ପ୍ରମୁଖ ଖବର

ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ମନ୍ତ୍ରୀ
ୟୁନିଟ୍-୧ ହାଟରେ ଲାଗିବ ଅତ୍ୟାଧୁନିକ ଫାୟାର ଫାଇଟିଂ ସିଷ୍ଟମ, ଅଗ୍ନିକାଣ୍ଡ ରୋକିବାକୁ ବିଏମସିର ମେଗା ପ୍ଲାନ
ଆଇଏସ୍‌ଆଇ ସହ ଲିଙ୍କ୍‌: ଦିଲ୍ଲୀରେ ଆଉ ୫ ଆତଙ୍କବାଦୀ ଗିରଫ
ପ୍ରବଳ ଖରା ପାଇଁ ଖୋର୍ଦ୍ଧାରେ ୧୯ରୁ ୨୫ ଜୁନ୍ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ
ଦୀର୍ଘକାଳୀନ ଅନୁପସ୍ଥିତ ଡାକ୍ତରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ଡେଲାଙ୍ଗ ଫରେଷ୍ଟର୍
ବିଜେପି ନେତାଙ୍କ ସହ ୩ ଜଣଙ୍କୁ ଜୀଅନ୍ତା ପୋଡ଼ିଦେଲେ ଦୁର୍ବୃତ୍ତ

ମିସାଇଲ୍ ମାଡ‌ରେ ‌ଥରିଲା ୟୁକ୍ରେନ

0

ୟୁକ୍ରେନ୍: କିଭ୍ ଉପରେ ଘନ ଘନ ମିସାଇଲ୍ ମାଡ଼ କରୁଛି ଋଷ। ୟୁକ୍ରେନର ରାଜଧାନୀ କିଭ ଉପରେ ଘନ ଘନ ରକେଟ୍ ମାଡ । କ୍ରିମିଆ ଆଟାକ ପରେ କିବ୍ ଉପରେ କ୍ଷେପଣାସ୍ତ୍ର ମାଡ଼ କରିଛି ଋଷ । ଲଗାତାର କ୍ଷେପଣାସ୍ତ୍ର ମାଡ଼ ଯୋଗୁ ଧୂଆଁମୟ ହୋଇଥିଲା ପୁରା ସହର । ରେଳ ଷ୍ଟେସନ ନିକଟରେ ବ୍ଲାଷ୍ଟ ହୋଇଥିବା ବେଳେ ମୃତାହତଙ୍କ ସମ୍ପର୍କରେ ସୂଚନା ମିଳିପାରିନାହିଁ । କିଭ ସମେତ ଆଖପାଖ ପ୍ରାନ୍ତରେ ଏୟାର ରେଡ୍ ଆଲର୍ଟ ଜାରି କରାଯାଇଛି ।

ସେହିପରି ଗତକାଲି ରାତିରେ ଜେପୋରଜିଆରେ ଋଷର ହମଲା ଯୋଗୁ ଅନେକ ବିଲ୍ଡିଂ ଧ୍ବଂସ ହୋଇଥିବା ବେଳେ ଅନେକ ଲୋକ ଗୁରୁତର ହୋଇଥିବା ସ୍ଥାନୀୟ ୟୁକ୍ରେନ ପକ୍ଷରୁ କୁହାଯାଇଛି । ସେପଟେ କେର୍ଚ୍ଚ ବ୍ରିଜ ବ୍ଲାଷ୍ଟ ଓ ୟୁକ୍ରେନ ଯୁଦ୍ଧରେ କ୍ଷୟକ୍ଷତି ନେଇ ଆଜି ସମୀକ୍ଷା କରିବେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ୟୁକ୍ରେନ ଉପରେ ଆକ୍ରମଣକୁ ଆହୁରି ଜୋରଦାର କରିବାକୁ ବୈଠକରେ ଆଲୋଚନା ହୋଇପାରେ ।

ରୁଷ୍‌କୁ ସଂଯୋଗ କରୁଥିବା କ୍ରାଇମିଆ ସେତୁ‌ରେ ମାରାତ୍ମକ ବିସ୍ଫୋରଣ ପାଇଁ ମସ୍କୋ ୟୁକ୍ରେନ୍‌କୁ ଦାୟୀ କରିବାର ଦୁଇ ଦିନ ପରେ ଆଜି  ପ୍ରଚଣ୍ଡ କ୍ଷେପଣାସ୍ତ୍ର ମାଡ଼ରେ ରାଜଧାନୀ କିଭ ଥରି ଉଠୁଥିବା କଥା ବିଭିନ୍ନ ଗଣମାଧ୍ୟମ ରିପୋର୍ଟ କରିଛନ୍ତି। ୟୁକ୍ରେନ୍‌ର ଅନେକ ସହର ଉପରେ କ୍ଷେପଣାସ୍ତ୍ର ଆକ୍ରମଣ ହେଉଛି। ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟର ଉପମୁଖ୍ୟ କିରିଲୋ ତିମୋସଙ୍କ ସାମାଜିକ ଗଣମାଧ୍ୟମରେ ଜନସାଧାରଣଙ୍କୁ ଆଶ୍ରୟସ୍ଥଳକୁ ଚାଲିଯିବାକୁ ଅନୁରୋଧ କରି କହିଛନ୍ତି, ୟୁକ୍ରେନ୍‌ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ ଚାଲିଛି। ଦେଶର ଅନେକ ସହର ଉପରେ କ୍ଷେପଣାସ୍ତ୍ର ପଡୁଥିବା ଖବର ଆସୁଛି।ଆକ୍ରମଣ ପରେ ମୃତାହତଙ୍କୁ ଉଦ୍ଧାର ପାଇଁ ଘଟଣାସ୍ଥଳରେ ଏକାଧିକ ଆମ୍ବୁଲାନ୍ସ ଉଦ୍ଧାର ପାଇଁ ନିୟୋଜିତ ଅଛି।

 ସୋମବାର ସକାଳେ ପ୍ରାୟ ୬ଟି ବିସ୍ଫୋରଣ ହୋଇଛି। ଏହି ଆକ୍ରମଣରେ ସେଭାଚେନକିଭସ୍କାଇ ଜିଲ୍ଲାରେ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଏସବୁ ଆକ୍ରମଣ ଭିଡିଓ ଏବେ ସୋଶାଲ ମିଡିଆରେ ପ୍ରସାରିତ ହେଉଛି।  ଗତ ଜୁନ୍‌ ୨୬ ତାରିଖରେ କିଭ ଉପରେ ଶେଷଥର ପାଇଁ ରୁଷ ମିଶାଇଲ ମାଡ଼ କରିଥିଲା। ତେବେ ୟୁକ୍ରେନ୍‌ ବିରୋଧରେ ପୋଲ ଉଡ଼ାଇ ଦେବାରା ମସ୍କୋ ଅଭିଯୋଗ ଆଣିବା ପରେ ଆକ୍ରମଣକୁ ଜୋରଦାର କରାଯାଇଛି। ତେବେ ପୋଲ ଉପରେ ହୋଇଥିବା ବିସ୍ଫୋରଣରେ ୩ ଜଣଙ୍କର ମୃତ୍ୟୁ ଘଟିଥିଲା।

Leave A Reply

Your email address will not be published.