ପ୍ରମୁଖ ଖବର

ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ମନ୍ତ୍ରୀ
ୟୁନିଟ୍-୧ ହାଟରେ ଲାଗିବ ଅତ୍ୟାଧୁନିକ ଫାୟାର ଫାଇଟିଂ ସିଷ୍ଟମ, ଅଗ୍ନିକାଣ୍ଡ ରୋକିବାକୁ ବିଏମସିର ମେଗା ପ୍ଲାନ
ଆଇଏସ୍‌ଆଇ ସହ ଲିଙ୍କ୍‌: ଦିଲ୍ଲୀରେ ଆଉ ୫ ଆତଙ୍କବାଦୀ ଗିରଫ
ପ୍ରବଳ ଖରା ପାଇଁ ଖୋର୍ଦ୍ଧାରେ ୧୯ରୁ ୨୫ ଜୁନ୍ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ
ଦୀର୍ଘକାଳୀନ ଅନୁପସ୍ଥିତ ଡାକ୍ତରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ଡେଲାଙ୍ଗ ଫରେଷ୍ଟର୍
ବିଜେପି ନେତାଙ୍କ ସହ ୩ ଜଣଙ୍କୁ ଜୀଅନ୍ତା ପୋଡ଼ିଦେଲେ ଦୁର୍ବୃତ୍ତ

ଲିଙ୍ଗରାଜ ମନ୍ଦିରରେ ନୀତି ବିଭ୍ରାଟ

0

ଭୁବନେଶ୍ବର; ବର୍ଷ ଆରମ୍ଭରୁ ଲିଙ୍ଗରାଜ ମନ୍ଦିରରେ ଦେଖାଦେଲାଣି ନୀତି ବିଭ୍ରାଟ । ଗତକାଲି ପୂର୍ବାହ୍ନ ସାଢ଼େ ୧୦ରୁ ବନ୍ଦ ରହିଛି ନୀତିକାନ୍ତି । ଉପାସରେ ଅଛନ୍ତି ଶ୍ରୀଲିଙ୍ଗରାଜ । ସୂଚନା ଅନୁଯାୟୀ, ଜଣେ ଅଣସେବାୟତ ମନ୍ଦିର ଭିତରେ ପ୍ରବେଶ କରିବାରୁ ବିବାଦ ହୋଇଛି ।

ବଡ଼ୁ ନିଯୋଗର କହିବା ଅନୁଯାୟୀ, ଶ୍ରୀଲିଙ୍ଗରାଜଙ୍କ ସମସ୍ତ ଭୋଗ ମାରା ହୋଇଥିଲା ଏବଂ ମାରା ଭୋଗକୁ ନପୋତି ବିକ୍ରି କରାଯାଇଥିଲା । ଏହାକୁ ନେଇ ଜିଦରେ ଅଟଳ ବଡ଼ୁ ନିଯୋଗ । ସମସ୍ୟାର ସମାଧାନ ନହେବା ଯାଏ ନୀତିକାନ୍ତି ବନ୍ଦ ରହିବ ବୋଲି ନିଷ୍ପତ୍ତି ନିଆଯାଇଛି । ସେପଟେ ସେବାୟତଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ବାରମ୍ବାର ସେବାୟତ ଙ୍କ ମଧ୍ୟରେ ସମନ୍ଵୟ ଅଭାବ ରୁ ଲିଂଗରାଜ ମହାପ୍ରଭୁ ଙ୍କ ନୀତିକାନ୍ତି ବନ୍ଦ ରହୁଛି । ଜିଲ୍ଲା ଏବଂ ମନ୍ଦିର ପ୍ରଶାସନ ହସ୍ତକ୍ଷେପ କରୁନଥିବାରୁ ଏଭଳି ବିଭ୍ରାଟ ହେଉଥିବା ଅଭିଯୋଗ କରିଛି ବ୍ରାହ୍ମଣ ନିଯୋଗ ।

Leave A Reply

Your email address will not be published.