ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ଛାତ୍ରଛାତ୍ରୀଙ୍କ ପାଇଁ ସୋଆ କ୍ୟାମ୍ପସ୍‌ରେ ଇ-ସ୍କୁଟର ବ୍ୟବସ୍ଥା

0

ଭୁବନେଶ୍ୱର: କ୍ୟାମ୍ପସ୍ ଭିତରେ ବୁଲିବା ହେଉ ଅଥବା ସହର ମଧ୍ୟରେ ଯିବା ଆସିବା ପାଇଁ ସୋଆ ଛାତ୍ରଛାତ୍ରୀଙ୍କ ନିମନ୍ତେ ଏବେ ଇ-ସ୍କୁଟର ଉପଲବ୍ଧ । ପୂର୍ବରୁ ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌) ପରିସରରେ ୧୦୦ ଇ-ସ୍କୁଟର ବ୍ୟବହାର କରାଯାଉଥିବା ବେଳେ ଗୁରୁବାର ଦିନ ସୋଆର କ୍ୟାମ୍ପସ୍ ୨ରେ ୨୦ଟି ଇ-ସ୍କୁଟରକୁ ବ୍ୟବହାର ଆରମ୍ଭ ହୋଇଛି । ଏହି ବ୍ୟବସ୍ଥା ଶୀଘ୍ର ଅନ୍ୟ ସୋଆ କ୍ୟାମ୍ପସ୍‌ରେ ମଧ୍ୟ ଉପଲବ୍ଧ ହେବ ବୋଲି କହିଛନ୍ତି ଡ୍ରାଇଭ ନାମକ ଷ୍ଟାର୍ଟ-ଅପ୍‌ର ସହ ପ୍ରତିଷ୍ଠାତା ତଥା ସିଇଓ ଶ୍ରୀ ଅଙ୍କୁର ବି. ପଟେଲ ।

ଏହି ଅବସରରେ ବିଶ୍ୱବିଦ୍ୟାଳୟରେ ଇ-ସ୍କୁଟର ବ୍ୟବହାର ନିମନ୍ତେ ଏକ ଚୁକ୍ତିପତ୍ର ସ୍ୱାକ୍ଷରିତ ହୋଇଥିବାବେଳେ ସୋଆର ଉପସଭାପତି ଶ୍ରୀମତି ଶାଶ୍ୱତୀ ଦାସଙ୍କ ଉପସ୍ଥିତିରେ କ୍ୟାମ୍ପସ୍ ୨ରେ ଇ-ସ୍କୁଟରର ପ୍ରଚଳନ ଆରମ୍ଭ କରାଯାଇଛି । ଏହି ଇ- ସ୍କୁଟରଗୁଡ଼ିକ ଛାତ୍ରଛାତ୍ରୀମାନଙ୍କର ଉଚିତ୍ ବ୍ୟବହାରରେ ଆସିବ ଏବଂ କ୍ୟାମ୍ପସ୍‌ଗୁଡ଼ିକ ପ୍ରଦୂଷଣମୁକ୍ତ ହୋଇପାରିବ ବୋଲି ଶ୍ରୀମତି ଦାସ ଏହି ଅବସରରେ କହିଛନ୍ତି । ଆଗାମୀ ଦିନରେ ସୋଆର ସବୁ କ୍ୟାମ୍ପସ୍‌ରେ ଇ-ସ୍କୁଟର ପ୍ରଚଳନ କରାଯିବ ବୋଲି ସେ କହିଛନ୍ତି ।

ସୋଆର ପୂର୍ବତନ ଛାତ୍ର ଶ୍ରୀ ପଟେଲ୍ ଏହି ଷ୍ଟାର୍ଟଅପ ଆରମ୍ଭ କରିଥିବା ବେଳେ କହିଛନ୍ତି ଯେ ଏହି ଇ- ସ୍କୁଟରକୁ ଭଡ଼ାରେ ନେବା ନିମନ୍ତେ ଛାତ୍ରଛାତ୍ରୀମାନଙ୍କୁ କିଲୋମିଟର ପ୍ରତି ୭୦ ପଇସା ଏବଂ ମିନିଟ୍ ପ୍ରତି ୪୦ ପଇସା ଦେବାକୁ ପଡିବ । କ୍ୟାମ୍ପସ୍‌ର ଡିମାଣ୍ଡ ଅନୁସାରେ ଇ-ସ୍କୁଟରର ସଂଖ୍ୟା ମଧ୍ୟ ବୃଦ୍ଧି କରାଯିବ ବୋଲି ସେ କହିଛନ୍ତି । ଏହି ଅବସରରେ ଛାତ୍ରଛାତ୍ରୀମାନେ କହିଛନ୍ତି ଯେ କ୍ୟାମ୍ପସ୍‌ରେ ବୁଲିବା ଖୁବ୍ ସହଜ ହେବ । ବିଭିନ୍ନ କ୍ୟାମ୍ପସ୍‌ରେ ଏହାର ରି-ଚାର୍ଜିଂ ସୁବିଧା ମଧ୍ୟ ରହିଛି ।

ଏହି ଅବସରରେ ଆଇଟିଇଆର୍‌ର ଡିନ୍ ପ୍ରଫେସର ପ୍ରଦୀପ କୁମାର ସାହୁ, ଆଇବିସିଏସ୍ ଡିନ୍ ପ୍ରଫେସର ଅନୁପ କୁମାର ସାମନ୍ତରାୟ, ଆଇଡିଏସ୍ ଡିନ୍ ପ୍ରଫେସର ନୀତା ମହାନ୍ତି ଏବଂ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.