ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ ବିଭାଗର ୧୨୯୪ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି
କଳାହାଣ୍ଡିର ଡେପୁଟି କଲେକ୍ଟର ଚିତ୍ତ ରଂଜନ ପିଲ୍ଲାଙ୍କୁ ଆଜି ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି
କରୋନା ଭଳି ଲକ୍ଷଣ ଥିଲେ ରଥଯାତ୍ରା ଯିବାକୁ ମନା, ସ୍ୱାସ୍ଥ୍ୟ ବିଭାଗ
ଲଗାତର ତୃତୀୟ ଥର ରେପୋ ରେଟ କମାଇଲା ରିଜର୍ଭ ବ୍ୟାଙ୍କ
ବର୍ଷା ପୂର୍ବରୁ ହେବ ଡ୍ରେନ୍‍ ସମସ୍ୟାର ସମାଧାନ: ନଗର ଉନ୍ନୟନ ମନ୍ତ୍ରୀ
ପରଲୋକରେ ପୂର୍ବତନ ବିଧାୟକ ମହମ୍ମଦ ରଫିକ୍‌
ଯୋଗାଣ ମନ୍ତ୍ରୀଙ୍କ ଗାଡ଼ିକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍‌
ଅଗଷ୍ଟ ୩ରେ ନିଟ୍ ପିଜି ପରୀକ୍ଷା, ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ

ବଦଳିବ ମହାକଳେଶ୍ବର ମନ୍ଦିରର ରୂପରେଖ, ଖର୍ଚ୍ଚ ହେବ ୮୫୦ କୋଟି

0
  • ଆଜି ମହାକାଳ କରିଡରର ଉଦଘାଟନ
  • ପ୍ରକଳ୍ପକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ
  • ବିକାଶ ପାଇଁ ଖର୍ଚ୍ଚ ହେବ ୮୫୦ କୋଟି

ଉଜ୍ଜୟିନୀ; ଭାରତର ୧୨ ଜୋର୍ତିଲିଙ୍ଗ ମଧ୍ୟରୁ ଅନ୍ୟତମ ହେଉଛି ଉଜ୍ଜୟିନୀର ମହାକାଳେଶ୍ୱର ମନ୍ଦିର । ଆଜି ବିଶ୍ବ ପ୍ରସିଦ୍ଧ ମହାକାଳ କରିଡରର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ । ମଧ୍ୟପ୍ରଦେଶର ପର୍ଯ୍ୟଟନ ଏବଂ ସଂସ୍କୃତିର ବିକାଶ ପାଇଁ ଏହି ପ୍ରକଳ୍ପ କରାଯାଇଛି ।

ତେବେ ଆଜି ମୋଦୀ ଏହାର ପ୍ରଥମ ପର୍ଯ୍ୟାୟର ପ୍ରକଳ୍ପକୁ ଉଦଘାଟନ କରିବେ । ମହାକାଳେଶ୍ୱର ମନ୍ଦିର କରିଡର ବିକାଶ ପାଇଁ ମୋଟ ୮୫୦ କୋଟି ଟଙ୍କା ଖର୍ଚ୍ଚ ହେବ । ପ୍ରଥମ ପର୍ଯ୍ୟାୟରେ ମହାକାଳ କରିଡରର୩୧୬ କୋଟି ଟଙ୍କାରେ ବିକଶିତ ହୋଇଛି। ୯୦୦ ମିଟର ଲମ୍ବର ଏହି କରିଡରରେ ଭଗବାନ ଶିବ ଏବଂ ପାର୍ବତୀଙ୍କ ୨ ଶହ ମିଟର ମୂର୍ତ୍ତି ରହିବ ।

ଏହି ପ୍ରକଳ୍ପରେ ପ୍ରବେଶ ପଥ ସବୁଠୁ ଅଧିକ ସୁସଜ୍ଜିତ କରାଯାଇଛି । ପାକିଂ ସହ ଅନ୍ୟାନ୍ୟ ସୁବିଧା ମଧ୍ୟ ଏହି କରିଡରରେ ରହିଛି । ଏହି ପ୍ରକଳ୍ପରେ ବିଦ୍ୟୁତଚାଳିତ ଯାନ, ଜରୁରୀକାଳୀନ ସୁବିଧା, ରହିବାର ସୁବିଧା, ୨୪ ଘଂଟିଆ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ତେବେ ପ୍ରଧାନମନ୍ତ୍ରୀ ମୋଦୀ ମହାକାଳେଶ୍ୱର ମନ୍ଦିରରେ ଅପରାହ୍ନ ୫.୨୫ ରେ ପହଞ୍ଚିବେ । ସନ୍ଧ୍ୟା ୬.୨୫ ରୁ ୭.୫ ମଧ୍ୟରେ ମହାକାଳ କରିଡର ଲୋକାର୍ପିତ କରାଯିବ ।

Leave A Reply

Your email address will not be published.