ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ଡ. ଗାୟତ୍ରୀବାଳା ପଣ୍ଡାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର

0

୨୦୨୨ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାରରେ ସମ୍ମାନିତ ହେବେ ଓଡ଼ିଆ ଭାଷାରେ କବି ଡ. ଗାୟତ୍ରୀବାଳା ପଣ୍ଡା । କବିତା ପୁସ୍ତକ ‘ଦୟାନଦୀ’ ପାଇଁ ସେ ମର୍ଯ୍ୟାଦାଜନକ ସାହିତ୍ୟ ଏକାଡେମୀ ୨୦୨୨ ପାଇଁ ମନୋନୀତ ହୋଇଛନ୍ତି । ପୁରସ୍କାର ସ୍ୱରୂପ ୧ ଲକ୍ଷ ଟଙ୍କା ଅର୍ଥରାଶି ଓ ତାମ୍ର ଫଳକ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପକ୍ଷରୁ ଏକ ସ୍ୱତନ୍ତ୍ର ଉତ୍ସବରେ ତାଙ୍କୁ ପ୍ରଦାନ କରାଯିବ । କବିତା ସଂକଳନ ‘ଦୟାନଦୀ’ କଳିଙ୍ଗ ଯୁଦ୍ଧ ଉପରେ ଆଧାରିତ । ଏଥିରେ ଉତ୍ସର୍ଗ ଓ ପରିଶିଷ୍ଟକୁ ମିଶେଇ ୬୪ଟି କବିତା ରହିଛି ।

ଗାୟତ୍ରୀବାଳା ଏକାଧାରରେ ଜଣେ କବି, ଲେଖିକା, ଏବଂ ଗାଳ୍ପିକା । ତାଙ୍କ ଲିଖିତ କବିତା ଗୁଡିକ ଭିତରେ ଆହତ ପ୍ରତିଶୃତି, ଅସ୍ପଷ୍ଟ ଈଶ୍ୱର, ଗାଁ, ଯେତିକି ଦିଶୁଛି ଆକାଶ, ଆଖି ନାହିଁ କାନ ନାହିଁ, ବାଘ ଆଦି ଅନ୍ୟନ୍ୟ । ସେହିପରି ବିର୍ସଜନ, ନିଜକୁ ନେଇ ସତ ଗପ ଆଦି ତାଙ୍କ ଲିଖିତ କ୍ଷୁଦ୍ର ଗଳ୍ପ ପାଠକ ବେଶ୍ ପସନ୍ଦ କରିଛନ୍ତି । ଦୀର୍ଘ ତିନି ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟ କାଳ କବିତା, ଗପ, ଉପନ୍ୟାସ, ପ୍ରବନ୍ଧ ଓ ଖବରକାଗଜରେ ସ୍ତମ୍ଭ ରଚନା କରି ଯଥେଷ୍ଟ ପାଠକୀୟ ସ୍ୱୀକୃତି ହାସଲ କରିଥିବା କବି ଗାୟତ୍ରୀବାଳା ପଣ୍ଡାଙ୍କର ଅଦ୍ୟାବଧି ୨୫ଖଣ୍ଡ ପୁସ୍ତକ ପ୍ରକାଶ ପାଇଛି । ସେଥିମଧ୍ୟରୁ ଓଡ଼ିଆ ଭାଷାରେ ବାରଟି କବିତା ସଂକଳନ, ଦୁଇଟି ଗଳ୍ପ ସଂକଳନ, ଦୁଇଟି ଉପନ୍ୟାସ ଏବଂ ଗୋଟିଏ ପ୍ରବନ୍ଧ ସଂକଳନ ପ୍ରକାଶ ପାଇଛି ।

ଏହା ପୂର୍ବରୁ ଗାୟତ୍ରୀବାଳା ୨୦୧୧ରେ କବିତା ସଂକଳନ “ଗାଁ” ପାଇଁ ପ୍ରଥମ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ଯୁବ ପୁରସ୍କାର ପାଇଥିଲେ । ଗାୟତ୍ରୀବାଳା, ୧୯୭୭ ମସିହା ଅପ୍ରେଲ ୧୭ ତାରିଖରେ ଜଗତସିଂହପୁର ଜିଲ୍ଲାର ସାଦେଇପୁରଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଗୋଲକ ବିହାରୀ ପଣ୍ଡା ଓ ମାତାଙ୍କ ନାମ ଅରୁଣିମା ପଣ୍ଡା ଏବଂ ସେ ରାଜ୍ୟସଭା ସାଂସଦ ମାନସ ରଂଜନ ମଙ୍ଗରାଜଙ୍କ ଧର୍ମପତ୍ନୀ ।
ଗାୟତ୍ରୀବାଳା, ପ୍ରାୟ ଛଅ ସାତ ବର୍ଷ ବୟସରୁ କବିତା ଲେଖିବା ଆରମ୍ଭ କରିଥିଲେ । ଗାୟତ୍ରୀବାଳାଙ୍କ ଜେଜେବାପା ଜଣେ ଉପନ୍ୟାସିକ ଥିଲେ ଓ ତାଙ୍କଠାରୁ ଗାୟତ୍ରୀବାଳା ଅନୁପ୍ରାଣିତ ହୋଇଥିଲେ । ପିଲାବେଳରୁ ସେ, ନିଜ ଦୁଃଖ ଓ ଅସହୟତା ଯାହାକୁ ଅନ୍ୟଭାବରେ କହି ପାରୁନଥିଲେ ତାହା କବିତା ମାଧ୍ୟମରେ ପ୍ରକାଶ କରିପାରୁଥିଲେ । ବାର ବର୍ଷ ହେବା ବେଳକୁ, ତାଙ୍କର ପ୍ରଥମ କବିତା ପ୍ରକାଶିତ ହୋଇସାରିଥିଲା । ୨୦୦୦ ମସିହାରେ, ରାଜ୍ୟ ଯୁବ ପୁରସ୍କାର ତାଙ୍କୁ ଲୋକଲୋଚନକୁ ଆଣିବାରେ ସହାୟକ ହୋଇଥିଲା ।

ସାହିତ୍ୟ ଏକାଡେମୀ ପୁରସ୍କାର ନେଇ ଡ. ଗାୟତ୍ରୀବାଳା କହିଛନ୍ତି କି, ଏହି ମର୍ଯ୍ୟାଦାଜନକ ପୁରସ୍କାର ମତେ ନୁହେଁ, ମୋ ଲିଖିତ କବିତା ପୁସ୍ତକ ‘ଦୟାନଦୀ’ ପାଇଁ ମତେ ମିଳିଛି ଓ ଏହି ପୁରସ୍କାର ହେଉଛି ପାଠକଙ୍କ ଶ୍ରଦ୍ଧା ଓ ସଦିଚ୍ଛା ବୋଲି ଡ. ଗାୟତ୍ରୀବାଳା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି । ଏହା ସହ ଏହା ତାଙ୍କୁ ତାଙ୍କର ଲେଖନୀ ପ୍ରତି ଆହୁରି ଦାୟିତ୍ୱବଦ୍ଧ କରିବ ବୋଲି କହିଛନ୍ତି । ତେବେ ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ, ଅଗ୍ରଜ ସାହିତି୍ୟକ ଓ ସତୀର୍ଥଙ୍କ ଶୁଭେଚ୍ଛା, ପରିବାରର ପ୍ରେରଣା ଓ ସହଯୋଗ ଯୋଗୁଁ ଏହି ସମ୍ମାନ ତାଙ୍କୁ ମିଳିପାରିଛି ବୋଲି ସେ କହିଛନ୍ତି ।

Leave A Reply

Your email address will not be published.