ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଜୟଶଙ୍କର, ଆଡଭାନି, ସିସୋଦିଆଙ୍କ ସମେତ ବହୁ ହାଇପ୍ରୋଫାଇଲ୍‌ ଭୋଟରଙ୍କୁ SIR ନୋଟିସ୍‌
ଇମ୍ରାନଙ୍କ ଭଉଣୀ ଅଲିମା ଗିରଫ
ଡ୍ୟୁଟି ସମୟରେ ପୋଲିସଙ୍କୁ ମୋବାଇଲ ମନା, ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ
ଏସୀୟ କ୍ରୀଡ଼ାରେ ଭାରତର ଚମକ, ସୁଟିଂରେ ଦୁଇ ରୌପ୍ୟ
ଆମେରିକା ନିକଟରେ ଆତ୍ମସମର୍ପଣର ପ୍ରଶ୍ନ ନାହିଁ: କ୍ୟୁବା ରାଷ୍ଟ୍ରଦୂତ
ମହାନଦୀ ବିବାଦ ମଧ୍ୟରେ ଓଡ଼ିଶା ଗସ୍ତରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ମଠାଧୀଶ ମେଳି ପଛରେ କିଏ?

0

ଧର୍ମ ଚର୍ଚ୍ଚା ପାଇଁ ସମ୍ମେଳନ ହେଉନି
ଭକ୍ତଙ୍କ ଜମି ବି ବିକ୍ରି କରି ଦେଇଛନ୍ତି
ତନାଘନା ନ କରି ପ୍ରଶାସନ ଚୁପ୍ କାହିଁକି?

ଭୁବନେଶ୍ବର: ପୁରୀ ମଠ ଭଙ୍ଗା ପ୍ରକ୍ରିୟାକୁ ଅଟକାଇବାକୁ ହଠାତ୍ ମଠାଧୀଶ ମେଳି ବାନ୍ଧିଲେଣି। ଦେଶର ବିଭିନ୍ନ ଭାଗରୁ ମଠାଧୀଶ ପୁରୀରେ ଏକାଠି ହୋଇଛନ୍ତି। ସେପଟେ ବିିଭିନ୍ନ ରାଜନୈତିକ ଦଳ, ସଂଗଠନ ବିକାଶକୁ ବିରୋଧ କରିବା ଲାଗି ଆଜି ପୁରୀରେ ଏକ ବୈଠକ କରିଛନ୍ତି।
ଶ୍ରୀମନ୍ଦିର ସୁରକ୍ଷା ଜୋନ୍ ପାଇଁ ଆରମ୍ଭ ହୋଇଥିବା ଉଚ୍ଛେଦ ପ୍ରକ୍ରିୟାର ଦଶ ଦିନ ପରେ ହଠାତ୍ କାହିଁକି ବିରୋଧାଭାସ ଦେଖାଦେଲା? କାହିଁକି ଚୁପ୍ ରହିଥିବା ମଠାଧୀଶ ଓ ଲୋକେ ବିରୋଧ ପାଇଁ ପାଗ ଭିଡିଲେ, ତାହାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଲାଣି। ଏହା ପଛରେ କାହାର ହାତ ରହିଛି, ତାକୁ ନେଇ ତନାଘନା ଆରମ୍ଭ ହୋଇଛି।
ଦୁଇ ଦିନ ବନ୍ଦ ପରେ ପ୍ରଶାସନ ଆଜି ମଠ ଭାଙ୍ଗିବାକୁ ପ୍ରସ୍ତୁତି କରିଥିଲା। ହେଲେ ଗତକାଲି ଠାରୁ ଜମା ହୋଇଥିବା କିଛି ମଠାଧୀଶ ମେଳି ବାନ୍ଧିଥିଲେ। କିଛି ମଠାଧୀଶ ଆସି ମଠ ବାଡ଼ରେ ବସିଯାଇଥିଲେ। ଅଖିଳ ଭାରତ ସନ୍ଥ ସମିତିର ସଭାପତି ସ୍ବାମୀ ଶଙ୍କରାନନ୍ଦ, ସଂପାଦକ ବ୍ରହ୍ମଚାରୀ ସତ୍ୟାନନ୍ଦ ପ୍ରମୁଖ ଏହାର ନେତୃତ୍ବ ନେଇଥିଲେ। ତୀବ୍ର ବିରୋଧ କରିଥିଲେ।
କୌତୂହଳ କଥା ହେଉଛି, ବିଭିନ୍ନ ମଠ ଅତୀତରେ ଏକର ଏକର ସଂପତ୍ତି ସମସ୍ତଙ୍କ ଅଗୋଚରରେ ବିକ୍ରି କରିଦେଇ ଚଳୁ କରିଦେଇଛନ୍ତି। କେବଳ ସେତିକି ନୁହେଁ, ଦୋକାନ, ଲୋକଙ୍କୁ ମଠରେ ଆଶ୍ରୟ ଦେଇ ଅର୍ଥ ଆଦାୟ କରିଛନ୍ତି। ଏ ଅର୍ଥର ପରିମାଣ କେତେ ସେ ସଂକ୍ରାନ୍ତରେ ରାଜ୍ୟ ଦେବୋତ୍ତର ବିଭାଗ କେବେ ବି ଖୋଳତାଡ କରିନାହାନ୍ତି। ଅନ୍ୟପକ୍ଷରେ ମିଳିଥିବା ଅର୍ଥରେ ମଠାଧୀଶମାନେ ନିଜ ମଠର ବିକାଶ ବି କରିନାହାନ୍ତି। ଯାହାର ପରିଣାମରେ ଆଜି ମଠ ଦୁର୍ବଳ ଅବସ୍ଥାକୁ ଚାଲିଆସିଥିଲା।
କେବଳ ସେତିକି ନୁହେଁ, ବିଭିନ୍ନ ମଠକୁ ବିପଦ ସଙ୍କୁଳ ବୋଲି ପ୍ରଶାସନ ଦୀର୍ଘ ଦିନରୁ କହି ଆସିଛନ୍ତି। ହେଲେ କୌଣସି ମଠାଧୀଶ ଏହାର ପୁନରୁଦ୍ଧାର ପାଇଁ ରାଜ୍ୟ ସରକାରଙ୍କ ସହଯୋଗ ଲୋଡିନାହାନ୍ତି। ଜିଲ୍ଲା ପ୍ରଶାସନ ମଧ୍ୟ ଏହାକୁ ବର୍ଷବର୍ଷ ଧରି ଅଣଦେଖା କରିଆସିଛି। ଖାସ୍ ଏଇଥିପାଇଁ ଆଜି ଏଭଳି ବିବଦମାନ ପରିସ୍ଥିତି ସୃଷ୍ଟି ହୋଇଛି।
ଭାରତର ସବୁ ତୀର୍ଥସ୍ଥାନମାନଙ୍କରେ ମଠାଧୀଶମାନେ ଧର୍ମ ଚର୍ଯ୍ୟା କରିଥାନ୍ତି। ଏଥିପାଇଁ ବିଭିନ୍ନ କୋଣ ଅନୁକୋଣରୁ ସନ୍ଥମାନଙ୍କର ସମାଗମ ହୋଇଥାଏ। ହେଲେ ଶ୍ରୀଜଗନ୍ନାଥ ର୍ଧମ ସଂସ୍କୃତି ଚର୍ଚ୍ଚା କରିବା ଲାଗି କବେେ ବି ପୁରୀରେ କୌଣସି ସମ୍ମିଳନୀଟିଏ କରିନଥିବା ମଠାଧୀଶମାନେ ଏବେ ଯେଭଳି ମେଳି ହେଉଛନ୍ତି, ତାହା ବିଭିନ୍ନ ମହଲକୁ ବିସ୍ମିତ କରୁଛି।
ରାଜ୍ୟ ସରକାର ମଠ ଭାଙ୍ଗନ୍ତୁ ବା ନ ଭାଙ୍ଗନ୍ତୁ, ଗତ ବର୍ଷମାନଙ୍କରେ ବେଆଇନ ଭାବେ ମଠମାନେ କେତେ ସଂପତ୍ତି ବିକ୍ରି କରିଛନ୍ତି? ମଠକୁ ଭକ୍ତମାନେ ଦେଇଥିବା ଦାନ ତାଲିକାଭୁକ୍ତ ହୋଇଛି କି ନାହିଁ? ଯଦି ହୋଇନାହିଁ, ତେବେ ଦେବୋତ୍ତର ବିଭାଗ କାହିଁକି ଚୁପ୍ ବସିଥିଲା? ଯଦି ହୋଇଛି, ତେବେ ଏସବୁ ସଂପତ୍ତି ଆଜି ଦିନରେ ସୁରକ୍ଷିତ ଅଛି କି ନାହିଁ?ସେ ସଂକ୍ରାନ୍ତରେ ଅନୁଧ୍ୟାନ କରିବାର ଆବଶ୍ୟକତା ରହିଛି।

Leave A Reply

Your email address will not be published.