ପ୍ରମୁଖ ଖବର

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ସରକାରୀ ଅଫିସ୍‌ରେ ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ ବ୍ୟବହାର ମନା
ଇତିହାସ ରଚିଲା ଇସ୍ରୋ; ସଫଳତାର ସହ ଲଞ୍ଚ ହେଲା ବିଶ୍ବର ମହଙ୍ଗା ସାଟେଲାଇଟ୍‌ ‘ନିସାର’
ରୁଷର କାମଚଟକା ଉପଦ୍ୱୀପରେ ୮.୮ ତୀବ୍ରତାର ଏକ ସୁପରପାୱାର ଭୂମିକମ୍ପ ଅନୁଭୂତ
ଜମ୍ମୁକାଶ୍ମୀରରେ ଏନ୍‌କାଉଣ୍ଟର; ୨ ଆତଙ୍କବାଦୀ ନିପାତ
ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ୬ ଜଣ ଡାଟା ଏଣ୍ଟ୍ରି ଅପେରଟର ଗିରଫ
ଡାକ ବିଭାଗର ବଡ ନିଷ୍ପତ୍ତି, ସେପ୍ଟେମ୍ବର ୧ରୁ ବନ୍ଦ ହେବ ରେଜିଷ୍ଟର୍ଡ ପୋଷ୍ଟ
ଜମ୍ମୁକାଶ୍ମୀର: ନଦୀକୁ ଖସିଲା ସୁରକ୍ଷା କର୍ମୀଙ୍କୁ ନେଇ ଯାଉଥିବା ବସ୍

ଆଜି ଭାରତ-ପାକିସ୍ତାନ ହାଇଭୋଲଟେଜ୍ ମ୍ୟାଚ୍

0

ମେଲମର୍ଣ୍ଣ; ଆଜି ଟି-୨୦ ବିଶ୍ୱକପରେ ମହାମୁକାବିଲା । ମୁହାଁମୁହିଁ ହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ। ଅଷ୍ଟ୍ରେଲିଆର ମେଲବର୍ଣ୍ଣରେ ହେବ ଏହି ହାଇଭୋଲ୍ଟେଜ ମ୍ୟାଚ୍ । ଉଭୟ ଦଳ ନିଜ ପ୍ରତିଦ୍ବନ୍ଦୀକୁ ମାତ୍ ଦେବା ଲକ୍ଷ୍ୟରେ ରହିବେ । ଜଣେ ପ୍ରତିଶୋଧ ନେବାକୁ ଅପେକ୍ଷା କରିଥିବା ବେଳେ ଆଉ ଜଣେ ରେକର୍ଡ ଧାରା ବଜାୟ ରଖିବାକୁ ଭରପୁର ପ୍ରୟାସ କରିବ ।୨୦୨୧ ଟି-୨୦ ବିଶ୍ୱକପରେ ଭାରତକୁ ହରାଇ ପାକିସ୍ତାନ ତା’ର ପ୍ରଥମ ବିଜୟ ହାସଲ କରିଥିଲା। ଏବେ ଭାରତ ଏହାର ବଦଲା ନେବା ମୁଡରେ ରହିଛି। ଅବଶ୍ୟ ୨୦୨୧ରେ ଗୋଟିଏ ମ୍ୟାଚରେ ଟିମ ଇଣ୍ଡିଆ ଓ ଆଉ ଗୋଟିଏ ମ୍ୟାଚ୍‌ରେ ପାକିସ୍ତାନ ଜିତିଥିଲା।

ତେଣୁ ଆଜି ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ କଡ଼ା ଟକ୍କର ଦେଖିବାକୁ ମିଳିପାରେ। ଏପଟେ ପାକିସ୍ତାନ ବୋଲରଙ୍କୁ ଦିଗହରା କରିବାକୁ ଟିମ୍ ଇଣ୍ଡିଆ ସୂର୍ଯ୍ୟକୁମାର ଯାଦବ, ବିରାଟ କୋହଲିଙ୍କ ଭଳି ଧୁରନ୍ଦର ବ୍ୟାଟସମ୍ୟାନଙ୍କ ଉପରେ ଭରସା ରଖିଥିବା ବେଳେ ପାକିସ୍ତାନ ମଧ୍ୟ ମହମ୍ମଦ ରିଜୱାନ ଏବଂ ବାବର ଆଜମଙ୍କ ଜରିଆରେ ଟିମ୍ ଇଣ୍ଡିଆକୁ ମାତ୍ ଦେବାକୁ ପ୍ରୟାସ କରିବ ।

ତେବେ ଭାରତକୁ ଅଡୁଆରେ ପକାଇ ପାରନ୍ତି ପାକିସ୍ତାନର ବୋଲର ଶାହୀନ ଶାହ ଆଫ୍ରିଦି । କାରଣ ୨୦୨୧ରେ ପାକିସ୍ତାନ ଦ୍ରୁତ ବୋଲର ଶାହୀନ ଆଫ୍ରିଦି ଦମଦାର ପ୍ରଦର୍ଶନ କରିଥିଲେ। ସେ ନିଜର ଘାତକ ବୋଲିଂ ବଳରେ ରୋହିତ ଶର୍ମା, କେଏଲ ରାହୁଲ ଓ ବିରାଟ କୋହଲିଙ୍କୁ ଆଉଟ କରି ଭାରତର ରନ ସଂଗ୍ରହ ହାରରେ ରୋକ ଲଗାଇ ଦେଇଥିଲେ।କିନ୍ତୁ ଆଜିର ମ୍ୟାଚରେ ବର୍ଷା ବାଧକ ସାଜିପାରେ । ମେଲବର୍ଣ୍ଣରେ ୭୦ ପ୍ରତିଶତ ବର୍ଷା ହେବାର ଆଶଙ୍କା ରହିଛି । ତେବେ ଏହାରି ମଧ୍ୟରେ ସୁପରସଣ୍ଡେର ସୁପର ଶୋ ଦେଖିବାକୁ ଅପେକ୍ଷା କରିିଛନ୍ତି ଫ୍ୟାନ ।

Leave A Reply

Your email address will not be published.