ଓଡ଼ିଶାବାସୀଙ୍କୁ ଭୁଲ ମାଗିଛନ୍ତି ବାବୁସାନ। ଓଲିଉଡ୍ର ସୁପରଷ୍ଟାର ବାବୁସାନଙ୍କ ରାଜ୍ୟରେ ବେଶ ଲୋକପ୍ରିୟତା ରହିଛି । ତାଙ୍କ ବୈବାହିକ ଜୀବନରେ ଝଡ଼, ତାଙ୍କ ପ୍ରଶଂସକଙ୍କୁ ନିରାଶ କରିଥିଲା । ଏପରି ଭିଡିଓ ଜାରି କରି ସମ୍ଭବତଃ ପ୍ରଶଂସକଙ୍କ ଆସ୍ଥା ଜିତିବାକୁ ପ୍ରୟାସ କରିଛନ୍ତି ବାବୁସାନ ଏବଂ ସେ ତାଙ୍କ ଇମେଜକୁ ସଜାଡିବାକୁ ଚାହୁଁଛନ୍ତି । ଏଭଳି ଭୁଲ ଆଉ କରିବେ ନାହିଁ କହିବା, ଏହା ଇଙ୍ଗିତ କରୁଛି ଯେ ପତ୍ନୀ ତୃପ୍ତିଙ୍କ ସହ ସଂପର୍କକୁ ମଧ୍ୟ ସଜାଜିବାକୁ ଚାହୁଁଛନ୍ତି ବାବୁସାନ ।

Leave A Reply

Your email address will not be published.