ପ୍ରମୁଖ ଖବର

ଏସ୍‌ଆଇ ପରୀକ୍ଷା ଘୋଟାଲା: ୧୧୯ ଜଣଙ୍କ ଜାମିନ୍ ଆବେଦନ ଖାରଜ
ଆଇପିଏସ୍‍ ଅଧିକାରୀ ଆତ୍ମହତ୍ୟା ମାମଲା, ଘରୁ ମିଳିଲା ୮ ପୃଷ୍ଠାର ସୁଇସାଇଡ୍ ନୋଟ
ରସାୟନ ବିଜ୍ଞାନରେ ନୋବେଲ ପାଇଁ ୩ ବୈଜ୍ଞାନିକଙ୍କ ନାମ ଘୋଷଣା
ଗ୍ରାନାଇଟ୍ ଖାଦାନରେ ବିସ୍ଫୋରଣ, ୩ ଶ୍ରମିକ ମୃତ
ଭିଜିଲାନ୍ସ ଜାଲରେ ଓଏଏସ୍‌ ଅଧିକାରୀ

ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ୨ ଆତଙ୍କବାଦୀ

0

ଜମ୍ମୁ-କଶ୍ମୀର: ଜମ୍ମୁ-କଶ୍ମୀରରେ ପୁଣି ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିପଡିଲେ କୁଖ୍ୟାତ ଆତଙ୍କବାଦୀ । ସୋମବାର ସକାଳେ ଅନ୍ତନାଗରେ ବଡ ଧରରଣ ଏନକାଉଣ୍ଟର ହୋଇଛି । ଘଟଣାରେ ହିଜବୁଲ ମୁଜାହିଦ୍ଦିନର ୨ଜଣ କୁଖ୍ୟାତ ଆତଙ୍କବାଦୀଙ୍କୁ ନିହତ କରିଛି ଜମ୍ମୁକଶ୍ମୀର ପୁଲିସ ଓ ସେନାର ମିଳିତ ଟିମ। ବିଶେଷ କରି ଦକ୍ଷିଣ କଶ୍ମୀରରେ ହିଜବୁଲ, ଜୈଶ ଏ ମହମ୍ମଦର ଆତଙ୍କୀ ସଂଗଠନ ବେଶ ସକ୍ରିୟ ରହିଛି।

ଅନ୍ୟପଟେ ଏମାନଙ୍କୁ ନିପାତ କରିବା ପାଇଁ ସେନା ମଧ୍ୟ ନିଜର ଅପରେସନକୁ ଜୋରଦାର ଜାରି ରଖିଛି । ପୂର୍ବରୁ ଅକ୍ଟୋବର ୫ ତାରିଖରେ ଜମ୍ମୁ ଓ କଶ୍ମୀରର ଶୋପିଆଁରେ ୨ଟି ପୃଥକ୍‌ ଏନ୍‌କାଉଣ୍ଟର୍‌ରେ ୪ଜଣ ଆତଙ୍କବାଦୀ ନିହତ ହୋଇଥିଲେ ଏବଂ ଗତକାଲି ମଧ୍ୟ ୨ ଜଣ ଆତଙ୍କୀ ନିହତ ହୋଇଥିଲେ। ଏବେ ସୁଦ୍ଧା ମୋଟ ୨୦ଜଣ ଆତଙ୍କବାଦୀଙ୍କୁ ନିହତ କରାଯାଇଛି। ।

Leave A Reply

Your email address will not be published.