ପ୍ରମୁଖ ଖବର

ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍‌ ସ୍ମିତ୍‌ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ

ସର୍ବୋଚ୍ଚ ଯୁଦ୍ଧ କ୍ଷେତ୍ର ଭାରତର ପ୍ରଥମ ମହିଳା କ୍ୟାପଟେନ ଶିବା

0

ନୂଆଦିଲ୍ଲୀ: ଦୁନିଆର ସର୍ବୋଚ୍ଚ ଯୁଦ୍ଧ କ୍ଷେତ୍ର ସିଆଚିନ ଗ୍ଲେସିୟର ପ୍ରଥମ ଥର ପାଇଁ ଜଣେ ମହିଳା ଅଧିକାରୀଙ୍କୁ ମୃତୟନ କରାଯାଇଛି । ଏହି ମହିଳା ଅଧିକାରୀଙ୍କ ନାଁ ହେଉଛି କ୍ୟାପଟେନ ଶିବା ଚୌହାନ । ଯିଏକି ସେନା ଫାୟାର ଆଣ୍ଡ ଫ୍ୟୁରୋସ କର୍ପସ ଜଣେ ବରିଷ୍ଟ ଅଧିକାରୀ ଅଛନ୍ତି ।

କଠିନ ପରିଶ୍ରମ ଓ ଅକ୍ଳାନ୍ତ ଉଦ୍ୟମ ପରେ ଏବେ ଶିବା ଚୌହାନ ଭାରତୀୟ ସେନାର ପ୍ରଥମ ମହିଳା ଅଧିକାରୀ ଯିଏକି ବିଶ୍ୱର ଏହି ସର୍ବୋଚ୍ଚ ଯୁଦ୍ଧ କ୍ଷେତ୍ରରେ ମୃତୟନ ହୋଇଛନ୍ତି । ସିଆଚୀନରେ ୧୯୪୮ ମସିହାରେ ମିଲିଟାରୀ ବେସର ନିର୍ମାଣ କରାଯାଇଥିଲା । ଏବେ ସୁଦ୍ଧା ୮୭୩ଜଣ ଯବାନ ଥଣ୍ଡା ଯୋଗୁଁ ସହିଦ ହୋଇସାରିଲେଣି ।ଶତ୍ରୁପକ୍ଷକୁ ଜଗିବା ପାଇଁ ୩ହଜାରରୁ ଅଧିକ ସଂଖ୍ୟକ ସୈନ୍ୟଙ୍କୁ ଏଠାରେ ମୃତୟନ କରାଯାଏ ।

ସୂଚନାଯୋଗ୍ୟ; ସୀମାରେ ଅନେକ ସମୟରେ ବିବାଦ ଦେଖିବାକୁ ମିଳିଥାଏ । ଦେଶକୁ ସୁରକ୍ଷା ଦେବା ପାଇଁ ସୁରକ୍ଷା କର୍ମୀମାନେ ରାତି ଦିନ ସୀମାରେ ପଇଁନ୍ତରା ଦେବା ସହ ବହୁ ଘାତପ୍ରତିଘାତର ସାମ୍ନା କରିଥାନ୍ତି। ମହିଳା ସେନା ଅଧିକାରୀ ମଧ୍ୟ ସୀମାରେ ନିୟୋଜିତ ରହିଥାନ୍ତି । ତେବେ ଆଗାମୀ ଦିନରେ କିଭଳି ଶତ୍ରୁଙ୍କୁ ପରାସ୍ତ କରାଯିବ ସେନେଇ ଭାରତୀୟ ସେନା ପକ୍ଷରୁ ଏକ ବଡ ପଦକ୍ଷେପ ନିଆଯାଇଛି । ଭାରତୀୟ ସେନାର ଫାୟର ଆଣ୍ଡ ଫ୍ୟୁରି କର୍ପ୍ସ ମହିଳା ଅଧିକାରୀ କ୍ୟାପଟେନ ଶିବା ଚୌହାନଙ୍କୁ ଦୁନିଆର ସର୍ବୋଚ୍ଚ ଯୁଦ୍ଧକ୍ଷେତ୍ରରରେ ନିୟୋଜିତ କରାଯାଇଛି। ପ୍ରଥମ ଥର ପାଇଁ ଭାରତୀୟ ସେନା ଏହି ପଦେକ୍ଷେପ ନେଇଛି। କ୍ୟାପେଟନ ଶିବାଙ୍କୁ ୧୫ହଜାର ୬୩୨ ଫୁଟ ଉପରେ ଅବସ୍ଥିତ କୁମାର ପୋଷ୍ଟ ସୀମାରେ ନିୟୋଜିତ କରାଯାଇଛି । ସବୁଠାରୁ ବିପଦପୂର୍ଣ୍ଣ ସୀମାରେ ଶିବାଙ୍କୁ ନିୟୋଜିତ କରିଛି ଭାରତୀୟ ସେନା ।

ଫାୟର ଆଣ୍ଡ ଫ୍ୟୁରି କର୍ପସ ଟ୍ୱିଟ କରି କହିଛି ଯେ, କ୍ୟାପଟେନ ଶିବା ଚୌହାନ ହେଉଛନ୍ତି ଫାୟାର ଏବଂ ଫ୍ୟୁରିର ବରିଷ୍ଠ ବୈଷୟିକ ଅଧିକାରୀ । ସେ ହେଉଛନ୍ତି ଭାରତର ପ୍ରଥମ ମହିଳା ଯିଏକି କୁମାର ପୋଷ୍ଟରେ ନିୟୋଜିତ ହୋଇଛନ୍ତି । କ୍ୟାପେଟନ ଶିବା ସୀମାରେ ନିୟୋଜିତ ହେବା ପୂର୍ବରୁ କଠିନ ପ୍ରଶିକ୍ଷଣ ନେଇଛନ୍ତି । ଫାୟାର ଏବଂ ଫ୍ୟୁରିର ମୁଖ୍ୟ କାର୍ଯ୍ୟାଳୟ ଲେହ ଲଦାଖରେ ଅବସ୍ଥିତ। ଏଠାକର ସୁରକ୍ଷାକର୍ମୀ ମାନେ ଚୀନ ଏବଂ ପାକିସ୍ତାନ ସୀମାରେ ନିୟୋଜିତ ହୋଇଥାନ୍ତି । ଏହାସହ ସିୟାଚିନ୍ ଗ୍ଲାସିୟରର ସୁରକ୍ଷା କରିବାରେ ନିୟୋଜିତ ହୋଇଥାନ୍ତି ।

Leave A Reply

Your email address will not be published.