ପ୍ରମୁଖ ଖବର

ଭଞ୍ଜନଗର ଜଳଭଣ୍ଡାରରେ ବୁଡି ଦୁଇ କଲେଜ୍ ଛାତ୍ରଙ୍କ ମୃତ୍ୟୁ
ପଶ୍ଚିମବଙ୍ଗରେ ନିର୍ବାଚନ ପୂର୍ବରୁ ଟିଏମ୍‌ସି ନେତାଙ୍କ ଘରେ ଆୟକର ଚଢଉ
ସ୍ମାର୍ଟଫୋନ୍‌ରେ ଆଧାର ଆପ୍‌ ପ୍ରି-ଇନଷ୍ଟଲେସନ୍‌ ପ୍ରସ୍ତାବକୁ ପ୍ରତ୍ୟାହାର କଲେ ସରକାର
ତାମିଲନାଡୁର ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ: ୧୬ ମୃତ
ଇଟାଲୀରେ ଗୁରୁଦ୍ୱାର ବାହାରେ ଗୁଳିକାଣ୍ଡ: ଦୁଇ ଭାରତୀୟ ଶିଖଙ୍କ ମୃତ୍ୟୁ
ଖୋର୍ଦ୍ଧାରେ ୨୦ରୁ ୨୩ ପର୍ଯ୍ୟନ୍ତ ସ୍କୁଲ ଛୁଟି
ଫିରୋଜାବାଦରେ ଭୟଙ୍କର ଅଗ୍ନିକାଣ୍ଡ: ୬୦ରୁ ଅଧିକ ଦୋକାନ ଜଳି ଛାରଖାର
ମହିଳା ସଂରକ୍ଷଣ ବିଲ୍ ବାବଦରେ ବିଜେପି ଦେଶବାସୀଙ୍କୁ ଭ୍ରମିତ କରୁଛି: ବିଜେଡି

ଖୁବଶୀଘ୍ର ଆସିପାରେ ଏଚ୍ଆଇଭି ଟୀକା

0

ନ୍ୟୁଜ୍ ବ୍ୟୁରୋ; ଏଚ୍ଆଇଭି ଆକ୍ରାନ୍ତଙ୍କ ପାଇଁ ଆସିଛି ଆଶ୍ୱସ୍ତିକର ଖବର । ଏଣିକି ସୁସ୍ଥ ହୋଇପାରିବେ ମାରାତ୍ମକ ଏଡସରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତି । କାରଣ ଖୁବଶୀଘ୍ର ମିଳିପାରେ ଏଚଆଇଭି ଟୀକା । ପରୀକ୍ଷାମୂଳକଭାବେ ପ୍ରସ୍ତୁତ ହୋଇଥିବା ଟିକାର ପରୀକ୍ଷଣ ୯୭ ପ୍ରତିଶତ ସଫଳ ହୋଇଥିବା ଜଣାପଡିଛି ।

ଟେକ୍ସସାସ୍ ବିଶ୍ୱବିଦ୍ୟାଳୟ ଦ୍ୱାରା ଜାରି ଏକ ରିପୋର୍ଟରେ କୁହାଯାଇଛି କି ସଂକ୍ରମଣରେ ଶିକାର ହେଉଥିବା ରୋଗୀଙ୍କ ଶରୀରରୁ ରୋଗ ପ୍ରତିଷେଧକ ଦ୍ରୁତ ଗତିରେ ହାସ୍ର ପାଇଥାଏ । ଚିକିତ୍ସା ପଦ୍ଧତି ନଥିବାରୁ ରୋଗୀମାନେ ପ୍ରାଣ ମଧ୍ୟ ହରାଉଛନ୍ତି । ଏବେ କ୍ଲିନିକାଲ ଟ୍ରାଏଲ ସଫଳ ହେବା ପରେ ନୂଆ ଆଶା ସୃଷ୍ଟି ହୋଇଛି ।

ବୈଜ୍ଞାନିକମାନେ କରିଥିବା ଏହି କ୍ଲିନିକାଲ ଟ୍ରାଏଲ ୯୭ ପ୍ରତିଶତ ଭାବେ ଏଚଆଇଭି ବିରୋଧରେ କାମ କରୁଥିବା ଜଣାପଡିଛି । ଏହି ପରୀକ୍ଷଣ ୩୬ଜଣ ସ୍ୱେଚ୍ଛାସେବୀଙ୍କ ଉପରେ କରାଯାଇଥିଲା । ଏମାନଙ୍କ ମଧ୍ୟରୁ ୩୫ଜଣଙ୍କ ଦେହରେ ଆଟିଂବଡି ତିଆରି ହୋଇଛି । ତେବେ ଏହା ଏଚଆଇଭି ବିରୋଧରେ କେତେ ଫଳପ୍ରଦ ହେବ ତାହା ସ୍ପଷ୍ଟ ହୋଇନି । ଏହି ଭ୍ୟାକସିନର କୌଣସି ପାଶ୍ୱର୍ପ୍ରତିକ୍ରିୟା ଦେଖିବାକୁ ମିଳିନି । ଦୁଇଟି ଡୋଜ ସହ ବୁଷ୍ଟର ଡୋଜର ମଧ୍ୟ ଆବଶ୍ୟକ ପଡିପାରେ ।


Leave A Reply

Your email address will not be published.