ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

ଗଣେଶ ଚତୁର୍ଥୀରେ ଥଇଥାନ ପ୍ୟାକେଜ୍‍

0

ପୁରୀ ପାଇଁ ବଡ଼ ଥଇଥାନ ପ୍ୟାକେଜ ଘୋଷଣା
ଜମି, ଘର, ଭଡ଼ା, ସ୍ଥାନାନ୍ତର ପାଇଁ ସହାୟତା ପ୍ରତିଶ୍ରୁତି
ମଠର ଗାଦି ସୁରକ୍ଷିତ ରହିବ, ଐତିହ୍ୟ ସ୍ପର୍ଶ ରହିବ
କ୍ଷୁଦ୍ର ବ୍ୟବସାୟୀଙ୍କୁ ବି ବାଦ୍‍ ଦେଇନାହାନ୍ତି

ଭୁବନେଶ୍ୱର: ଜନ୍ମାଷ୍ଟମୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀର ବିକାଶର ବ୍ଲୁ ପ୍ରିଣ୍ଟ ଆଙ୍କିଥିଲେ । ଆଜି ପବିତ୍ର ଗଣେଶ ଚତୁର୍ଥୀରେ ଏହି ବିକାଶ ପ୍ରକ୍ରିୟାରେ ଯେଉଁମାନେ ବିସ୍ଥାପିତ ହେବେ ସେମାନଙ୍କ ପାଇଁ ପ୍ୟାକେଜ ଘୋଷଣା କରାଯାଇଛି । ଆଜି ମୁଖ୍ୟମନ୍ତ୍ରୀ ଏ ସଂପର୍କରେ ଘୋଷଣା କରି ବିସ୍ଥାପିତଙ୍କ ଲାଗି ସିନ୍ଦୁକ ଖୋଲି ଦେଇଛନ୍ତି ।୨୦୧୩ ଥଇଥାନ ନୀତିକୁ ସାମ୍ନାରେ ରଖି ସରକାର କହିଛନ୍ତି, ଅଧିଗୃହୀତ ଅଞ୍ଚଳରେ ଥିବା ଘରଗୁଡିକ ପାଇଁ ସବୁ ପରିବାକକୁ କ୍ଷତିପୂରଣ ଦିଆଯିବ । ସ୍ଥାନାନ୍ତରିତ ହେବାକୁ ଥିବା ପ୍ରତି ପରିବାରକୁ ପରିବହନ ତଥା ଆନୁସଙ୍ଗିକ ଖର୍ଚ୍ଚ ପାଇଁ ୫୦ ହଜାର ଟଙ୍କା ତୁରନ୍ତ ସହାୟତା ଦିଆଯିବ । ବିସ୍ଥାପିତ ପରିବାରଗୁଡିକ ବାସଗୃହ କିମ୍ୱା ଜମି ପାଇବା ପର୍ଯ୍ୟନ୍ତ ସେମାନଙ୍କୁ ମାସିକ ୧୦ ହଜାର ଟଙ୍କା ଘରଭଡା ସହାୟତା ଦିଆଯିବ । ଏକକାଳୀନ ସହାୟତା ନେଇଥିବା ପରିବାର ପାଇଁ ଏହା ପ୍ରଯୁଜ୍ୟ ନୁହେଁ ।

ଏହି ଯୋଜନା ଅନୁଯାୟୀ ପ୍ରତି ବିସ୍ଥାପିତ ପରିବାର ତିନିଟି ଇଚ୍ଛାଧୀନ ସହାୟତା ମଧ୍ୟରୁ ଯେ କୌଣସି ଗୋଟିଏ ବାଛିପାରିବେ । ପ୍ରଥମତଃ ଗୋଟିଏ ପରିବାର ଏକକାଳୀନ ୩୦ଲକ୍ଷ ଟଙ୍କାର ସହାୟତା ନେଇପାରିବେ । ମନ୍ଦିରର ଦେଢ କିଲୋମିଟର ଅଞ୍ଚଳ ମଧ୍ୟରେ ପ୍ରସ୍ତାବିତ ପୁନର୍ବାସ ଓ ଥଇଥାନ କଲୋନୀରେ ୫୨୦ବର୍ଗଫୁଟ ପରିମିତ ଘର କିମ୍ୱା ମନ୍ଦିରରୁ ୨ କିଲୋମିଟର ମଧ୍ୟରେ ୧୦୦୦ ବର୍ଗଫୁଟର ଏକ ଜାଗା । ଏକକାଳୀନ ସହାୟତା ନେଇଥିବା ପରିବାର ଘରଭଡା ସହାୟତା ପାଇବେ ନାହିଁ ।

ଦୋକାନ କ୍ଷେତ୍ରରେ ଅନୁରୂପ ନୀତି ଅନୁସୃତ ହେବ । ପରିବହନ ଓ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଏକକାଳୀନ ୫୦ ହଜାର ଟଙ୍କା ସହାୟତା ଦିଆଯିବ । ଦୋକାନ ପାଇଁ ୨ଟି ବିକଳ୍ପ ସର୍ତ ରଖାଯାଇଛି । ପ୍ରଥମତଃ, ୨୦୦ ବର୍ଗଫୁଟରୁ କମ୍‍, ୨୦୦ରୁ ୫୦୦ ବର୍ଗଫୁଟ ମଧ୍ୟରେ ଓ ୫୦୦ ବର୍ଗଫୁଟରୁ ଅଧିକ ନିର୍ମାଣାଧୀନ ଦୋକାନ ପାଇଁ ମାସିକ ୫ହଜାର, ୧୦ ହଜାର ଓ ୧୫ ହଜାର ଟଙ୍କା ଘର ଭଡା ଦିଆଯିବ । ଅନ୍ୟଥା ଜିଲ୍ଲାପାଳଙ୍କ ସହାୟତାରେ ପୁରୀର ବିଭିନ୍ନ ମାର୍କେଟ କଂପ୍ଲେµରେ ଦୋକାନ ଘର ଦିଆଯିବ ।

୩୦୦୦ ବର୍ଗଫୁଟରୁ ଅଧିକ ଅଞ୍ଚଳରେ ଥିବା ଲଜ୍‍ଗୁଡିକ ୧୦ଲକ୍ଷ ଟଙ୍କା ଓ ୩୦୦୦ବର୍ଗଫୁଟରୁ କମ୍‍ ଅଞ୍ଚଳରେ ଥିବା ଲଜ୍‍ ପାଇଁ ୫ଲକ୍ଷ ଟଙ୍କା ସହାୟତା ଦିଆଯିବ । ଏହାବ୍ୟତୀତ ଲଜ୍‍କୁ ବର୍ଗଫୁଟ ପିଛା ୨୫ ଟଙ୍କା ଲେଖାଏଁ ମାସିକ ଆର୍ଥିକ ସହାୟତା ୧୮ ମାସ ପର୍ଯ୍ୟନ୍ତ ଦିଆଯିବ । ଲଜ୍‍ ମାଲିକମାନେ ନିର୍ମାଣଧୀନ ଅଞ୍ଚଳର ପ୍ରତି ବର୍ଗଫୁଟ ପାଇଁ ୨୦୦୦ ଟଙ୍କା ଲେଖାଏଁ ଏକକାଳୀନ ସହାୟତା ନେଇପାରିବେ । ବଡଦାଣ୍ଡର ଉଭୟ ପାର୍ଶ୍ୱର ୩୦୦ ମିଟର ମଧ୍ୟରେ ସେମାନେ ଚାହିଲେ ୧୫୦୦, ୨୦୦୦ ଓ ୩୦୦୦ ବର୍ଗଫୁଟ ଜାଗା ଯୋଗାଇ ଦିଆଯିବ । ଏଥିରେ ଲଜ୍‍ ନିର୍ମାଣ ପାଇଁ ବର୍ଗଫୁଟ ପିଛା ୭୫୦ ଟଙ୍କା ସହାୟତା ଦିଆଯିବ ।

ଅସ୍ଥାୟୀ କ୍ଷୁଦ୍ର ବ୍ୟବସାୟୀଙ୍କ କ୍ଷେତ୍ରରେ ଏକ କାଳୀନ ସହାୟତା ୩୦ ହଜାର ଟଙ୍କା ଓ ସେମାନଙ୍କ ବ୍ୟବସାୟ ପାଇଁ ଜିଲ୍ଲାପାଳ ନିର୍ଧାରିତ ଜାଗା ଯୋଗାଇ ଦେବେ ।

ମଠ କ୍ଷେତ୍ରରେ ଗାଦି ଓ ପ୍ରତିଷ୍ଠିତ ଦେବାଦେବୀ ପୀଠର ସଂରକ୍ଷଣ ହେବ । ପ୍ରତ୍ୟେକ ମଠର ସ୍ୱତନ୍ତ୍ର ପରିଚୟ ରହିଥିବାରୁ ସେଗୁଡିକ ପୁନର୍ବିନ୍ୟାସ ସମୟରେ ମଠର କୀର୍ତିରାଜିର ସଂରକ୍ଷଣ କରାଯିବା ସହିତ ଶ୍ରୀମନ୍ଦିରରେ ସେବା ପାଇଁ ଥିବା ପାରମ୍ପରିକ ବ୍ୟବସ୍ଥାର ବଜାୟ ରହିବ ।ମଠର ପାର୍କିଂ ବ୍ୟବସ୍ଥା, ଆର୍ଥିକ ସୁରକ୍ଷା, ମାର୍କେଟ କଂପ୍ଲେµରେ ଦୋକାନ ଘର ଯୋଗାଇ ଦିଆଯିବ ।ଜିଲ୍ଲାପାଳଙ୍କ ଦ୍ୱାରା ଏହି ପ୍ୟାକେଜ କାର୍ଯ୍ୟକାରୀ ହେବ ।

ସରକାର କହିଛନ୍ତି, ଯେଉଁମାନେ ମାସେ ଭିତରେ ସ୍ୱେଚ୍ଛାକୃତ ଭାବେ ସଂପତ୍ତି ସରକାରଙ୍କୁ ଦେବେ, ସେମାନଙ୍କୁ ପ୍ୟାକେଜ ସହିତ ଅଧିକ ୧୦ ପ୍ରତିଶତ ଅଧିକ ଆର୍ଥିକ ସହାୟତା ଦିଆଯିବ ।

Leave A Reply

Your email address will not be published.