ପ୍ରମୁଖ ଖବର

କୋଟିପତି ଡେପୁଟି ରେଞ୍ଜର ଗିରଫ
ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା ବାତିଲ୍ ଘଟଣାରେ; ବଦଳି ହେଲେ ୬ ଅଧିକାରୀ
ବିନା ସିସିଟିଭିରେ ଔଷଧ ବିକିପାରିବେନି ଦୋକାନୀ
ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣା, ନିଲମ୍ବିତ ଅଧ୍ୟାପକଙ୍କ ଜେଲ୍ ଅବଧି ବୃଦ୍ଧି
ଲାଞ୍ଚ ଅଭିଯୋଗରେ ଡାକ୍ତରଙ୍କୁ ୫ ବର୍ଷ ଜେଲ

ଚନ୍ଦ୍ରଗ୍ରହଣରେ ଖାଦ୍ୟ ଖାଇବାକୁ ନେଇ ମୁହାଁମୁହିଁ ହେଲେ ହେତୁବାଦୀ-ପରମ୍ପରାବାଦୀ

0

ଭୁବନେଶ୍ୱର: ଆଜି ଦିନରେ ଖାଦ୍ୟ ଭକ୍ଷଣକୁ ନେଇ ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରେ ମୁହାଁମୁହିଁ ହୋଇଛନ୍ତି ହେତୁବାଦୀ-ପରମ୍ପରାବାଦୀ।ଚନ୍ଦ୍ରଗ୍ରହଣରେ ସାମୂହିକ ଭୋଜନ କାର୍ଯ୍ୟକ୍ରମକୁ ବିରୋଧ । ରାଜ୍ୟର ବିଭିନ୍ନ ସ୍ଥାନରେ ହେତୁବାଦୀ-ପରମ୍ପରାବାଦୀ ମୁହାଁମୁହିଁ । ଲୋହିଆ ଏକାଡେମୀରେ ଠେଲାପେଲା ପରିସ୍ଥିତି ଉପୁଜିଛି। ସେହିପରି ବ୍ରହ୍ମପୁରରେ ହେତୁବାଦୀଙ୍କୁ ବଜରଙ୍ଗ ଦଳ ବିରୋଧ କରୁଥିବା ଦେଖିବାକୁ ମିଳିଛି । ଶୋଭାଯାତ୍ରା କରି ବଜରଙ୍ଗ ଏକାଠି ହୋଇଛନ୍ତି । ହେତୁବାଦୀଙ୍କ ବ୍ୟାନର ଚିରି ଗୋବର ମାଡ କରିଥିବା ଦେଖିବାକୁ ମିଳିଛି । ପରିସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ ପକ୍ଷରୁ ଲାଠିଚାର୍ଜ ମଧ୍ୟ କରାଯାଇଛି ।

ସୂଚନାଯୋଗ୍ୟ, ଆଜି ହେଉଛି କାର୍ତ୍ତିକ ପୂର୍ଣ୍ଣିମା ସହିତ ଚନ୍ଦ୍ରଗ୍ରହଣ। ଚନ୍ଦ୍ରଗ୍ରହଣରେ ପାକ ନିଷେଧ ଓ ଖାଦ୍ୟ ବର୍ଜନର ପରମ୍ପରା ରହିଛି। ତେବେ ହେତୁବାଦୀମାନେ ଏହା ବିଜ୍ଞନା ସମ୍ମତ ନୁହେଁ ବୋଲି କହଛନ୍ତି। ଚନ୍ଦ୍ରଗ୍ରହଣରେ ଖାଦ୍ୟ ଗ୍ରହଣ କଲେ କିଛି ଅସୁବିଧା ହୁଏ ନାହିଁ ବୋଲି ମତ ଦେଇଛନ୍ତି। ଏହାକୁ ପ୍ରମାଣ କରିବାକୁ ଓ ଲୋକଙ୍କୁ ସଚେତନ କରିବା ଲକ୍ଷ୍ୟରେ ସେମାନେ ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣରେ ସାମୂହିକ ଭୋଜନର ଆୟୋଜନ କରିଥିଲେ। ଏହି କାରଣରୁ ଗତ ସୂର୍ଯ୍ୟପରାଗ ବେଳେ ବିବାଦ ଦେଖାଯାଇଥିଲା। ତେବେ ହେତୁବାଦୀମାନେ ଚନ୍ଦ୍ରଗ୍ରହଣ ବେଳେ ପୁଣି ବିରିୟାନୀ ଖାଇବେ ବୋଲି କହିଥିଲେ। ଏହାର ଜବାବରେ ପରମ୍ପରାବାଦୀମାନେ ଏହାକୁ ଦୃଢ଼ ବିରୋଧ କରାଯିବ ବୋଲି କହିଥିଲେ। ଆଉ ଆଜି ଏହାର ପ୍ରତିଫଳନ ଦେଖିବାକୁ ମିଳିଥିଲା ବ୍ରହ୍ମପୁର ଓ ଭୁବନେଶ୍ୱରରେ।

Leave A Reply

Your email address will not be published.