ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ଜାମା ମସଜିଦରେ ଝିଅଙ୍କ ପ୍ରବେଶରେ ଲାଗିଲା ରୋକ

0

ନୂଆଦିଲ୍ଲୀ; ଦେଶର ରାଜଧାନୀ ଦିଲ୍ଲୀରେ ଥିବା ପ୍ରସିଦ୍ଧ ଜାମା ମସଜିଦ ପ୍ରଶାସନ ବଡ଼ ପଦକ୍ଷେପ ନେଇଛି । ଏଣିକି ଝିଅମାନେ ଏକାକୀ କିମ୍ବା ଗ୍ରୁପ ହୋଇ ମସଜିଦ ପରିସରରେ ପ୍ରବେଶ କରିପାରିବେ ନାହିଁ । କମିଟି ପକ୍ଷରୁ କୁହାଯାଇଛି ଯେ ମହିଳାମାନେ ନିଜ ସାଙ୍ଗରେ ପରିବାରର କେହି ଜଣେ ପରୁଷଙ୍କୁ ଧରି ଆସିବାକୁ ବାଧ୍ୟତାମୂଳକ କରାଯାଇଛି । ଜାମା ମସ୍‌ଜିଦ୍‌ ଭିତରକୁ ମହିଳାମାନଙ୍କୁ ଯିବାର ଅନୁମତି ଉପରେ ଏହି ସର୍ତ୍ତ ଜାରି କରିଛି ମସ୍‌ଜିଦ୍‌ ପ୍ରଶାସନ । ସେହିପରି ମସିଜିଦ ପରିସରରେ କୌଣସି ଭିଡିଓ ମ୍ୟୁଜିକ ସହ କେହି ବି ଶୁଟିଂ କରିପାରିବେ ନାହିଁ ବୋଲି କୁହାଯାଇଛି । ଏନେଇ ଦିଲ୍ଳୀର ଜାମା ମସ୍‌ଜିଦ୍‌ ଦ୍ବାରରେ ଏକ ନୋଟିସ୍‌ ଲଗାଯାଇଛି।

ମସଜିଦ କର୍ତ୍ତୃପକ୍ଷଙ୍କ ନିଆଯାଇଥିବା ଏହି କଟକଣାକୁ ଟ୍ୱିଟ କରି ନିନ୍ଦା କରିଛନ୍ତି ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷ ସ୍ୱାତି ମାଲିୱାଲ ।ମାଲିୱାଲ କହିଛନ୍ତି, “ଜାମା ମସିଜିଦରେ ମହିଳାଙ୍କ ଏଣ୍ଟ୍ରି ଉପରେ ରୋକ ଲଗାଇବା ସଂପୂର୍ଣ୍ଣ ଭାବେ ଭୁଲ। ପ୍ରାର୍ଥନା ପାଇଁ ଜଣେ ପୁରୁଷଙ୍କର ଯେତିକି ଅଧିକାର ରହିଛି, ସେତିକି ଅଧିକାର ଜଣେ ମହିଳାଙ୍କର ମଧ୍ୟ ରହିଛି। ଏହି ପ୍ରସଙ୍ଗରେ ମୁଁ ଜାମା ମସଜିଦ ଇମାମଙ୍କୁ ନୋଟିସ କରିଛି। ମହିଳାଙ୍କ ଉପରେ ଏପରି ବ୍ୟାନ ଲଗାଇବାର ଅଧିକାର କାହାର ବି ନାହିଁ।”

ଅନ୍ୟପକ୍ଷରେ ମସଜିଦର ପିଆରଓ ସବିଉଲ୍ଲା ଖାନ ନିଷ୍ପତ୍ତିକୁ ଯର୍ଥାର୍ଥ ଦର୍ଶାଇବାକୁ ଚେଷ୍ଟା କରିଛନ୍ତି। ସେ କହିଛନ୍ତି, ‘ଯୁବତୀ କିମ୍ବା ମହିଳା ଏକାକୀ ଆସିଲେ ବହୁ ଭୁଲ୍‌ କାମ ହେଉଛି । ମସ୍‌ଜିଦ୍‌ ସାମ୍ନାରେ ସେମାନେ ଭିଡିଓ ବନାଇ ଭାଇରାଲ୍‌ କରୁଛନ୍ତି । ମସ୍‌ଜିଦ୍‌ର ଶୃଙ୍ଖଳା ଦୃଷ୍ଟିରୁ ଏହି ନିଷ୍ପତ୍ତି ନିଆଯାଇଛି।’ସେ ଆହୁରି ବି କହିଛନ୍ତି ଯେ ପରିବାର ସଦସ୍ୟଙ୍କ ସହ ଆସିବାରେ କୌଣସି ଅସୁବିଧା ନାହିଁ। ମାତ୍ର ଏହାକୁ ସାକ୍ଷାତ୍‌ସ୍ଥଳୀ ବନାଇବା, ପାର୍କ ବୋଲି ଭାବିବା, ଟିକ୍‌ଟକ୍‌ ଭିଡିଓ ବନାଇବା, ନୃତ୍ୟ ପ୍ରଦର୍ଶନ କରିବା କୌଣସି ବି ଧର୍ମସ୍ଥଳୀ ପାଇଁ ଉଚିତ ନୁହେଁ। ମସ୍‌ଜିଦ୍‌ର ମାନ ପୂର୍ବ ପରି ବଜାୟ ରଖିବା ପାଇଁ ପ୍ରଶାସନ ଏହି ନିଷ୍ପତ୍ତି ନେଇଥିବା ସେ କହିଛନ୍ତି।

Leave A Reply

Your email address will not be published.