ପ୍ରମୁଖ ଖବର

ଖୁବଶୀଘ୍ର ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଗଠନ ହେବ-ମୁଖ୍ୟମନ୍ତ୍ରୀ
ମହିଳାଙ୍କୁ ସରାକରଙ୍କ ରାକ୍ଷୀ ଭେଟି, ଆସିଲା ସୁଭଦ୍ରାର ୩ୟ କିସ୍ତି ଟଙ୍କା
ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ଘରୋଇ ହସ୍ପିଟାଲରେ ଶୁକ୍ରବାର ଜଣେ ନର୍ସଙ୍କ ସନ୍ଦେହଜନକ ମୃତ୍ୟୁ
କୋରାପୁଟରେ ସ୍କୁଲ ଛାତ୍ରୀଙ୍କ ହାତରୁ ରାକ୍ଷୀ ବାନ୍ଧିଲେ ମୁଖ୍ୟମନ୍ତ୍ରୀ
ଆତଙ୍କବାଦୀଙ୍କ ଗୁଳିବିନିମୟରେ ୨ ଯବାନ ଶହିଦ, ୧୦ ଆହତ
ରାଜଧାନୀରେ ଅଘଟଣ: ୧୦୦ ଫୁଟ ଲମ୍ବା କାନ୍ଥ ଭୁଶୁଡ଼ି, ୭ ମୃତ
କ୍ରୀଡ଼ାର ପ୍ରସାର ପାଇଁ ଜିନ୍ଦଲ ଫାଉଣ୍ଡେସନକୁ ଫିକି ପକ୍ଷରୁ ସ୍ପେଶାଲ ଆପ୍ରିସିଏସନ ଆଓ୍ୱାର୍ଡ

ଗୋଟିଏ ଦିନରେ ୨ ଟି ଦୁର୍ଘଟଣା, ୩୦ରୁ ଅଧିକ ଆହତ

0

ଜଳେଶ୍ବର: ରାଜ୍ୟରେ ଏବେ ପ୍ରତିଦିନ ଦୁର୍ଘଟଣା ସଂଖ୍ୟା ବଢ଼ିବାରେ ଲାଗିଛି। କେତେବେଳେ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହେଉଛି ତ ଆଉ କେତେବେଳେ ଭାରସାମ୍ୟ ହରାଇ ଓଲଟି ପଡୁଛି। ଆଜି ସକାଳୁ ଜଳେଶ୍ୱରରେ ୨ ଟି ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଗୋଟିଏ ଯାତ୍ରୀବାହୀ ବସ୍ ହଲଦିପଡ଼ା ବାଇପାସ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଗାଡ଼ିରେ ପ୍ରାୟ ୫୦ଜଣ ଯାତ୍ରୀ ଥିବା ବେଳେ ୨୦ରୁ ଅଧିକ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି । ବସଟି
କଲିକତାରୁ ରାଜକନିକା ଆସୁଥିବା ବେଳେ ଭୋର ପ୍ରାୟ ୪ଟା ବେଳେ ଏହି ଦୁର୍ଘଟଣା ଘଟିଛି । ବସ୍‌ ଚାଳକ ଓ ହେଲପର ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି ।

ସେପଟେ ଜଳେଶ୍ବର ଏନଏଚ୍-୬୦ ଲକ୍ଷ୍ମଣନାଥ ଟୋଲ ଗେଟ ନିକଟରେ ବସ୍‌କୁ ପଛରୁ ଧକ୍କା ଦେଲା କଣ୍ଟେନର । ୧୦ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ଡ୍ରାଇଭର ଓ ହେଲପରଙ୍କୁ ମିଶାଇ ୪ଜଣ ଗୁରୁତର ହୋଇଛନ୍ତି । ପଶ୍ଚିମବଙ୍ଗରୁ ବାଲେଶ୍ବର ଅଭିମୁଖେ ଆସୁଥିବା ବସ୍‌କୁ ଧକ୍କା ଦେଇଥିଲା କଣ୍ଟେନର । ଏବେ ବି ଉଦ୍ଧାର କର୍ଯ୍ୟ ଜାରି ରହିଛି । ତେବେ କୁହୁଡି କାରଣରୁ କଣ୍ଟେନର ଟି ଧକ୍କା ଦେଇଥିବା ଅନୁମାନ କରାଯାଉଛି । ଆହତ ଯାତ୍ରୀମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.