ପ୍ରମୁଖ ଖବର

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ସରକାରୀ ଅଫିସ୍‌ରେ ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ ବ୍ୟବହାର ମନା
ଇତିହାସ ରଚିଲା ଇସ୍ରୋ; ସଫଳତାର ସହ ଲଞ୍ଚ ହେଲା ବିଶ୍ବର ମହଙ୍ଗା ସାଟେଲାଇଟ୍‌ ‘ନିସାର’
ରୁଷର କାମଚଟକା ଉପଦ୍ୱୀପରେ ୮.୮ ତୀବ୍ରତାର ଏକ ସୁପରପାୱାର ଭୂମିକମ୍ପ ଅନୁଭୂତ
ଜମ୍ମୁକାଶ୍ମୀରରେ ଏନ୍‌କାଉଣ୍ଟର; ୨ ଆତଙ୍କବାଦୀ ନିପାତ
ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ୬ ଜଣ ଡାଟା ଏଣ୍ଟ୍ରି ଅପେରଟର ଗିରଫ
ଡାକ ବିଭାଗର ବଡ ନିଷ୍ପତ୍ତି, ସେପ୍ଟେମ୍ବର ୧ରୁ ବନ୍ଦ ହେବ ରେଜିଷ୍ଟର୍ଡ ପୋଷ୍ଟ
ଜମ୍ମୁକାଶ୍ମୀର: ନଦୀକୁ ଖସିଲା ସୁରକ୍ଷା କର୍ମୀଙ୍କୁ ନେଇ ଯାଉଥିବା ବସ୍

କୋଭିଡ ସ୍ଥିତି ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସମୀକ୍ଷା ବୈଠକ

0

ଭୁବନେଶ୍ବର; ଗତ କିଛି ଦିନ ଧରି ବିଦେଶରେ ବଢ଼ିଚାଲିଛି କରୋନା ସଂକ୍ରମଣ । ଏହାର ଭୟବହତା ନଜରରେ ରଖି ନୂଆ ଆଡଭାଇଜରି ଜାରି କରିଛି ସ୍ୱାସ୍ଥ୍ୟ ବିଭାଗ । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସମୀକ୍ଷା ବୈଠକରେ ସ୍ୱାସ୍ଥ୍ୟ ସଚିବ ସାଲିନି ପଣ୍ଡିତ କହିଥିଲେ, ଆମ ରାଜ୍ୟରେ କରୋନା ସ୍ଥିତି ଭଲ ରହିଛି । ନଭେମ୍ବରଠାରୁ ଦୈନିକ ସଂକ୍ରମଣ ମାମଲା ୧୫ରୁ କମ୍ ରହିଛି । ରାଜ୍ୟରେ ଟେଷ୍ଟିଂ ସ୍ତର ଜାତୀୟ ତୁଳନାରେ ଅଧିକ ଅଛି ।

ତେବେ ଆଇସିଏମଆର ଗାଇଡଲାଇନ ଅନୁସାରେ ଟେଷ୍ଟିଂ ଓ ସର୍ଭିଲାନ୍ସ ଜାରି ରହିବ । କୋଭିଡ ପଜିଟିଭ ଚିହ୍ନଟ ହେଲେ ଜେନମ ସିକ୍ୟୁଏନ୍ସିଂ କରାଯାଉଛି । ସେହିପରି RMRC, ILS ମାଧ୍ୟମରେ ସମ୍ପୂର୍ଣ୍ଣ ଜେନମ ସିକ୍ୟୁଏନ୍ସିଂ କରାଯାଉଥିବା କହିଛନ୍ତି ଶାଳୀନ ପଣ୍ଡିତ । ବିମାନ ବନ୍ଦର ଗୁଡିକରେ ଗାଇଡଲାଇନ ଅନୁସାରେ ସର୍ଭିଲାନ୍ସ ହେବ । କଟକ, ବ୍ରହ୍ମପୁର, ବୁର୍ଲା ମେଡିକାଲରେ ୨୦ଟି ଲେଖାଏଁ ବେଡ୍ ପ୍ରସ୍ତୁତ ଅଛି  । ଏହା ୨୦୨୩ ମାର୍ଚ୍ଚ ପର୍ଯ୍ୟନ୍ତ ଜାରି ରହିବ  । ଆବଶ୍ୟକସ୍ଥଳେ ବେଡ୍ ସଂଖ୍ୟା ବୃଦ୍ଧି ପାଇଁ ପ୍ରଶାସନ ପ୍ରସ୍ତୁତ ଅଛି  ।

ଏହାଛଡା ସବୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶଯ୍ୟା ସହ ପର୍ଯ୍ୟାପ୍ତ ଅକ୍ସିଜେନ ରହିଛି  । ସବୁ ଡାକ୍ତରଖାନାରେ ୨୭ତାରିଖରୁ ହେବ ମକଡ୍ରିଲ୍  । ସବୁ ମେଡିକାଲରେ ମାନବ ସମ୍ବଳ, ପରିବହନ, ଔଷଧ, ଶଯ୍ୟା ରହିଥିବା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶିକା ଶାଳୀନ ପଣ୍ଡିତ  । ବ୍ୟକ୍ତିଗତ ଭାବେ କୋଭିଡ ପ୍ରତି ସତର୍କ ରହିବାକୁ ଆଡଭାଇଜରୀ ଆସିବ । ମାସ୍କ ବ୍ୟବହାର, ହାତ ଧୋଇବା ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦିଆଯାଇଛି ।

Leave A Reply

Your email address will not be published.