ପ୍ରମୁଖ ଖବର

ଜବତ ହେଲା ଦୁର୍ଘଟଣାଘଟାଇଥିବା ଥର୍
ରାଜଧାନୀରେ ବଧୂହତ୍ୟା ଅଭି​‌ଯୋଗ, ସ୍ଵାମୀ ଗିରଫ
ପଟ୍ଟାମୁଣ୍ଡାଇ ଯୁବତୀ ମୃତ୍ୟୁ ଘଟଣାରେ ପୁରୁଷ ବନ୍ଧୁ ଗିରଫ
୩ ଦିନିଆ ଓଡିଶା ଗସ୍ତରେ ଆସିବେ ମୋହନ ଭାଗବତ
ଚନ୍ଦ୍ରଭାଗାରେ ଗାଧୋଇବା ବେଳେ ଅଘଟଣ, ସମୁଦ୍ରରେ ବୁଡି ୩ ମୃତ
ଶହୀଦ ଲକ୍ଷ୍ମଣ ନାୟକ ହସ୍ପିଟାଲର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

୨୩ରୁ ମାଟ୍ରିକ ସମେଟିଭ୍ ପରୀକ୍ଷା

0

କଟକ: ଆସନ୍ତା ୨୩ରୁ ମାଟ୍ରିକ ସମେଟିଭ୍ ପରୀକ୍ଷା। ଚଳିତ ମାସ ୨୩ରୁ ୩୦ ତାରିଖ ଯାଏଁ ମାଟ୍ରିକ ସମେଟିଭ୍ ଆସେସ୍‌ମେଣ୍ଟ-୧ ପରୀକ୍ଷା ଅନୁଷ୍ଠିତ ହେବ। ରାଜ୍ୟର ୩୦ ଜିଲ୍ଲାର ୩୦୨୯ ପରୀକ୍ଷା କେନ୍ଦ୍ରରେ ଏହି ପରୀକ୍ଷା ଅନୁଷ୍ଠିତ ହେବ। ସମେଟିଭ୍‌ ପରୀକ୍ଷାରେ ସାମିଲ ହେବା ପାଇଁ ୫ ଲକ୍ଷ ୩୨ ହଜାର ୭୧୨ ପରୀକ୍ଷାର୍ଥୀ ଫର୍ମ ଫିଲଅପ୍ କରିଛନ୍ତି। ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ବୋର୍ଡ କର୍ତ୍ତୃପକ୍ଷଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ପରୀକ୍ଷା ପାଇଁ ୩୧୬ ନୋଡାଲ ସେଣ୍ଟରରେ ପ୍ରଶ୍ନପତ୍ର କଡ଼ା ସୁରକ୍ଷାରେ ରହିବ। ଛାତ୍ରଛାତ୍ରୀମାନେ ଆଜିଠାରୁ ବୋର୍ଡ ୱେବସାଇଟ୍‌ http://www.bseodisha.ac.inରୁ ଆଡମିଟ କାର୍ଡ ଡାଉନଲୋଡ କରିପାରିବେ। ସେହିପରି ମଧ୍ୟମା ଓ ଓପନ ସ୍କୁଲ ପାଇଁ ଆସନ୍ତା ୧୭ ତାରିଖ ଠାରୁ ଆଡମିଟ୍‌ କାର୍ଡ ମିଳିବ। ନଭେମ୍ବର ୧୧ ତାରିଖ ଠାରୁ ଭୋକେସନାଲ ପ୍ରାକ୍ଟିକାଲ ପରୀକ୍ଷା ହେବ। ୧୦୧୨ଟି ସ୍କୁଲରେ ଏହା ନଭେମ୍ବର ୧୮ ତାରିଖ ଯାଏଁ ଚାଲିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.