ପ୍ରମୁଖ ଖବର

ଆଜ୍ଞାମାଳ ବିଜେ ପରେ ସିଂହଦ୍ୱାର ଅଭିମୁଖେ ତିନି ରଥ, କାଲି ବିଶ୍ୱପ୍ରସିଦ୍ଧ ରଥଯାତ୍ରା
ୱାଙ୍ଗଚୁକଙ୍କ ଅନଶନକୁ ନେଇ ହାଇକୋର୍ଟରେ ପିଆଇଏଲ୍, ଜରୁରୀ ଚିକିତ୍ସା ସେବା ଦାବି
ନୋଏଡାରେ ଇ-ସ୍କୁଟରରେ ନିଆଁ, ଅଗ୍ନିକାଣ୍ଡରେ ୨ ମୃତ; ୧୦୦ରୁ ଅଧିକ ଲୋକ ଉଦ୍ଧାର
ଓଡ଼ିଶାକୁ ରେଳର ଡବଲ୍ ଉପହାର, ଦୁଇ ପ୍ରମୁଖ ପ୍ରକଳ୍ପକୁ କ୍ୟାବିନେଟ୍ ମଞ୍ଜୁରୀ
ସରକାରୀ ଡାକ୍ତରଙ୍କ ପାଇଁ କଡ଼ା ନିର୍ଦ୍ଦେଶ, ପ୍ରଥମେ ଜେନେରିକ୍ ଔଷଧ ଲେଖିବାକୁ ତାଗିଦ
ବର୍ଷା ଭିତରେ ରଥଯାତ୍ରା ପ୍ରସ୍ତୁତି: ସମୁଦ୍ର ଅଶାନ୍ତ, ପୁରୀରେ ସତର୍କତା
ଶୁଦ୍ଧ ପେଟ୍ରୋଲ ଚାହୁଁଥିଲେ ଅଧିକ ଦାମ ଦିଅନ୍ତୁ: ଗଡ଼କରୀ
ଶ୍ରୀମନ୍ଦିରରେ ଡିଜିଟାଲ ହୁଣ୍ଡି ‘ସମର୍ପଣ’ ଲୋକାର୍ପିତ, ଘରେ ବସି ଦାନ କରିପାରିବେ ଭକ୍ତ

ଧବଳେଶ୍ବର ପୀଠରେ ୧୪୪ ଧାରା ଜାରି

0

ଆଠଗଡ; ଗୁଜୁରାଟ ଝୁଲା ପୋଲ ଭୁଶୁଡିବା ଘଟଣା ପରେ ଓଡିଶା ପ୍ରଶାସନର ଚେତା ପଶିଛି। ଧବଳେଶ୍ୱର ଝୁଲା ପୋଲରେ ଯିବା ଆସିବା କରୁଥିବା ଲୋକଙ୍କ ସଂଖ୍ୟାକୁ କମାଇ ଦିଆଯାଇଛି । ଆଜି ଏହି ଝୁଲା ପୋଲର ସୁରକ୍ଷା ଯାଞ୍ଚ କରିବ ଟେକନିକାଲ ଟିମ । ଏହା ପୂର୍ବରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ୧୪୪ ଧାରା ଜାରି କରାଯାଇଛି ।

ଆଗକୁ ଆସୁଛି ବଡ଼ ଓଷା। ବାବା ଧବଳେଶ୍ୱରଙ୍କ ପୀଠରେ ବଡ଼ ଓଷାରେ ପ୍ରବଳ ଭିଡ ହୋଇଥାଏ। ଜିଲ୍ଲା ତଥା ଜିଲ୍ଲା ବାହାରୁ ହଜାର ହଜାର ଶ୍ରଦ୍ଧାଳୁ ବାବାଙ୍କୁ ଦର୍ଶନ କରିବା ପାଇଁ ଆସିବେ। ଏହି ସମୟରେ ମହାନଦୀ ଉପରେ ତିଆରି ହୋଇଥିବା ଝୁଲା ପୋଲରେ ପ୍ରବଳ ଭିଡ ଜମିବାର ସମ୍ଭାବନା ରହିଛି। ଝୁଲା ପୋଲରେ ଫାଟ ସୃଷ୍ଟି ହୋଇଥିବାରୁ କୌଣସି ଅଘଟଣ ଘଟିବା ଆଶଙ୍କା କରି ଆଜି ପ୍ରଶାସନ ଏପରି ନିଷ୍ପତ୍ତି ନେଇଛନ୍ତି।

ଧବଳେଶ୍ୱରରେ ଥିବା ଝୁଲା ପୋଲରେ ଫାଟ ହୋଇଛି। ପୋଲକୁ ଷ୍ଟେ’ ଦିଆଯାଇଥିବା ୧୨ଟି ଟଣକାରେ ମଧ୍ୟ ଫାଟ ହୋଇଛି। ଏହାର ମରାମତି କରାଯିବ।କୋଲକାତାର ବିଶେଷଜ୍ଞ ଟିମ୍‌ ସହ ଆଜି ଗ୍ରାମ ଉନ୍ନୟନ ବିଭାଗର ଟିମ୍‌ ଆଜି ଝୁଲା ପୋଲର ସ୍ଥିତି ଅନୁଧ୍ୟାନ କରିଥିଲେ। ୨୦୦୬ ମସିହାରେ ଉଦ୍‌ଘାଟନ ହୋଇଥିବା ଏହି ଝୁଲାପୋଲ ଏବେ କ୍ରମଶଃ ଦୁର୍ବଳ ହେବାରୁ ସାଧାରଣ ଭକ୍ତଙ୍କୁ ମନ୍ଦିର ନ ଆସିବାକୁ ନିବେଦନ କରାଯାଇଥିଲା। କେବଳ ବଡ଼ଓଷା ବ୍ରତଧାରି  ମନ୍ଦିର ଆସିବାକୁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଥିଲା।

Leave A Reply

Your email address will not be published.