ପ୍ରମୁଖ ଖବର

ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍‌ ସ୍ମିତ୍‌ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ

ପୁଣି ବର୍ଷେ ପର୍ଯ୍ୟନ୍ତ ମିଳିବ ମାଗଣା ଚାଉଳ

0

ଭୁବନେଶ୍ବର; ରାଜ୍ୟବାସୀଙ୍କୁ ଭେଟି ଦେଲେ ମୁଖ୍ୟମନ୍ତ୍ରୀ । ବର୍ଷେ ବୃଦ୍ଧି ପାଇଲା ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ଅବଧି । ରାସନକାର୍ଡ ହିତାଧିକାରୀଙ୍କୁ ବର୍ଷେ ପର୍ଯ୍ୟନ୍ତ ମାଗଣା ଚାଉଳ ଦେବା ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମାସିକ ମୁଣ୍ଡପିଛା ୫ କେଜି ଚାଉଳ ମିଳିବ । ଏଥିପାଇଁ ରାଜକୋଷରୁ ଖର୍ଚ୍ଚ ହେବ ପ୍ରାୟ ୧୮୫ କୋଟି । ୨୦୧୮ରୁ ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ମିଳୁଛି ମାଗଣା ଚାଉଳ ।

କୋଭିଡ ସମୟରେ ହିତାଧିକାରୀଙ୍କୁ ଚାଉଳ ସହ ମିଳୁଥିଲା ମାଗଣା ଡାଲି । ୨୮ମାସ ଧରି ମହାମାରୀ ସମୟରେ ରାଜ୍ୟ ସରକାର ହିତାଧିକାରୀଙ୍କୁ ସହାୟତା ଯୋଗାଉଥିଲେ । ଦୁଇଥର ହିତାଧିକାରୀଙ୍କୁ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରାଯାଇଛି । କିନ୍ତୁ କୋଭିଡ ପରବର୍ତ୍ତୀ ସ୍ଥିତିରେ ମଧ୍ୟ ସାଧାରଣ ଗରିବ ଲୋକଙ୍କ ପାଇଁ ଏହି ସହାୟତା ଜାରି ରଖିଛନ୍ତି ମୁଖ୍ୟମନ୍ତ୍ରୀ ।

ଏହା ପୂର୍ବରୁ ଡିସେମ୍ବର ୨୩ରେ କେନ୍ଦ୍ର ସରକାର ମାଗଣା ରାସନର ଅବଧି ବୃଦ୍ଧି କରିଥିଲେ । ଗରିବ ଲୋକଙ୍କୁ ବର୍ଷେ ଯାଏ ଅର୍ଥାତ୍‌ ୨୦୨୩ ମସିହା ଡିସେମ୍ବର ଯାଏ ମାଗଣାରେ ରାସନ୍‌ ପ୍ରଦାନ କରାଯିବ ।

Leave A Reply

Your email address will not be published.