ପ୍ରମୁଖ ଖବର

କେନ୍ଦୁଝରରେ କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଟେଣ୍ଟ, ୩ ମୃତ
ଇବୋଲାକୁ ନେଇ ସତର୍କ ଭାରତ, ସମସ୍ତ ରାଜ୍ୟ ସହ କେନ୍ଦ୍ରର ସମୀକ୍ଷା ବୈଠକ
ଝାରସୁଗୁଡ଼ା ଡିଏଚଏଚରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ୩ ଗିରଫ
ପଶ୍ଚିମବଙ୍ଗର ସମସ୍ତ ମଦ୍ରାସାରେ ‘ବନ୍ଦେ ମାତରମ୍’ ଗାନ ବାଧ୍ୟତାମୂଳକ
ପାକିସ୍ତାନରେ ପୁଲୱାମା ଆକ୍ରମଣର ମାଷ୍ଟରମାଇଣ୍ଡ ହମଜା ବୁରହାନ ନିହତ
ଝିଅକୁ ହତ୍ୟା କରି ଖଣ୍ଡ ଖଣ୍ଡ କଲା ବାପା, ଟ୍ରେନରେ ଛାଡିଦେଲା ମୃତଦେହ
ପେଟ୍ରୋଲ-ଡିଜେଲ ଦର ବୃଦ୍ଧିର ପ୍ରଭାବ: ମହଙ୍ଗା ହେଲା ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ
ରଥଯାତ୍ରା ପାଇଁ ଓଡ଼ିଶା ପୋଲିସର ବ୍ୟାପକ ପ୍ରସ୍ତୁତି, ଡିଜିପିଙ୍କ ଉଚ୍ଚସ୍ତରୀୟ ବୈଠକ

ନୂଆ ବର୍ଷରୁ ନୂଆ ଗାଇଡଲାଇନ୍

0

ନୂଆଦିଲ୍ଲୀ; ବିଶ୍ବରେ ପୁଣି ମୁଣ୍ଡ ଟେକିଲାଣି କରୋନା । ଚୀନ, ଆମେରିକା, ଜାପାନ ସମେତ ଅନେକ ଦଶରେ ମଧ୍ୟ କରୋନା ସଂକ୍ରମଣ ଅଣଆୟତ ହୋଇଛି । ଆଗକୁ କରୋନାର ୪ର୍ଥ ଲହର ଆସିବା ନେଇ ବୈଜ୍ଞାନିକ ଆକଳନ କରିଛନ୍ତି । ଭାରତରେ ଓମିକ୍ରନର BF.7 ଭ୍ୟାରିଏଣ୍ଟର କେସ୍ ମିଳିବା ପରେ ଲୋକମାନେ ଏହାକୁ ନେଇ ଚିନ୍ତିତ ହୋଇପଡିଛନ୍ତି । ସେପଟେ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଯେତେବେଳେ ଚୀନରେ କୋଭିଡ ସଂକ୍ରମଣ ବୃଦ୍ଧି ପାଇଛି, ସେତେବେଳେ ୪୦ ଦିନ ପରେ ଭାରତରେ ଏହାର ପ୍ରକୋପ ଦେଖିବାକୁ ମିଳିଛି ।

ଏହି କରୋନା ବିପଦ ମଧ୍ୟରେ କେନ୍ଦ୍ର ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି କି, ଜାନୁଆରୀ ପହିଲାରୁ ଚୀନ, ଜାପାନ, ଦକ୍ଷିଣକୋରିଆ, ସିଂଗାପୁର ଓ ଥାଇଲାଣ୍ଡରୁ ଭାରତ ଆସୁଥିବା ସମସ୍ତ ଯାତ୍ରୀଙ୍କ ପାଇଁ ଆରଟିପିସିଆର ଟେଷ୍ଟ ବାଧ୍ୟତାମୂଳକ କରାଯିବ । ଏହାସହ ସେଠାରୁ ଯାତ୍ରା କରିବା ପୂର୍ବରୁ ସେମାନଙ୍କର କୋଭିଡ ରିପୋର୍ଟ ବିମାନ ସୁବିଧା ପୋର୍ଟାଲରେ ଅପଲୋଡ କରିବା ବାଧ୍ୟତାମୂଳକ ।

ସୂଚନାଯୋଗ୍ୟ; ଏଣିକି ନୂଆବର୍ଷ ଅର୍ଥାତ ୨୦୨୩ ଜାନୁଆରୀ ୧ରୁ ଦେଶରେ ଲାଗୁ ହେବ ନୂଆ ନିୟମ। ଚାଇନା ଓ ଅନ୍ୟ ୫ ଦେଶରୁ ଆସୁଥିବା ଲୋକମାନଙ୍କୁ ଏଣିକି ନିଜର କରୋନା ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ ଭାବେ ଦେଖାଇବାକୁ ପଡ଼ିବ। ସେମାନେ ନେଗେଟିଭ ରିପୋର୍ଟ ଦେବା ପରେ ହିଁ ଭାରତ ଆସିବାକୁ ଅନୁମତି ପାଇବେ। ଚାଇନା, ହଂକଂ, ଜାପାନ, ଦକ୍ଷିଣ କୋରିଆ, ସିଙ୍ଗାପୁର ଓ ଥାଇଲ୍ୟାଣ୍ଡରୁ ଆସୁଥିବା ଲୋକମାନଙ୍କ ପାଇଁ ଆରଟିପିସିଆର ଟେଷ୍ଟ ବାଧ୍ୟତାମୂଳକ । ଏହି ସବୁ ଦେଶରୁ ଭାରତ ଆସିବାକୁ ଥିବା ଲୋକମାନେ ପ୍ରଥମେ ନିଜର ନେଗେଟିଭ ରିପୋର୍ଟ ଏୟାର ସୁବିଧା ପୋର୍ଟାଲରେ ଅପଲୋଡ କରିବେ। ଏହାପରେ ସେମାନଙ୍କୁ ଭାରତ ଅଭିମୁଖେ ଉଡ଼ାଣ କରିବାକୁ ଅନୁମତି ମିଳିବ ବୋଲି ସେ କହିଛନ୍ତି।

Leave A Reply

Your email address will not be published.