ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ଜାମା ମସଜିଦରେ ଝିଅଙ୍କ ପ୍ରବେଶରେ ଲାଗିଲା ରୋକ

0

ନୂଆଦିଲ୍ଲୀ; ଦେଶର ରାଜଧାନୀ ଦିଲ୍ଲୀରେ ଥିବା ପ୍ରସିଦ୍ଧ ଜାମା ମସଜିଦ ପ୍ରଶାସନ ବଡ଼ ପଦକ୍ଷେପ ନେଇଛି । ଏଣିକି ଝିଅମାନେ ଏକାକୀ କିମ୍ବା ଗ୍ରୁପ ହୋଇ ମସଜିଦ ପରିସରରେ ପ୍ରବେଶ କରିପାରିବେ ନାହିଁ । କମିଟି ପକ୍ଷରୁ କୁହାଯାଇଛି ଯେ ମହିଳାମାନେ ନିଜ ସାଙ୍ଗରେ ପରିବାରର କେହି ଜଣେ ପରୁଷଙ୍କୁ ଧରି ଆସିବାକୁ ବାଧ୍ୟତାମୂଳକ କରାଯାଇଛି । ଜାମା ମସ୍‌ଜିଦ୍‌ ଭିତରକୁ ମହିଳାମାନଙ୍କୁ ଯିବାର ଅନୁମତି ଉପରେ ଏହି ସର୍ତ୍ତ ଜାରି କରିଛି ମସ୍‌ଜିଦ୍‌ ପ୍ରଶାସନ । ସେହିପରି ମସିଜିଦ ପରିସରରେ କୌଣସି ଭିଡିଓ ମ୍ୟୁଜିକ ସହ କେହି ବି ଶୁଟିଂ କରିପାରିବେ ନାହିଁ ବୋଲି କୁହାଯାଇଛି । ଏନେଇ ଦିଲ୍ଳୀର ଜାମା ମସ୍‌ଜିଦ୍‌ ଦ୍ବାରରେ ଏକ ନୋଟିସ୍‌ ଲଗାଯାଇଛି।

ମସଜିଦ କର୍ତ୍ତୃପକ୍ଷଙ୍କ ନିଆଯାଇଥିବା ଏହି କଟକଣାକୁ ଟ୍ୱିଟ କରି ନିନ୍ଦା କରିଛନ୍ତି ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷ ସ୍ୱାତି ମାଲିୱାଲ ।ମାଲିୱାଲ କହିଛନ୍ତି, “ଜାମା ମସିଜିଦରେ ମହିଳାଙ୍କ ଏଣ୍ଟ୍ରି ଉପରେ ରୋକ ଲଗାଇବା ସଂପୂର୍ଣ୍ଣ ଭାବେ ଭୁଲ। ପ୍ରାର୍ଥନା ପାଇଁ ଜଣେ ପୁରୁଷଙ୍କର ଯେତିକି ଅଧିକାର ରହିଛି, ସେତିକି ଅଧିକାର ଜଣେ ମହିଳାଙ୍କର ମଧ୍ୟ ରହିଛି। ଏହି ପ୍ରସଙ୍ଗରେ ମୁଁ ଜାମା ମସଜିଦ ଇମାମଙ୍କୁ ନୋଟିସ କରିଛି। ମହିଳାଙ୍କ ଉପରେ ଏପରି ବ୍ୟାନ ଲଗାଇବାର ଅଧିକାର କାହାର ବି ନାହିଁ।”

ଅନ୍ୟପକ୍ଷରେ ମସଜିଦର ପିଆରଓ ସବିଉଲ୍ଲା ଖାନ ନିଷ୍ପତ୍ତିକୁ ଯର୍ଥାର୍ଥ ଦର୍ଶାଇବାକୁ ଚେଷ୍ଟା କରିଛନ୍ତି। ସେ କହିଛନ୍ତି, ‘ଯୁବତୀ କିମ୍ବା ମହିଳା ଏକାକୀ ଆସିଲେ ବହୁ ଭୁଲ୍‌ କାମ ହେଉଛି । ମସ୍‌ଜିଦ୍‌ ସାମ୍ନାରେ ସେମାନେ ଭିଡିଓ ବନାଇ ଭାଇରାଲ୍‌ କରୁଛନ୍ତି । ମସ୍‌ଜିଦ୍‌ର ଶୃଙ୍ଖଳା ଦୃଷ୍ଟିରୁ ଏହି ନିଷ୍ପତ୍ତି ନିଆଯାଇଛି।’ସେ ଆହୁରି ବି କହିଛନ୍ତି ଯେ ପରିବାର ସଦସ୍ୟଙ୍କ ସହ ଆସିବାରେ କୌଣସି ଅସୁବିଧା ନାହିଁ। ମାତ୍ର ଏହାକୁ ସାକ୍ଷାତ୍‌ସ୍ଥଳୀ ବନାଇବା, ପାର୍କ ବୋଲି ଭାବିବା, ଟିକ୍‌ଟକ୍‌ ଭିଡିଓ ବନାଇବା, ନୃତ୍ୟ ପ୍ରଦର୍ଶନ କରିବା କୌଣସି ବି ଧର୍ମସ୍ଥଳୀ ପାଇଁ ଉଚିତ ନୁହେଁ। ମସ୍‌ଜିଦ୍‌ର ମାନ ପୂର୍ବ ପରି ବଜାୟ ରଖିବା ପାଇଁ ପ୍ରଶାସନ ଏହି ନିଷ୍ପତ୍ତି ନେଇଥିବା ସେ କହିଛନ୍ତି।

Leave A Reply

Your email address will not be published.