ପ୍ରମୁଖ ଖବର

କାଲିଠୁ କ୍ଷୟକ୍ଷତି ଆକଳନ କରାଯିବ: ମନ୍ତ୍ରୀ
ଲାଞ୍ଚ ନେଇ ଧରାପଡ଼ିଲେ ସିଟି-ଜିଏସ୍‌ଟି ଅଧିକାରୀ
ଏସଆଇ ପରୀକ୍ଷା ଜାଲିଆତି: ଗିରଫ ୧୧୪ ପରୀକ୍ଷାର୍ଥୀଙ୍କୁ ମିଳିଲା ଜାମିନ
ଟ୍ରକ୍‌ ପଛରେ ପିଟି ହେଲା ବସ୍, ଡ୍ରାଇଭର ଓ ହେଲ୍‌ପର ମୃତ
ରାଫେଲରେ ଉଡିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ରାଉରକେଲା-ରାଞ୍ଚି ସେକ୍ସନରେ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ
ଯୁକ୍ତ ୨ ଫର୍ମ ପୂରଣ ପାଇଁ ଘୁଞ୍ଚିଲା ତାରିଖ

ରାଜ୍ୟରେ କାୟାବିସ୍ତାର କରୁଛି କରୋନା

0

ଭୁବନେଶ୍ବର; ଶୀତ ଋତୁ ଆରମ୍ଭ ମାତ୍ରେ ପୁଣି କାୟାବିସ୍ତାର କରୁଛି କରୋନା । ଦେଶର ବିଭିନ୍ନ ରାଜ୍ୟରେ ଓମିକ୍ରନର ନୂଆ ଭୁତାଣୁ ଚିହ୍ନଟ ହେଉଥିବାରୁ ଏବେ ଚିନ୍ତା ବଢ଼ିଛି । ବିଦେଶରେ ଓମିକ୍ରନର ଉପପ୍ରଜାତି ‘ଏକ୍ସବିବି’ ତାଣ୍ଡବ ରଚିବା ପରେ ଏବେ ଦେଶରେ କ୍ରମଶଃ ବିସ୍ତାର କରୁଛି । ମୋଟ ୯ରାଜ୍ୟରେ ସଂକ୍ରମିତ ଚିହ୍ନଟ ହେବା ସହ ମୋ ୩୮୦ ରୋଗୀ ଚିହ୍ନଟ ହୋଇଛି ।

ନୂଆ ଭୁତାଣୁରେ ସଂକ୍ରମିତ ସବୁଠୁ ଅଧିକ ତାମିଲନାଡୁରେ ଚିହ୍ନଟ ହେଉଛନ୍ତି । ମୋଟ ୩୮୦ରୁ ୧୭୫ ତାମିଲନାଡୁରେ ଚିହ୍ନଟ ହୋଇଥିବା ବେଳେ ପଶ୍ଚିମବଙ୍ଗରୁ ୧୦୩ ମାମଲା ଚିହ୍ନଟ ହେଇଛନ୍ତି। ତାମିଲନାଡୁ, ପଶ୍ଚିମବଙ୍ଗ, ଓଡିଶା, ମହାରାଷ୍ଟ୍ର, ଦିଲ୍ଲୀ, ପୁଡ୍ଡଚେରୀ, ଗୁଜରାଟ, ରାଜସ୍ଥାନରେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ତେବେ ‘ଏକ୍ସବିବି’ ଭାଇରସରେ ଆକ୍ରାନ୍ତଙ୍କର କାସ, ଗଳା ଖରାପ ହେବା, ବାନ୍ତି, ସାମାନ୍ୟ ଜ୍ୱର, ଶରୀରରେ ପୀଡ଼ା ଅନୁଭବ, କ୍ଲାନ୍ତ ଲାଗିବା, ନାକରୁ ପାଣି ବୋହିବା ଆଦି ଲକ୍ଷଣ ପ୍ରକାଶ ପାଉଛି । ଆକ୍ରାନ୍ତଙ୍କ ନିକଟରେ ଶ୍ୱାସକ୍ରିୟା ସମସ୍ୟା ପରିଲିକ୍ଷିତ ହୋଇନି । ଅଧିକାଂଶ ଲୋକ ଘରେ ରହି ଉଚିତ ଚିକିତ୍ସାରେ ଖୁବ ଶିଘ୍ର ସୁସ୍ଥ ହେଉଛନ୍ତି । ତେବେ କମ ପ୍ରତିରୋଧଶକ୍ତିର ଲୋକମାନେ ଅଧିକ ଯତ୍ନବାନ ରହିବା ଆବଶ୍ୟକ ରହିଛି ।

Leave A Reply

Your email address will not be published.