ପ୍ରମୁଖ ଖବର

ୟୁପିଆଇ କାରବାରରେ ନୂଆ ଶୁଳ୍କ ଲାଗୁ ନେଇ ଅନିଶ୍ଚିତତା, ୨୦୨୭ ଯାଏଁ ଘୁଞ୍ଚିପାରେ ତାରିଖ
ନନ୍ଦିଗ୍ରାମରେ ବିଜେପିର ବଡ଼ ବିଜୟ, ୧.୨୨ ଲକ୍ଷ ଭୋଟରେ ଜିତିଲେ ହସିରାଣୀ
ମୋଦିଙ୍କ ନାମରେ ନାମିତ ହେବ ଜେୱର ଅନ୍ତର୍ଜାତୀୟ ବିମାନବନ୍ଦର
ଭାରତୀୟ ପାଇଲଟ୍ ସ୍ମିତ୍ ମଚ୍ଛରଙ୍କୁ ଇସ୍ରାଏଲର ସର୍ବୋଚ୍ଚ ବୀରତ୍ୱ ସମ୍ମାନ

ଅନନ୍ତନାଗରେ ୨ ଆତଙ୍କବାଦୀ ନିହତ

0
  • ଟଳିଲେ ୨ ଆତଙ୍କବାଦୀ
  • ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ
  • ଆକ୍ରମଣରେ ୨ ଆତଙ୍କୀ ନିପାତ
  • ଏବେବି ଜାରି ରହିଛି ସର୍ଚ୍ଚ ଅପରେସନ
  • ପୁଣି ମୁହାଁମୁହିଁ ହେଲେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ।

ଜମ୍ମୁ-କାଶ୍ମୀର : ଜମ୍ମୁ-କଶ୍ମୀରର ଅନନ୍ତନାଗ ଜିଲ୍ଲାରେ ସୋମବାର ଭୋର ସମୟରେ ଗୁଳିବିନିମୟ ଘଟି ନିପାତ ହୋଇଛନ୍ତି ୨ ଆତଙ୍କବାଦୀ । ମିଳିଥିବା ସୂଚନା ଅନୁସାରେ, ଆତଙ୍କବାଦୀମାନଙ୍କ ସମ୍ପର୍କରେ ସୂଚନା ପାଇ ପୁଲିସ ଓ ସୁରକ୍ଷା ବଳ ମିଳିତ ଭାବେ ଉକ୍ତ ଅଞ୍ଚଳର ଛାନଭିନ୍ ଅଭିଯାନ ଆରମ୍ଭ କରିଥିଲେ । ଏହି ସମୟରେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳିଚାଳନା ଆରମ୍ଭ କରିଥିଲେ । ଏହାର ଜବାବରେ ସୁରକ୍ଷାକର୍ମୀଙ୍କ ପାଲଟା ଗୁଳିଚାଳନାରେ ଦୁଇ ଆତଙ୍କବାଦୀ ନିହତ ହୋଇଥିଲେ । ତେବେ ଏବେବି ସର୍ଚ୍ଚ ଅପରେସନ ଜାରି ରହିଛି । ପୂର୍ବରୁ ଅକ୍ଟୋବର ୫ ତାରିଖରେ ଜମ୍ମୁ ଓ କଶ୍ମୀରର ଶୋପିଆଁରେ ୨ଟି ପୃଥକ୍‌ ଏନ୍‌କାଉଣ୍ଟର୍‌ରେ ୪ଜଣ ଆତଙ୍କବାଦୀ ନିହତ ହୋଇଥିଲେ ।

Leave A Reply

Your email address will not be published.