ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଜୟଶଙ୍କର, ଆଡଭାନି, ସିସୋଦିଆଙ୍କ ସମେତ ବହୁ ହାଇପ୍ରୋଫାଇଲ୍‌ ଭୋଟରଙ୍କୁ SIR ନୋଟିସ୍‌
ଇମ୍ରାନଙ୍କ ଭଉଣୀ ଅଲିମା ଗିରଫ
ଡ୍ୟୁଟି ସମୟରେ ପୋଲିସଙ୍କୁ ମୋବାଇଲ ମନା, ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ
ଏସୀୟ କ୍ରୀଡ଼ାରେ ଭାରତର ଚମକ, ସୁଟିଂରେ ଦୁଇ ରୌପ୍ୟ
ଆମେରିକା ନିକଟରେ ଆତ୍ମସମର୍ପଣର ପ୍ରଶ୍ନ ନାହିଁ: କ୍ୟୁବା ରାଷ୍ଟ୍ରଦୂତ
ମହାନଦୀ ବିବାଦ ମଧ୍ୟରେ ଓଡ଼ିଶା ଗସ୍ତରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ରାଜ୍ୟରେ କାୟାବିସ୍ତାର କରୁଛି କରୋନା

0

ଭୁବନେଶ୍ବର; ଶୀତ ଋତୁ ଆରମ୍ଭ ମାତ୍ରେ ପୁଣି କାୟାବିସ୍ତାର କରୁଛି କରୋନା । ଦେଶର ବିଭିନ୍ନ ରାଜ୍ୟରେ ଓମିକ୍ରନର ନୂଆ ଭୁତାଣୁ ଚିହ୍ନଟ ହେଉଥିବାରୁ ଏବେ ଚିନ୍ତା ବଢ଼ିଛି । ବିଦେଶରେ ଓମିକ୍ରନର ଉପପ୍ରଜାତି ‘ଏକ୍ସବିବି’ ତାଣ୍ଡବ ରଚିବା ପରେ ଏବେ ଦେଶରେ କ୍ରମଶଃ ବିସ୍ତାର କରୁଛି । ମୋଟ ୯ରାଜ୍ୟରେ ସଂକ୍ରମିତ ଚିହ୍ନଟ ହେବା ସହ ମୋ ୩୮୦ ରୋଗୀ ଚିହ୍ନଟ ହୋଇଛି ।

ନୂଆ ଭୁତାଣୁରେ ସଂକ୍ରମିତ ସବୁଠୁ ଅଧିକ ତାମିଲନାଡୁରେ ଚିହ୍ନଟ ହେଉଛନ୍ତି । ମୋଟ ୩୮୦ରୁ ୧୭୫ ତାମିଲନାଡୁରେ ଚିହ୍ନଟ ହୋଇଥିବା ବେଳେ ପଶ୍ଚିମବଙ୍ଗରୁ ୧୦୩ ମାମଲା ଚିହ୍ନଟ ହେଇଛନ୍ତି। ତାମିଲନାଡୁ, ପଶ୍ଚିମବଙ୍ଗ, ଓଡିଶା, ମହାରାଷ୍ଟ୍ର, ଦିଲ୍ଲୀ, ପୁଡ୍ଡଚେରୀ, ଗୁଜରାଟ, ରାଜସ୍ଥାନରେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ତେବେ ‘ଏକ୍ସବିବି’ ଭାଇରସରେ ଆକ୍ରାନ୍ତଙ୍କର କାସ, ଗଳା ଖରାପ ହେବା, ବାନ୍ତି, ସାମାନ୍ୟ ଜ୍ୱର, ଶରୀରରେ ପୀଡ଼ା ଅନୁଭବ, କ୍ଲାନ୍ତ ଲାଗିବା, ନାକରୁ ପାଣି ବୋହିବା ଆଦି ଲକ୍ଷଣ ପ୍ରକାଶ ପାଉଛି । ଆକ୍ରାନ୍ତଙ୍କ ନିକଟରେ ଶ୍ୱାସକ୍ରିୟା ସମସ୍ୟା ପରିଲିକ୍ଷିତ ହୋଇନି । ଅଧିକାଂଶ ଲୋକ ଘରେ ରହି ଉଚିତ ଚିକିତ୍ସାରେ ଖୁବ ଶିଘ୍ର ସୁସ୍ଥ ହେଉଛନ୍ତି । ତେବେ କମ ପ୍ରତିରୋଧଶକ୍ତିର ଲୋକମାନେ ଅଧିକ ଯତ୍ନବାନ ରହିବା ଆବଶ୍ୟକ ରହିଛି ।

Leave A Reply

Your email address will not be published.