ପ୍ରମୁଖ ଖବର

୨୦୩୬ ସୁଦ୍ଧା ୫୦୦ ବିଲିୟନ ଡଲାର ଛୁଇଁବ ଓଡ଼ିଶାର ଅର୍ଥନୀତି: ମୁଖ୍ୟମନ୍ତ୍ରୀ
ଭୁବନେଶ୍ଵରରେ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା
ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଏଆରଆଇ
ଶ୍ରୀରାମ ମନ୍ଦିରରେ ଉଡ଼ିଲା ଧର୍ମଧ୍ୱଜା

ଲିଙ୍ଗରାଜ ମନ୍ଦିରରେ ନୀତି ବିଭ୍ରାଟ

0

ଭୁବନେଶ୍ବର; ବର୍ଷ ଆରମ୍ଭରୁ ଲିଙ୍ଗରାଜ ମନ୍ଦିରରେ ଦେଖାଦେଲାଣି ନୀତି ବିଭ୍ରାଟ । ଗତକାଲି ପୂର୍ବାହ୍ନ ସାଢ଼େ ୧୦ରୁ ବନ୍ଦ ରହିଛି ନୀତିକାନ୍ତି । ଉପାସରେ ଅଛନ୍ତି ଶ୍ରୀଲିଙ୍ଗରାଜ । ସୂଚନା ଅନୁଯାୟୀ, ଜଣେ ଅଣସେବାୟତ ମନ୍ଦିର ଭିତରେ ପ୍ରବେଶ କରିବାରୁ ବିବାଦ ହୋଇଛି ।

ବଡ଼ୁ ନିଯୋଗର କହିବା ଅନୁଯାୟୀ, ଶ୍ରୀଲିଙ୍ଗରାଜଙ୍କ ସମସ୍ତ ଭୋଗ ମାରା ହୋଇଥିଲା ଏବଂ ମାରା ଭୋଗକୁ ନପୋତି ବିକ୍ରି କରାଯାଇଥିଲା । ଏହାକୁ ନେଇ ଜିଦରେ ଅଟଳ ବଡ଼ୁ ନିଯୋଗ । ସମସ୍ୟାର ସମାଧାନ ନହେବା ଯାଏ ନୀତିକାନ୍ତି ବନ୍ଦ ରହିବ ବୋଲି ନିଷ୍ପତ୍ତି ନିଆଯାଇଛି । ସେପଟେ ସେବାୟତଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ବାରମ୍ବାର ସେବାୟତ ଙ୍କ ମଧ୍ୟରେ ସମନ୍ଵୟ ଅଭାବ ରୁ ଲିଂଗରାଜ ମହାପ୍ରଭୁ ଙ୍କ ନୀତିକାନ୍ତି ବନ୍ଦ ରହୁଛି । ଜିଲ୍ଲା ଏବଂ ମନ୍ଦିର ପ୍ରଶାସନ ହସ୍ତକ୍ଷେପ କରୁନଥିବାରୁ ଏଭଳି ବିଭ୍ରାଟ ହେଉଥିବା ଅଭିଯୋଗ କରିଛି ବ୍ରାହ୍ମଣ ନିଯୋଗ ।

Leave A Reply

Your email address will not be published.