ପ୍ରମୁଖ ଖବର

କମନୱେଲଥ୍ ଗେମ୍ସ: ଅଷ୍ଟମ ଦିନରେ ଭାରତର ୬ ପଦକ, ମୋଟ ସଂଖ୍ୟା ୨୩
ରାଜ୍ୟ କ୍ୟାବିନେଟରେ ୧୧ ପ୍ରସ୍ତାବକୁ ମଞ୍ଜୁରି
ସୁନ୍ଦରଗଡ଼ରେ ହାତୀ ଆତଙ୍କ: ଦନ୍ତା ଆକ୍ରମଣରେ ୨ ମୃତ
ଭୋଗପୁରମରେ ଆଲୁରି ସୀତାରାମ ରାଜୁ ଅନ୍ତର୍ଜାତୀୟ ବିମାନବନ୍ଦର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ
ଆକାଶମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
୧୯ ବର୍ଷ ପରେ କଲକାତା ଫେରିଲେ ତସଲିମା ନସରିନ୍
ରାଷ୍ଟ୍ରପତି ଭବନରେ ଚମକିଲା ଓଡ଼ିଶାର ୩ ଷ୍ଟାର୍ଟଅପ୍
ଶସ୍ତା ହେଲା କମର୍ସିଆଲ ଗ୍ୟାସ ସିଲିଣ୍ଡର, ବଢ଼ିଲା ବିମାନ ଇନ୍ଧନ ଦର

ପୁଣି ଆରମ୍ଭ ହେବ ଇ-ଭିସା ବ୍ୟବସ୍ଥା

0

ନୂଆଦିଲ୍ଲୀ; କେନ୍ଦ୍ର ସରକାରଙ୍କ ବଡ ଘୋଷଣା । ବ୍ରିଟିଶ ନାଗରିକଙ୍କ ପାଇଁ ପୁଣି ଆରମ୍ଭ ହେବ ଇ-ଭିସା ବ୍ୟବସ୍ଥା । କରୋନା ମହାମାରୀ ପରେ ୨୦୨୦ ମାର୍ଚ୍ଚ ପରଠୁ ଇ-ଭିସା ନୀତି କାର୍ଯ୍ୟକାରୀ ହେଉନଥିଲା । ତେବେ ଆଗକୁ କ୍ରିଷ୍ଟମାସ ଆସୁଥିବାରୁ ଏହାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛନ୍ତି ଭାରତ ସରକାର ।

ସୂଚନା ଅନୁଯାୟୀ ଏହି ବର୍ଷ ଆରମ୍ଭରୁ କେବଳ ୟୁକେ ଓ କାନାଡ଼ା ଭଳି କେତେକ ହାତ ଗଣତି ଦେଶକୁ ଛାଡ଼ିଦେଲେ, ଅନ୍ୟ ଦେଶର ନାଗରିକଙ୍କ ପାଇଁ ଇ-ଭିସା ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଥିଲା । ଏହି ଭିସା ୱେବସାଇଟ୍ ଖୁବଶୀଘ୍ର ଖୋଲିବାକୁ ଯାଉଥିବା ବେଳେ ବ୍ରିଟେନ୍ ନାଗରିକମାନେ ଏଣିକି ଆବେଦନ କରିପାରିବେ । ସେପଟେ ଶୀତ ଋତୁ ପୂର୍ବରୁ ବ୍ରିଟିଶ ନାଗରିକଙ୍କ ପାଇଁ ଇ-ଭିସା ନୀତି କାର୍ଯ୍ୟକାରୀ ହେବା ପରେ ଏହାକୁ ସ୍ୱାଗତ କରିଛନ୍ତି ଦେଶର ବିଭିନ୍ନ ଟ୍ରାଭେଲ ଓ ଟୁରିଜିମ୍ ସଂସ୍ଥା ।

Leave A Reply

Your email address will not be published.