ପ୍ରମୁଖ ଖବର

ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍‌ ସ୍ମିତ୍‌ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ

ରାଷ୍ଟ୍ରପତି ଭବନରେ ଚମକିଲା ଓଡ଼ିଶାର ୩ ଷ୍ଟାର୍ଟଅପ୍

0

ନୂଆଦିଲ୍ଲୀ: ‘ଷ୍ଟାର୍ଟଅପ୍ ଓଡ଼ିଶା’ର ସହଯୋଗରେ ଆଗକୁ ବଢ଼ୁଥିବା ଓଡ଼ିଶାର ୩ଟି ଷ୍ଟାର୍ଟଅପ୍‌ ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନ କଲଚରାଲ ସେଣ୍ଟରରେ ଆୟୋଜିତ ସ୍ୱତନ୍ତ୍ର ପ୍ରଦର୍ଶନୀରେ ନିଜର ଅଭିନବ ଉତ୍ପାଦ ପ୍ରଦର୍ଶନ କରି ଜାତୀୟ ସ୍ତରରେ ପ୍ରଶଂସା ସାଉଁଟିଛନ୍ତି। ଏହି ତିନି ଷ୍ଟାର୍ଟଅପ୍‌ ହେଲେ ଗାର୍ଗୀ ଅଟୋମେଟେଡ୍ ଆଣ୍ଡ୍ ରୋବୋଟିକ୍ ଗ୍ୟାଜେଟ୍ ଇଣ୍ଡଷ୍ଟ୍ରିଜ୍ ପ୍ରା.ଲି., ନ୍ୟୁରୁପ୍ ଟେକ୍ ସଲ୍ୟୁସନ୍ସ ଏବଂ ଆର୍ବାନ୍-ହାଇଫି ବାୟୋସାଇନ୍ସ। ‘ଅଟଳ ଇନୋଭେସନ୍ ମିଶନ’ ଅଧୀନରେ ଦେଶର ବିଭିନ୍ନ ସ୍ଥାନରୁ ମନୋନୀତ ଯୁବ ଉଦ୍ୟୋଗୀମାନଙ୍କ ମଧ୍ୟରେ ଓଡ଼ିଶାର ଏହି ୩ ଷ୍ଟାର୍ଟଅପ୍‌ ସ୍ଥାନ ପାଇଥିଲେ। ପ୍ରତିଷ୍ଠାତାମାନେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମ୍ମୁଖରେ ନିଜ ଉତ୍ପାଦ ଉପସ୍ଥାପନ କରିବାର ସୁଯୋଗ ମଧ୍ୟ ପାଇଥିଲେ।

ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି, ଜାତୀୟ ସ୍ତରରେ ଓଡ଼ିଶାର ଷ୍ଟାର୍ଟଅପ୍‌ମାନଙ୍କୁ ମିଳିଥିବା ଏହି ସ୍ୱୀକୃତି ରାଜ୍ୟର ନବସୃଜନ କ୍ଷମତା ଓ ଷ୍ଟାର୍ଟଅପ୍ ଇକୋସିଷ୍ଟମର ଶକ୍ତିକୁ ପ୍ରତିଫଳିତ କରୁଛି। ବିଭାଗୀୟ ସଚିବ ରଶ୍ମିତା ପଣ୍ଡା କହିଛନ୍ତି, ଓଡ଼ିଶା ଷ୍ଟାର୍ଟଅପ୍ ନୀତି ରାଜ୍ୟର ଯୁବ ଉଦ୍ୟୋଗୀ ଓ ନବସୃଜନକାରୀଙ୍କ ପ୍ରତିଭା ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଛି। ଷ୍ଟାର୍ଟଅପ୍ ଓଡ଼ିଶାର ସିଇଓ ସ୍ମୃତିରଞ୍ଜନ ପ୍ରଧାନ କହିଛନ୍ତି, ଯୁବ ଓ ମହିଳା ଉଦ୍ୟୋଗୀଙ୍କ ସୃଜନଶୀଳ ଚିନ୍ତାଧାରାକୁ ପ୍ରୋତ୍ସାହନ ଦେବା ପାଇଁ ରାଜ୍ୟରେ ଏକ ସଶକ୍ତ ଷ୍ଟାର୍ଟଅପ୍ ପରିବେଶ ଗଢ଼ି ତୋଳାଯାଉଛି।

ଗାର୍ଗୀ ଅଟୋମେଟେଡ୍ ଆଣ୍ଡ୍ ରୋବୋଟିକ୍ ଗ୍ୟାଜେଟ୍ ଇଣ୍ଡଷ୍ଟ୍ରିଜ୍ ପ୍ରା.ଲି. ଭିନ୍ନକ୍ଷମଙ୍କ ପାଇଁ ଆଧୁନିକ ରୋବୋଟିକ୍ ଉପକରଣ ବିକାଶ କରୁଥିବାବେଳେ, ନ୍ୟୁରୁପ୍ ଟେକ୍ ସଲ୍ୟୁସନ୍ସର ‘ଚୁଲିଭ୍’ ପାରମ୍ପରିକ ରୋଷେଇ ବ୍ୟବସ୍ଥାକୁ ଆଧୁନିକ ରୂପ ଦେଇଛି। ସେହିପରି ଆର୍ବାନ୍-ହାଇଫି ବାୟୋସାଇନ୍ସ କୃଷି ବର୍ଜ୍ୟବସ୍ତୁରୁ ପରିବେଶ ଅନୁକୂଳ ସାମଗ୍ରୀ ପ୍ରସ୍ତୁତ କରି ନୂଆ ପରିଚୟ ସୃଷ୍ଟି କରିଛି।

Leave A Reply

Your email address will not be published.