ପ୍ରମୁଖ ଖବର

ଦୁର୍ନୀତି ଅଭିଯୋଗରେ ଜଳସମ୍ପଦ ବିଭାଗର ୩ ଯନ୍ତ୍ରୀ ନିଲମ୍ବିତ
ଡଲାର ତୁଳନାରେ ୫୬ ପଇସା ଖସିଲା ଟଙ୍କା
କ୍ୟୁବାରେ ୬.୧ ଓ ଫିଲିପାଇନ୍ସରେ ୮.୧ ତୀବ୍ରତାର ଭୂକମ୍ପ; ଫିଲିପାଇନ୍ସରେ ୩୨ ମୃତ, ସୁନାମି ସତର୍କତା ଜାରି
ମମତା ବାନାର୍ଜୀଙ୍କ ବାସଭବନରେ ସିଆଇଡି ଚଢ଼ାଉ
ମହାରାଷ୍ଟ୍ରର ଜଳଗାଓଁରେ ଭୟାବହ ସଡ଼କ ଦୁର୍ଘଟଣା: ୬ ମୃତ
ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ଘୋଷଣା: ‘ଦୀଘା ଜଗନ୍ନାଥ ଧାମ’ରୁ ହଟିବ ‘ଧାମ’ ଶବ୍ଦ
ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି: ଗରିବ ହିତାଧିକାରୀଙ୍କ ପାଇଁ ଘର ପଞ୍ଜୀକରଣ ଖର୍ଚ୍ଚ ହ୍ରାସ

ଫିଫା ୱାର୍ଲ୍ଡକପର ଉଦଘାଟନ କରିବେ ଦୀପିକା

0

ନ୍ୟୁଜ୍ବ୍ୟୁରୋ; ବଲିଉଡର ମୋଷ୍ଟ ପପୁଲାର ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ମିଳିଲା ବଡ ସମ୍ମାନ । ଫିଫା ବିଶ୍ୱକପ ଟ୍ରଫିର ଉଦଘାଟନ କରିବେ ଅଭିନେତ୍ରୀ ଦୀପିକା । ଯେଉଁଥିପାଇଁ ବର୍ତ୍ତମାନ ଠାରୁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ତେବେ ଦୀପିକା ପାଦୁକୋନ ହେଉଛନ୍ତି ପ୍ରଥମ ଅଭିନେତ୍ରୀ, ଯିଏକି ବିଶ୍ୱର ସର୍ବାଧିକ କ୍ରୀଡା ଇଭେଣ୍ଟରେ ଏଭଳି ସମ୍ମାନ ପାଇଛନ୍ତି । ଏଥିସହିତ ସେ ଡିସେମ୍ବର ୧୮ରେ କତାରର ଲୁସେଲ ଆଇକନିକ ଷ୍ଟାଡିୟମରେ ହେବାକୁ ଥିବା ଫିଫା ବିଶ୍ୱକପ ଟ୍ରଫି ଉଦ୍ଘାଟନ କରିବେ ବୋଲି କୁହାଯାଉଛି ।

ତେବେ ଏହାପୂର୍ବରୁ ଏହି ବିଶ୍ୱକପ ମ୍ୟାଚ୍‌ ସମୟରେ ଅଭିନେତ୍ରୀ ନୋରା ଫତେହି ମଧ୍ୟ ଫିଫା ଫ୍ୟାନ୍ ଫେଷ୍ଟରେ ଫରଫର୍ମ କରିଥିଲେ । ସେ ବିଶ୍ୱକପର ଗୀତ ‘ଲାଇଟ୍ସ ଦି ସ୍କାଏ’ରେ ନାଚୁଥିବା ବେଳେ ଫିଫା ବିଶ୍ୱକପ ମଞ୍ଚରେ ନିଆଁ ଲଗାଇ ଦେଇଥିଲେ। ଏଥିସହିତ ଅଭିନେତ୍ରୀ ନୋରା ତ୍ରିରଙ୍ଗାକୁ ଓଲଡା ଉଡାଇବା ସହ ତାକୁ ଦେହରେ ମଧ୍ୟ ଗୁଡାଇ ହୋଇଥିଲେ । ଯେଉଁ କାରଣରୁ ସେ ଟ୍ରୋଲର ମଧ୍ୟ ଶିକାର ହୋଇଥିଲେ ।

ସୂଚନା ଅନୁଯାୟୀ, କାତାରରେ ଫିଫା ୱାର୍ଲ୍ଡକପ୍‌ ୨୦୨୨ ଚାଲିଥିବା ବେଳେ ଏଥିରେ ବିଶ୍ୱର ଅନେକ ଫୁଟବଲ ଦଳ ଅଂଶଗ୍ରହଣ କରିଛନ୍ତି । ଏଥିସହିତ ସେମାନେ ନିଜର ଦମଦାର ପ୍ରଦର୍ଶନ ମଧ୍ୟ ଦେଖାଉଛନ୍ତି । ତେବେ ଏହି ଫିଫା ୱାର୍ଲ୍ଡକପ୍‌ ଟ୍ରଫିର ଫାଇନାଲ ରାଉଣ୍ଡ ଡିସେମ୍ବର ୧୮ ରେ ଅନୁଷ୍ଠିତ ହେବ । ଯାହାକୁ ନେଇ ଖେଳ ପ୍ରେମୀଙ୍କ ମନେରେ ଉତ୍ସାହ ଭରି ରହିଛି

Leave A Reply

Your email address will not be published.