ପ୍ରମୁଖ ଖବର

ଭୂଦାନ ଜମିର ପଞ୍ଜିକରଣ-ମ୍ୟୁଟେସନ୍‌ରେ ରୋକ, ଡିଜିଟାଲ ଡାଟାବେସ୍‌ ପ୍ରସ୍ତୁତି
ୟୁରୋପକୁ ଅଶୋଧିତ ତୈଳ ଯୋଗାଣ ବନ୍ଦ କଲା ସାଉଦି
NISER ହଷ୍ଟେଲ ଛାତରୁ ପଡ଼ି ଛାତ୍ର ମୃତ
ପ୍ରତ୍ୟାହାର ନିଷ୍ପତ୍ତି ବଦଳାଇଲେ ମମତାଙ୍କ ପ୍ରାର୍ଥୀ
ମଧ୍ୟପ୍ରଦେଶରେ ନାଳରେ ଭାସିଗଲା କାର, ୭ ଓଡ଼ିଆଙ୍କ ସମେତ ୮ ମୃତ
ଘରୋଇ ବିଶ୍ୱବିଦ୍ୟାଳୟ ଲାଭ ପାଇଁ ଚାଲିପାରିବ ନାହିଁ: ସୁପ୍ରିମକୋର୍ଟ
ଟିଏମ୍‌ସିର ନାମ-ଚିହ୍ନ ଫ୍ରିଜ୍, ସୁପ୍ରିମକୋର୍ଟରେ ମମତା

ଶେଷ ହେଲା ସଂସଦର ଶୀତ ଅଧିବେଶନ

0

ନୂଆଦିଲ୍ଲୀ; ସମୟ ପୂର୍ବରୁ ଶେଷ ହେଲା ସଂସଦର ଶୀତକାଳୀନ ଅଧିବେଶନ । ଧାର୍ଯ୍ୟ ସମୟର ୬ ଦିନ ପୂର୍ବରୁ ଶେଷ ହୋଇଛି ଅଧିବେଶନ। ଆଜିଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସଂସଦ ମୁଲତବି ଘୋଷଣା ହୋଇପାରେ। ଲୋକସଭା ଏବଂ ରାଜ୍ୟସଭାକୁ ଅନିଶ୍ଚିତକାଳ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ଲୋକସଭାରେ ଚଳିତ ଅଧିବେଶନରେ ୧୩ଟି ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ପୂରା ଅଧିବେଶନ ୬୮ ଘଣ୍ଟା ୪୨ ମିନିଟ ଚାଲିଥିଲା ।

ସେହିଭଳି ୯ଟି ସରକାରୀ ବିଧେୟକ ଉପସ୍ଥାପନ କରାଯାଇଥିବା ବେଳେ ୭ ଟି ବିଧେୟକ ପାରିତ ହୋଇଥିଲା । ସାଂସଦମାନେ ୩୭୪ଟି ପ୍ରସଙ୍ଗ ଉଠାଇଥିବା ବେଳେ ଡିସେମ୍ବର ୨୦ ଏବଂ ୨୧ରେ ସଦନରେ ଦେଶରେ ମାଦକ ଦ୍ରବ୍ୟର ବଢୁଥିବା ଉପଯୋଗ ନେଇ ନିୟମ ୧୯୩ରେ ଚର୍ଚ୍ଚା ହୋଇଥିଲା । ଏଥିରେ ୫୧ ସଦସ୍ୟ ଭାଗ ନେଇ ସେମାନଙ୍କ ମତାମତ ରଖିଥିଲେ ।

ଶେଷରେ କେନ୍ଦ୍ର ଗୃହମନ୍ତ୍ରୀ ଏନେଇ ଉତ୍ତର ରଖିଥିଲେ ।ଗତ ଡିସେମ୍ବର ୭ ତାରିଖରୁ ଆରମ୍ଭ ହୋଇଥିବା ଅଧିବେଶନ ଆସନ୍ତା ୨୯ରେ ଶେଷ ହେବାର ଥିଲା। ଏହା ପୂର୍ବରୁ ଅନେକ ବିରୋଧୀ ସଦସ୍ୟ ମଧ୍ୟ ବଡ଼ଦିନ ଓ ନୂଆବର୍ଷ ଉପଲକ୍ଷେ ଅଧିବେଶନ ଆଗୁଆ ଶେଷ କରିବାକୁ ଅନୁରୋଧ କରିଥିଲେ।

Leave A Reply

Your email address will not be published.