ପ୍ରମୁଖ ଖବର

ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ମନ୍ତ୍ରୀ
ୟୁନିଟ୍-୧ ହାଟରେ ଲାଗିବ ଅତ୍ୟାଧୁନିକ ଫାୟାର ଫାଇଟିଂ ସିଷ୍ଟମ, ଅଗ୍ନିକାଣ୍ଡ ରୋକିବାକୁ ବିଏମସିର ମେଗା ପ୍ଲାନ
ଆଇଏସ୍‌ଆଇ ସହ ଲିଙ୍କ୍‌: ଦିଲ୍ଲୀରେ ଆଉ ୫ ଆତଙ୍କବାଦୀ ଗିରଫ
ପ୍ରବଳ ଖରା ପାଇଁ ଖୋର୍ଦ୍ଧାରେ ୧୯ରୁ ୨୫ ଜୁନ୍ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ
ଦୀର୍ଘକାଳୀନ ଅନୁପସ୍ଥିତ ଡାକ୍ତରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ଡେଲାଙ୍ଗ ଫରେଷ୍ଟର୍
ବିଜେପି ନେତାଙ୍କ ସହ ୩ ଜଣଙ୍କୁ ଜୀଅନ୍ତା ପୋଡ଼ିଦେଲେ ଦୁର୍ବୃତ୍ତ

ଅର୍ଥନୀତି ପାଇଁ ୩ଜଣ ପାଇବେ ନୋବେଲ ପୁରସ୍କାର

0

ନୂଆଦିଲ୍ଲୀ; ଘୋଷଣା ହେଲା ଅର୍ଥନୀତିରେ ନୋବେଲ ପୁରସ୍କାର । ଚଳିତ ବର୍ଷ ଲାଗି ୩ ଜଣଙ୍କୁ ମିଳିବ ନୋବେଲ ପୁରସ୍କାର । ବେନ ବର୍ନାନକେ, ଡଗଲସ ଡାଏମଣ୍ଡ, ଫିଲିପ ଡାଇବଭିଗ , ଏହି ୩ ଜଣଙ୍କୁ ବ୍ୟାଙ୍କ ଓ ଆର୍ଥିକ ସଂକଟ ବିଷୟରେ ଗବେଷଣା ପାଇଁ ସମ୍ମାନଜନକ ପୁରସ୍କାର ମିଳିବ । ତେବେ ଏହି ତିନି ଅର୍ଥନୀତିଜ୍ଞ ଆମେରିକାର ହୋଇଥିବା ଜଣାପଡିଛି ।

ଚୟନ କମିଟି କହିଛି ଯେ, ବୁଡି ଯାଉଥିବା ଅର୍ଥନୀତିର ଉତ୍‌ଥାନ ପାଇଁ ଏହି ତିନିଜଣ ବିଜେତାଙ୍କ ଗବେଷଣା ସାରା ବିଶ୍ୱକୁ ଏକ ନୂଆ ବାଟ ଦେଖାଇଛି । ବିଶେଷ କରି ଆର୍ଥିକ ସଙ୍କଟ ସମୟରେ ବ୍ୟାଙ୍କ ଗୁଡ଼ିକର ଭୂମିକା ଉପରେ ଏମାନେ ବାହାର କରିଥିବା ଉପାୟ ବେଶ ଉପାଦେୟ । ଯାହା ଦେବାଳିଆ ହୋଇ ଯାଉଥିବା ବ୍ୟାଙ୍କ ଗୁଡ଼ିକୁ ବଞ୍ଚାଇପାରିବ । ସେମାନଙ୍କ ଅନୁସନ୍ଧାନରେ ବ୍ୟାଙ୍କ ଭୁଶୁଡ଼ିବା ଠାରୁ ଦୂରେଇ ରହିବା ଅତ୍ୟନ୍ତ ଉପାୟ ରହିଛି। ଆମ ପାଖରେ ଥିବା ବ୍ୟାଙ୍କ ଗୁଡ଼ିକର ସୁପରିଚାଳନା ପାଇଁ ଏହି ଗବେଷଣା ହିଁ ମାର୍ଗ ଦେଖାଇବ ବୋଲି କୁହାଯାଇଛି ।

ଏହା ପୂର୍ବରୁ ମେଡିସିନ, କେମେଷ୍ଟ୍ରି, ଫିଜିକ୍ସ, ସାହିତ୍ୟ ଓ ଶାନ୍ତି ପୁରସ୍କାର ପାଇଁ ନାଁ ଘୋଷଣା ସରିଛି । ଗତ ୩ ତାରିଖରୁ ଏହି ପୁରସ୍କାର ତାଲିକା ଘୋଷଣା କରି ଆସୁଛି ନୋବେଲ ଫାଉଣ୍ଡେସନ । ଆଜି ଥିଲା ଘୋଷଣାର ଶେଷ ଦିବସ । ବିଶିଷ୍ଟ ବୈଜ୍ଞାନିକ ଆଲଫ୍ରେଡ ନୋବେଲଙ୍କ ସ୍ମତି ଉଦ୍ଦେଶ୍ୟରେ ଅର୍ଥନୀତିରେ ନୋବେଲ ପୁରସ୍କାର ୧୯୦୧ ମସିହାରୁ ଦିଆଯାଇଆସଛି । କିନ୍ତୁ ୧୯୬୯ରୁ ଅର୍ଥନୀତିରେ ନୋବେଲ ପୁରସ୍କାର ଦିଆଯାଉଛି ।

Leave A Reply

Your email address will not be published.