ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ଏଏସଓ ପରୀକ୍ଷା ଫଳ ପ୍ରକାଶିତ, ୧୧୦୪ଜଣ କୃତକାର୍ଯ୍ୟ

0

ଭୁବନେଶ୍ୱର: ପ୍ରକାଶ ପାଇଛି ଓଡ଼ିଶା ଲୋକସେବା ଆୟୋଗଙ୍କ ଦ୍ୱାରା ଆୟୋଜିତ ଆସିଷ୍ଟାଣ୍ଟ ସେକ୍ସନ ଅଫିସର(ଏଏସଓ) ପଦବୀ ନିମନ୍ତେ ଲିଖିତ ପରୀକ୍ଷା ଫଳ। ମୋଟ ୧୧୦୪ଜଣ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ସେମାନଙ୍କୁ ନଭେମ୍ବର ୧୪ରୁ ୧୮ ତାରିଖ ପର୍ଯ୍ୟନ୍ତ ଡକ୍ୟୁମେଂଟ ଯାଂଚ ଓ ୨୭ ତାରିଖରେ କମ୍ପ୍ୟୁଟର ସ୍କିଲ ଟେଷ୍ଟ ପରୀକ୍ଷାରେ ସାମିଲ ହେବାକୁ ଓଡ଼ିଶା ଲୋକସେବା ଆୟୋଗଙ୍କ ପକ୍ଷରୁ ଆଜି ନୋଟିସ ଜାରି ହୋଇଛି ।

ଓଡ଼ିଶା ଲୋକସେବା ଆୟୋଗଙ୍କ ସୂଚନା ଅନୁସାରେ, ଗତ ଅଗଷ୍ଟ ୨୭ତାରିଖରେ ମୋଟେ ୭୯୬ଟି ଏଏସଓ ପଦବୀ ନିମନ୍ତେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ପ୍ରାୟ ୩.୩୦ଲକ୍ଷ ଚାକିରି ଆଶାୟୀ ପ୍ରାର୍ଥୀ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ଆଜି ମାତ୍ର ୧୧୦୪ଜଣ ଲିଖିତ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ଏହି କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀମାନେ ଆୟୋଗଙ୍କ ୱେବସାଇଟକୁ ଯାଇ ନିଜର ପରୀକ୍ଷା ଫଳ ଦେଖିପାରିବେ । କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀମାନେ ନଭେମ୍ବର ୧୪ରୁ ୧୮ତାରିଖ ପର୍ଯ୍ୟନ୍ତ ଆୟୋଗଙ୍କ କଟକସ୍ଥିତ କାର୍ଯ୍ୟାଳୟରେ ଡକ୍ୟୁମେଂଟ ଯାଚ କରାଇବା ସହ ୨୭ତାରିଖରେ କମ୍ପ୍ୟୁଟର ସ୍କିଲ ଟେଷ୍ଟର ସମ୍ମୁଖୀନ ହେବେ । ତା’ପରେ କମିଶନଙ୍କ ପକ୍ଷରୁ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.