ପ୍ରମୁଖ ଖବର

ୟୁପିଆଇ କାରବାରରେ ନୂଆ ଶୁଳ୍କ ଲାଗୁ ନେଇ ଅନିଶ୍ଚିତତା, ୨୦୨୭ ଯାଏଁ ଘୁଞ୍ଚିପାରେ ତାରିଖ
ନନ୍ଦିଗ୍ରାମରେ ବିଜେପିର ବଡ଼ ବିଜୟ, ୧.୨୨ ଲକ୍ଷ ଭୋଟରେ ଜିତିଲେ ହସିରାଣୀ
ମୋଦିଙ୍କ ନାମରେ ନାମିତ ହେବ ଜେୱର ଅନ୍ତର୍ଜାତୀୟ ବିମାନବନ୍ଦର
ଭାରତୀୟ ପାଇଲଟ୍ ସ୍ମିତ୍ ମଚ୍ଛରଙ୍କୁ ଇସ୍ରାଏଲର ସର୍ବୋଚ୍ଚ ବୀରତ୍ୱ ସମ୍ମାନ

ଅଳିଆ ପକାଇଲେ ୫ ହଜାର ଫାଇନ୍

0
  • ୧ ନମ୍ବର ହାଟରେ କୁଢ କୁଢ ଅଳିଆ
  • ଆକ୍ସନ ମୋଡରେ ବିଏମ୍ସି କମିଶନର
  • ଅଳିଆ ପକାଇଲେ ୫ ହଜାର ଜୋରିମାନା

ଭୁବନେଶ୍ବର: ଏଣିକି ରାସ୍ତାରେ ଅଳିଆ ପକାଇଲେ ଗଣିବାକୁ ପଡିବ ମୋଟା ଅଙ୍କର ଜୋରିମାନା । ଏଭଳି ନିଷ୍ପତ୍ତି ନେଇଛନ୍ତି ବିଏମ୍ସି କମିଶନର । ଭୁବନେଶ୍ୱର ୧ ନମ୍ବର ହାଟରେ ଦେଖିବାକୁ ମିଳୁଥିବା କୁଢ କୁଢ ଅଳିଆ ଗଦାରେ ରୋକ ଲଗାଇବା ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି କମିଶନର । ବିଏମ୍ସିର ନିର୍ଦ୍ଦେଶକୁ ମାନୁନାହାଁନ୍ତି ବ୍ୟବସାୟୀ । ଏହାକୁ ନେଇ ଆକ୍ସନ ମୋଡକୁ ଆସିଛନ୍ତି ବିଏମ୍ସି କମିଶନର । କିଛି ବ୍ୟବସାୟୀ ମାତ୍ର ଗୋଟିଏ ଡଷ୍ଟବିନ ରଖୁଥିବା ବେଳେ ଅନ୍ୟ କେତେକ ବ୍ୟବସାୟୀ ଡଷ୍ଟବିନ ବ୍ୟବହାର କରୁନାହାନ୍ତି । ଆଉ ଯେଉଁମାନେ ବି ଗୋଟିଏ ଡଷ୍ଟବିନ ରଖୁଛନ୍ତି ସେମାନେ ଓଦା ଓ ଶୁଖିଲା ଅଳିଆକୁ ମିଶେଇ ରଖୁଛନ୍ତି । ଯାହା ଫଳରେ ପ୍ରକ୍ରିୟାକରଣ କରିବା ପାଇଁ ଅସୁବିଧା ହେଉଛି ।

ଏନେଇ ବ୍ୟବସାୟୀ ସଂଘ ସହ ବୈଠକ କରିଛନ୍ତି ବିଏମ୍ସି କମିଶନର । ଡଷ୍ଟବିନ ରଖିନଥିବା ବ୍ୟବସାୟୀଙ୍କୁ ୫ ହଜାର ଫାଇନ କାଟିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଅଳିଆ ପୃଥକୀକରଣ କରୁ ନଥିବା ବ୍ୟବସାୟୀମାନେ ୫ ଶହ ଟଙ୍କା ଲେଖାଏଁ ଫାଇନ ଗଣିବେ । ବିଏମ୍ସି କମିଶନର ୧ନମ୍ବର ହାଟ, ମାଷ୍ଟରକ୍ୟାଣ୍ଟିନ ଛକ, ଜନପଥ ରାସ୍ତା, ଅଶୋକନଗର ବୁଲିବା ପରେ ଏପରି କଡା ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.