ପ୍ରମୁଖ ଖବର

ପ୍ରଚାର ବେଳେ ପୁରୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ଉମାବଲ୍ଲଭ ରଥଙ୍କୁ ସଂଘବଦ୍ଧ ଆକ୍ରମଣ, ମୁଣ୍ଡରେ ଲାଗିଛି ଆଘାତ
୫ଟି ସ୍ଥାନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ: ଜଳେଶ୍ୱର ସହ ବରୀ, ଆଠମଲ୍ଲିକ, ଆଠଗଡ଼ ଓ ପୁରୀରେ ବଦଳିଲେ କଂଗ୍ରେସ ପ୍ରାର୍ଥୀ
ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ: ରାଜଭବନରେ କରିବେ ରାତ୍ରିଯାପନ, କାଲି ବ୍ରହ୍ମପୁରରେ ଦେବେ ଉଦ୍‌ବୋଧନ, ନବରଙ୍ଗପୁରରେ ବିଜୟ ସଂକଳ୍ପ ସମାବେଶରେ ହେବେ ସାମିଲ

ଝଲକିବ ଶିଖରଚଣ୍ଡୀ ମନ୍ଦିର

0
  • ଭୁବନେଶ୍ବରର ଅନ୍ୟତମ ଆକର୍ଷଣ କେନ୍ଦ୍ର ହେବ ଶିଖରଚଣ୍ଡୀ ମନ୍ଦିର
  • ଶିଖରଚଣ୍ଡୀ ମନ୍ଦିର ଉନ୍ନୟନ ମାଷ୍ଟରପ୍ଲାନକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ
  • ଖର୍ଚ୍ଚ ହେବ ୨୫ କୋଟି

ଭୁବନେଶ୍ବର; ରାଜଧାନୀ ଭୁବନେଶ୍ୱରସ୍ଥିତ ଶିଖରଚଣ୍ଡୀ ମନ୍ଦିର ଓ ଏହାର ପରିପାଶ୍ୱିର୍କ ଅଂଚଳର ଉନ୍ନୟନ ପାଇଁ ପ୍ରସ୍ତୁତ ମାଷ୍ଟରପ୍ଲାନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମଞ୍ଜୁରୀ ପ୍ରଦାନ କରିଛନ୍ତି । ୨୫କୋଟି ଟଙ୍କା ବ୍ୟୟରେ ଶିଖରଚଣ୍ଡୀ ମନ୍ଦିର ଓ ତା’ର ପାଶ୍ୱର୍ବର୍ତ୍ତୀ ମୋଟ ୫୩.୬୪ଏକର ଅଂଚଳରେ ଉନ୍ନତିକରଣ କାର୍ଯ୍ୟ ହେବ ।

ଆଜି ସନ୍ଧ୍ୟାରେ ଏକ ବୈଠକରେ ବିଡିଏ ଉପାଧ୍ୟକ୍ଷ ବଲବନ୍ତ ସିଂହ ଏଥିପାଇଁ ପ୍ରସ୍ତୁତ ମାଷ୍ଟରପ୍ଲାନକୁ ଉପସ୍ଥାପନ କରିଥିଲେ । ଶିଖରଚଣ୍ଡୀ ମନ୍ଦିର ଓ ଏହାର ପାଶ୍ୱର୍ବର୍ତ୍ତୀ ମୋଟ ୫୩.୬୪ଏକର ଜମିରେ ବିକାଶ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ମାଷ୍ଟରପ୍ଲାନ ଅନୁସାରେ କରାଯିବ ଓ ବିଡିଏ ଏହି ଉନ୍ନୟନ କାର୍ଯ୍ୟ କରିବ । ଭବିଷ୍ୟତରେ ମଧ୍ୟ ଏହି ଅଚଂଳର ପରିଚାଳନା ଦାୟିତ୍ୱ ବିଡିଏ ନେବ । ମାଷ୍ଟରପ୍ଲାନ ଅନୁସାରେ ଏହି ୫୩.୬୪ଏକର ଅଂଚଳକୁ ୪ଟି ଜୋନରେ ବିଭକ୍ତ କରାଯାଇଛି । ପ୍ରଥମ ଜୋନରେ ପାର୍କିଂ, ସାଧାରଣ ଲୋକଙ୍କ କ୍ରୀଡ଼ା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ପାଇଁ ସ୍ଥାନର ଉନ୍ନତିକରଣ ଓ ଅନ୍ୟାନ୍ୟ ସୁବିଧାର ବିକାଶ କରାଯିବ । ଦ୍ୱିତୀୟ ଜୋନରେ ଭିୟୁ ପଂଏଟ ଓ ଟ୍ରେକିଂ ରୁଟ୍ ରହିବ । ଜୋନ୍ ୩ ଓ ୪ରେ ମନୋରଞ୍ଜନ ମୂଳକ କାର୍ଯ୍ୟ ପାଇଁ ଭିତ୍ତିଭୂମି, କମ୍ୟୁନିଟି ସେଂଟର, ମୁଖ୍ୟ ମନ୍ଦିରର ଉନ୍ନତିକରଣ, ଦୋକାନ ଗୃହ ଓ ଅନ୍ୟାନ୍ୟ ସୁବିଧାର ବ୍ୟବସ୍ଥା ଗ୍ରହଣ କରାଯିବ।

ଆଜିର ଏହି ବୈଠକରେ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ, ଶିଖରଚଣ୍ଡୀ ଆଂଚଳିକ ସେବା ସଂଘର ସଭାପତି କ୍ଷୀତିଶ ତ୍ରିପାଠୀ ଓ ମନ୍ଦିର ପୂଜକ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଭୁବନେଶ୍ୱର ମେୟର ସୁଲୋଚନା ଦାସଙ୍କ ସମେତ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ପିକେ ଜେନାଙ୍କ ସମେତ ବିଭିନ୍ନ ପ୍ରମୁଖ ସଚିବ ସାମିଲ ହୋଇଥିଲେ ।

ସୂଚନାଯୋଗ୍ୟ, ଗତ କିଛିଦିନ ତଳେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ ଶିଖରଚଣ୍ଡୀ ମନ୍ଦିର ପରିଦର୍ଶନ କରିବା ପରେ ଏହାର ମାଷ୍ଟରପ୍ଲାନ ପ୍ରସ୍ତୁତ କରିବାକୁ ବିଡିଏକୁ ନିର୍ଦ୍ଦେଶ ଦେଇଥିଲେ ।

Leave A Reply

Your email address will not be published.