ପ୍ରମୁଖ ଖବର

ମେସି ଇଭେଣ୍ଟ ଅବ୍ୟବସ୍ଥା: ୩୩ ହଜାର ଦର୍ଶକଙ୍କୁ ଟଙ୍କା ଫେରାଇବାକୁ ଘୋଷଣା
କଟକ କଂଗ୍ରେସରେ ଫାଟ ବଢ଼ିଲା, ଓଜେସିରୁ ଲଢ଼ିବେ ସୋଫିଆ: ମୋକିମ
ପାଲଲହଡ଼ାରେ ସ୍କ୍ରବ୍‌ ଟାଇଫସ୍‌ ଆତଙ୍କ, ୨ ଦିନରେ ୧୯ ପଜିଟିଭ୍‌, ଜଣେ ମୃତ
ଉଜବେକିସ୍ତାନର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ମୋଦି
ଚାଷୀଙ୍କୁ ଆଶ୍ୱସ୍ତି: ଧାନ ପଞ୍ଜୀକରଣ ଅବଧି ବଢ଼ିଲା ଆଉ ୭ ଦିନ
‘ମନ୍ କୀ ବାତ୍‌’ରେ ଓଡ଼ିଶାର ମୈଥିଲୀଙ୍କ କାହାଣୀ, ଇକୋ-ଟୁରିଜିମ୍‌ ବଦଳାଇଲା ଜୀବିକା
ନେପାଳକୁ ସହାୟତା , ୬୮.୫ ଟନ୍‌ ରିଲିଫ୍‌ ସାମଗ୍ରୀ ପଠାଇଲା ଭାରତ

ଆରମ୍ଭ ହେଲା ମାଆ ଗଜଲକ୍ଷ୍ମୀ ପୂଜା

0

ଭୁବନେଶ୍ବର: ଆଜିଠାରୁ ଆରମ୍ଭ ହୋଇଛି ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା । ଘଣ୍ଟଘଣ୍ଟା ନାଦରେ ମାଙ୍କୁ ଆବାହନ କରୁଛନ୍ତି ଭକ୍ତ । ଦୀର୍ଘ ୨ ବର୍ଷର କରୋନା କଟକଣା ପରେ ପୂର୍ଣ୍ଣ ମାତ୍ରାରେ କରାଯାଉଛି ମା’ ଧନଦାତ୍ରୀଙ୍କ ପୂଜାର ଆୟୋଜନ । ମାଙ୍କ ଆଗମନରେ ଦୁଲୁକୁଛି କେନ୍ଦ୍ରାପଡ଼ା ଓ ଢେଙ୍କାନାଳ ଜିଲ୍ଲା । ପ୍ରସିଦ୍ଧ ଗଣପର୍ବ ଗଜଲଷ୍ମୀ ପୂଜା ପାଇଁ ୨ ଜିଲ୍ଲା ବେଶ୍‌ ଉତ୍ସବମୁଖର ହୋଇଉଠିଛି ।

ଚଳିତ ବର୍ଷ ତୁଳସୀକ୍ଷେତ୍ର କେନ୍ଦ୍ରାପଡା ସହରର ୬୮ ଗୋଟି ମଣ୍ଡପରେ ପୂଜା ଅନୁଷ୍ଠିତ ହେଉଥିବା ବେଳେ ଏହି ପୂଜା ୭ ଦିନ ଧରି ଚାଲିବ । ବିଭିନ୍ନ ମଣ୍ଡପରେ ସୁଉଚ୍ଚ ତୋରଣ ଆଲୋକମାଳାରେ ଝଲସୁଛି ସାରା ସହର । ସେହିପରି ଢେଙ୍କାନାଳରେ ମଧ୍ୟ ୩୮ଟି ପୂଜା ମଣ୍ଡପର ମା’ଙ୍କର ଆଗମନ କରାଯାଇଛି । ବିଭିନ୍ନ ମଣ୍ଡପରେ ଚାନ୍ଦି ମେଢରେ ଝଲସୁଛନ୍ତି ମା’ ।

ତେବେ ପୂଜାକୁ ଶାନ୍ତି ଶୃଙ୍ଖଳା ସହ ପରିଚାଳନା କରିବା ପାଇଁ ସହରର ବିଭିନ୍ନ ସ୍ଥାନରେ ୨୦ ପ୍ଲାଟୁନ ପୁଲିସ ମୁତୟନ ହୋଇଛନ୍ତି। ସମ୍ବେଦନଶୀଳ ଜାଗାରେ ସିସିଟିଭି ନଜରରେ ରହିବ ସାରା ସହର । ଅନ୍ୟପଟେ ମଣ୍ଡପରେ ମା’ଙ୍କ ଦିବ୍ୟ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ମନରେ ଉକ୍ତଣ୍ଠା ରହିଛି।

Leave A Reply

Your email address will not be published.