ପ୍ରମୁଖ ଖବର

ଦୁର୍ନୀତି ଅଭିଯୋଗରେ ଜଳସମ୍ପଦ ବିଭାଗର ୩ ଯନ୍ତ୍ରୀ ନିଲମ୍ବିତ
ଡଲାର ତୁଳନାରେ ୫୬ ପଇସା ଖସିଲା ଟଙ୍କା
କ୍ୟୁବାରେ ୬.୧ ଓ ଫିଲିପାଇନ୍ସରେ ୮.୧ ତୀବ୍ରତାର ଭୂକମ୍ପ; ଫିଲିପାଇନ୍ସରେ ୩୨ ମୃତ, ସୁନାମି ସତର୍କତା ଜାରି
ମମତା ବାନାର୍ଜୀଙ୍କ ବାସଭବନରେ ସିଆଇଡି ଚଢ଼ାଉ
ମହାରାଷ୍ଟ୍ରର ଜଳଗାଓଁରେ ଭୟାବହ ସଡ଼କ ଦୁର୍ଘଟଣା: ୬ ମୃତ
ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ଘୋଷଣା: ‘ଦୀଘା ଜଗନ୍ନାଥ ଧାମ’ରୁ ହଟିବ ‘ଧାମ’ ଶବ୍ଦ
ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି: ଗରିବ ହିତାଧିକାରୀଙ୍କ ପାଇଁ ଘର ପଞ୍ଜୀକରଣ ଖର୍ଚ୍ଚ ହ୍ରାସ

ଇଣ୍ଡିଗୋ ବିମାନରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

0

ନୂଆଦିଲ୍ଲୀ: ଦିଲ୍ଲୀ ଆଇଜିଆଇ ବିମାନ ବନ୍ଦରରେ ଘଟିଛି ଏହି  ଅଘଟଣ। ବେଙ୍ଗାଲୁରୁ ଅଭିମୁଖେ ଗ୍ରସ୍ତ କରୁଥିଲା ଇଣ୍ଡିଗୋ ବିମାନ। ବିମାନର ଡେଣା ହଠାତ୍ ଜଳି ଉଠିଥିଲା, ଯାହା ଫଳରେ ଦିଲ୍ଲୀ ବିମାନ ବନ୍ଦରରେ ଜରୁରୀ ଅବତରଣ କରାଯାଇଥିଲା। ଏବଂ ଦିଲ୍ଲୀରେ ହିଁ ୫ରୁ ୭ ସେକେଣ୍ଡ ମଧ୍ୟରେ ଅବତରଣ କରିଥିଲା ବିମାନଟି। 

ଇଣ୍ଡିଗୋ ଫ୍ଲାଇଟ ୬E-୨୧୩୧ର ବିମାନଟି ବାଙ୍ଗାଲୁର ଅଭିମୁଖେ ଉଡ଼ାଣ ଭରିବା ବେଳେ ଅଗ୍ନିକାଣ୍ଡ ଘଟିଥିବା ଜଣେ ଯାତ୍ରୀ ଦେଖିପାରିଥିଲେ  । ଏହାପରେ ବିମାନଟିକୁ  ଜରୁରୀ ଅବତରଣ କରାଯାଇଥିଲା  । ଉକ୍ତ ବିମାନରେ ୧୮୪ ଜଣ ଯାତ୍ରୀ ରହିଥିଲେ  । ଏକ ବଡ଼ ଅଘଟଣ ପୂର୍ବରୁ ବର୍ତ୍ତି ଯାଇଛି ସମସ୍ତଙ୍କ ଜୀବନ  । ସେପଟେ ସୋସିଆଲ ମିଡିଆରେ ଜଣେ ଯାତ୍ରୀ ବିମାନର ଭିଡିଓ ପୋଷ୍ଟ କରିଛନ୍ତି  ।

ୟେଉଁଥିରେ ବିମାନର ଡେଣାରେ ସ୍ପାର୍କିଂ କରୁଥିବା ଦୃଶ୍ୟମାନ ହୋଇଛି  । ତେଣେ ଇଂଜିନକୁ ଏହି ନିଆଁ ବ୍ୟାପିବା ପୂର୍ବରୁ ବିମାନଟିକୁ ଅବତରଣ କରିସାରିଥିଲା  । ସମଗ୍ର ବିମାନ ବନ୍ଦଦରେ ହାଇ ଆଲର୍ଟ ମଧ୍ୟ ଜାରି କରାଯାଇଥିଲା  । ଦମକଳ ବାହିନୀ ନିଆଁକୁ ମଧ୍ୟ ଆୟତ କରିଥିଲେ  । ଅନ୍ୟପଟେ କାହିଁକି ଏବଂ କେଉଁ କାରଣ ଯୋଗୁଁ ଫ୍ଲାଇଟରେ ନିଆଁ ଲାଗିଲା ତାହାର କାରଣ ଜଣା ପଡିନାହିଁ  । ଏହାର କାରଣ ଯଥାଶୀଘ୍ର ଖୋଜାଯିବ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

Leave A Reply

Your email address will not be published.