ପ୍ରମୁଖ ଖବର

ସ୍ବର୍ଗତଃ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସଙ୍କୁ ପଚରାଉଚରା ସୂଚନା। ଆୟକର ବିଭାଗର ପଚରାଉଚରା ସୂଚନା। ପ୍ରାୟ ୪ ଘଣ୍ଟା ଧରି ପଚରାଉଚରା କରାଯାଇଥିବା ପ୍ରାଥମିକ ସୂଚନା
।ବିଜେପିରୁ ବରିଷ୍ଠ ନେତା ବିଜୟ ମହାପାତ୍ର ବହିଷ୍କୃତ, ଦଳ ବିରୋଧୀ କାର୍ଯ୍ୟ ଓ ଅନୁଶାସନ ଭଙ୍ଗ ଅଭିଯୋଗରେ ବହିଷ୍କୃତ
ବିଜେଡି କର୍ମୀଙ୍କ ଆକ୍ରମଣ ବିଜେପି କର୍ମୀଙ୍କ ମୃତ୍ୟୁ, ୩ ଜଣ ଗୁରୁତର ଆହତ
ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ୧୪୪ ଧାରି ଜାରି, ଗଞ୍ଜାମ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି
ପୁରୀରେ ସଫେଇ କର୍ମଚାରୀଙ୍କ ଉପରେ ବୋମା ମାଡ଼, ଘଟଣାରେ ଦୁଇ ଜଣ ସଫେଇ କର୍ମଚାରୀ ଆହତ

ଅର୍ଥନୀତି ପାଇଁ ୩ଜଣ ପାଇବେ ନୋବେଲ ପୁରସ୍କାର

0

ନୂଆଦିଲ୍ଲୀ; ଘୋଷଣା ହେଲା ଅର୍ଥନୀତିରେ ନୋବେଲ ପୁରସ୍କାର । ଚଳିତ ବର୍ଷ ଲାଗି ୩ ଜଣଙ୍କୁ ମିଳିବ ନୋବେଲ ପୁରସ୍କାର । ବେନ ବର୍ନାନକେ, ଡଗଲସ ଡାଏମଣ୍ଡ, ଫିଲିପ ଡାଇବଭିଗ , ଏହି ୩ ଜଣଙ୍କୁ ବ୍ୟାଙ୍କ ଓ ଆର୍ଥିକ ସଂକଟ ବିଷୟରେ ଗବେଷଣା ପାଇଁ ସମ୍ମାନଜନକ ପୁରସ୍କାର ମିଳିବ । ତେବେ ଏହି ତିନି ଅର୍ଥନୀତିଜ୍ଞ ଆମେରିକାର ହୋଇଥିବା ଜଣାପଡିଛି ।

ଚୟନ କମିଟି କହିଛି ଯେ, ବୁଡି ଯାଉଥିବା ଅର୍ଥନୀତିର ଉତ୍‌ଥାନ ପାଇଁ ଏହି ତିନିଜଣ ବିଜେତାଙ୍କ ଗବେଷଣା ସାରା ବିଶ୍ୱକୁ ଏକ ନୂଆ ବାଟ ଦେଖାଇଛି । ବିଶେଷ କରି ଆର୍ଥିକ ସଙ୍କଟ ସମୟରେ ବ୍ୟାଙ୍କ ଗୁଡ଼ିକର ଭୂମିକା ଉପରେ ଏମାନେ ବାହାର କରିଥିବା ଉପାୟ ବେଶ ଉପାଦେୟ । ଯାହା ଦେବାଳିଆ ହୋଇ ଯାଉଥିବା ବ୍ୟାଙ୍କ ଗୁଡ଼ିକୁ ବଞ୍ଚାଇପାରିବ । ସେମାନଙ୍କ ଅନୁସନ୍ଧାନରେ ବ୍ୟାଙ୍କ ଭୁଶୁଡ଼ିବା ଠାରୁ ଦୂରେଇ ରହିବା ଅତ୍ୟନ୍ତ ଉପାୟ ରହିଛି। ଆମ ପାଖରେ ଥିବା ବ୍ୟାଙ୍କ ଗୁଡ଼ିକର ସୁପରିଚାଳନା ପାଇଁ ଏହି ଗବେଷଣା ହିଁ ମାର୍ଗ ଦେଖାଇବ ବୋଲି କୁହାଯାଇଛି ।

ଏହା ପୂର୍ବରୁ ମେଡିସିନ, କେମେଷ୍ଟ୍ରି, ଫିଜିକ୍ସ, ସାହିତ୍ୟ ଓ ଶାନ୍ତି ପୁରସ୍କାର ପାଇଁ ନାଁ ଘୋଷଣା ସରିଛି । ଗତ ୩ ତାରିଖରୁ ଏହି ପୁରସ୍କାର ତାଲିକା ଘୋଷଣା କରି ଆସୁଛି ନୋବେଲ ଫାଉଣ୍ଡେସନ । ଆଜି ଥିଲା ଘୋଷଣାର ଶେଷ ଦିବସ । ବିଶିଷ୍ଟ ବୈଜ୍ଞାନିକ ଆଲଫ୍ରେଡ ନୋବେଲଙ୍କ ସ୍ମତି ଉଦ୍ଦେଶ୍ୟରେ ଅର୍ଥନୀତିରେ ନୋବେଲ ପୁରସ୍କାର ୧୯୦୧ ମସିହାରୁ ଦିଆଯାଇଆସଛି । କିନ୍ତୁ ୧୯୬୯ରୁ ଅର୍ଥନୀତିରେ ନୋବେଲ ପୁରସ୍କାର ଦିଆଯାଉଛି ।

Leave A Reply

Your email address will not be published.