ପ୍ରମୁଖ ଖବର

ପୂର୍ବତନ ବିଧାୟକ କାହ୍ନୁ ଚରଣ ନାଏକଙ୍କ ୭୯ ବର୍ଷରେ ପରଲୋକ
ଅମିତାଭଙ୍କ ‘ଜଲ୍‌ସା’କୁ ବୋମାରେ ଉଡ଼ାଇବା ଧମକ, ଟାର୍ଗେଟ୍‌ରେ ଦିଲଜିତ ଦୋସାଞ୍ଜ
ଅରୁଣାଚଳରେ ଭାରତ-ଚୀନ୍‌ ସୈନିକ ମୁହାଁମୁହିଁ
୨୯ରୁ ଓସିଏସ୍‌ ମୁଖ୍ୟ ପରୀକ୍ଷା, ଆଜିଠୁ ମିଳିବ ଆଡମିଟ୍‌ କାର୍ଡ
ଏସିଆନ ପାରା ଗେମ୍ସ: ପ୍ରମୋଦଙ୍କୁ ହରାଇ ସ୍ୱର୍ଣ୍ଣ ଜିତିଲେ ନିତେଶ

ଅଳିଆ ପକାଇଲେ ୫ ହଜାର ଫାଇନ୍

0
  • ୧ ନମ୍ବର ହାଟରେ କୁଢ କୁଢ ଅଳିଆ
  • ଆକ୍ସନ ମୋଡରେ ବିଏମ୍ସି କମିଶନର
  • ଅଳିଆ ପକାଇଲେ ୫ ହଜାର ଜୋରିମାନା

ଭୁବନେଶ୍ବର: ଏଣିକି ରାସ୍ତାରେ ଅଳିଆ ପକାଇଲେ ଗଣିବାକୁ ପଡିବ ମୋଟା ଅଙ୍କର ଜୋରିମାନା । ଏଭଳି ନିଷ୍ପତ୍ତି ନେଇଛନ୍ତି ବିଏମ୍ସି କମିଶନର । ଭୁବନେଶ୍ୱର ୧ ନମ୍ବର ହାଟରେ ଦେଖିବାକୁ ମିଳୁଥିବା କୁଢ କୁଢ ଅଳିଆ ଗଦାରେ ରୋକ ଲଗାଇବା ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି କମିଶନର । ବିଏମ୍ସିର ନିର୍ଦ୍ଦେଶକୁ ମାନୁନାହାଁନ୍ତି ବ୍ୟବସାୟୀ । ଏହାକୁ ନେଇ ଆକ୍ସନ ମୋଡକୁ ଆସିଛନ୍ତି ବିଏମ୍ସି କମିଶନର । କିଛି ବ୍ୟବସାୟୀ ମାତ୍ର ଗୋଟିଏ ଡଷ୍ଟବିନ ରଖୁଥିବା ବେଳେ ଅନ୍ୟ କେତେକ ବ୍ୟବସାୟୀ ଡଷ୍ଟବିନ ବ୍ୟବହାର କରୁନାହାନ୍ତି । ଆଉ ଯେଉଁମାନେ ବି ଗୋଟିଏ ଡଷ୍ଟବିନ ରଖୁଛନ୍ତି ସେମାନେ ଓଦା ଓ ଶୁଖିଲା ଅଳିଆକୁ ମିଶେଇ ରଖୁଛନ୍ତି । ଯାହା ଫଳରେ ପ୍ରକ୍ରିୟାକରଣ କରିବା ପାଇଁ ଅସୁବିଧା ହେଉଛି ।

ଏନେଇ ବ୍ୟବସାୟୀ ସଂଘ ସହ ବୈଠକ କରିଛନ୍ତି ବିଏମ୍ସି କମିଶନର । ଡଷ୍ଟବିନ ରଖିନଥିବା ବ୍ୟବସାୟୀଙ୍କୁ ୫ ହଜାର ଫାଇନ କାଟିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଅଳିଆ ପୃଥକୀକରଣ କରୁ ନଥିବା ବ୍ୟବସାୟୀମାନେ ୫ ଶହ ଟଙ୍କା ଲେଖାଏଁ ଫାଇନ ଗଣିବେ । ବିଏମ୍ସି କମିଶନର ୧ନମ୍ବର ହାଟ, ମାଷ୍ଟରକ୍ୟାଣ୍ଟିନ ଛକ, ଜନପଥ ରାସ୍ତା, ଅଶୋକନଗର ବୁଲିବା ପରେ ଏପରି କଡା ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.