ପ୍ରମୁଖ ଖବର

ଓଡ଼ିଶାରେ ମତଦାତା ଯାଞ୍ଚ ଅଭିଯାନ ଶେଷ ପର୍ଯ୍ୟାୟରେ
ଫ୍ରାନ୍ସରେ ‘ଭାରତ ଇନୋଭେଟ୍ସ ୨୦୨୬’, ବିଶ୍ୱ ମଞ୍ଚରେ ଭାରତୀୟ ଷ୍ଟାର୍ଟଅପ୍
ଡ୍ରୋନ୍‌ରେ ଚିଠି ଓ ପାର୍ସଲ୍ ପରିବହନ: ୨ ଘଣ୍ଟାର କାମ ୭ ମିନିଟ୍‌ରେ
ଝାଡ଼ଖଣ୍ଡର ବନ୍ଦ କୋଇଲା ଖଣିରେ ବିଷାକ୍ତ ଗ୍ୟାସ ଲିକ୍; ୪ ଜଣଙ୍କ ମୃତ୍ୟୁ
ବୁର୍ଲାରେ ଏମସିଏଲ୍ ମହିଳା କର୍ମଚାରୀଙ୍କ ମୃତଦେହ ଉଦ୍ଧାର; ଆତ୍ମହତ୍ୟା ସନ୍ଦେହ
୨୦ରେ ରାଇରଙ୍ଗପୁର ଆସିବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
ଧୀରଜ ସେଠ୍‌ ହେବେ ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ
ଆସାମର ଜୋରହାଟରେ IAF AN-32 ବିମାନ ଦୁର୍ଘଟଣା; ୫ ବାୟୁସେନା କର୍ମଚାରୀଙ୍କ ମୃତ୍ୟୁ
ଜାମିନ୍ ଖାରଜ ପରେ ଜେଲ୍ ଗଲେ ତିଖିରି ସରପଞ୍ଚ ଚାମେଲି ଓଝା
ଓଡ଼ିଆ ଉଚ୍ଚାରଣ ଅନୁଯାୟୀ ବଦଳିବ ୬୪ ସ୍ଥାନର ଇଂରାଜୀ ନାମ; ରାଜ୍ୟ କ୍ୟାବିନେଟ୍‌ର ମଞ୍ଜୁରି

ଆସିବ କି କରୋନାର ଚତୁର୍ଥ ଲହର ?

0

ଭୁବନେଶ୍ବର:  ଆସନ୍ତା ମାର୍ଚ୍ଚ ମାସ ଦ୍ବିତୀୟ କିମ୍ବା ତୃତୀୟ ସପ୍ତାହରେ ଦେଶରେ ଆସିପାରେ କୋଭିଡର ଚତୁର୍ଥ ଲହର। ଏଥିପାଇଁ ରାଜ୍ୟବାସୀ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଜନସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ ସଚିବ । ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ବୁଲେଟିନରେ କୁହାଯାଇଛି ଯେ, ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ଏକ ଅଙ୍କରେ ରହିଛି । ତେବେ ହକି ବିଶ୍ୱକପ୍ ପାଇଁ ଭୁବନେଶ୍ୱର, କଟକ, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ରାଉରକେଲାରେ ଲୋକଙ୍କ ସମାଗମ ଅଧିକ ହେବ । ଦେଶ ତଥା ଦେଶ ବାହାରର ଲୋକ ଓଡ଼ିଶାକୁ ଆସିବେ ।

ଏହାକୁ ଦେଖି ରାଜ୍ୟ ସରକାରଙ୍କ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଉଛି । ବାହାରୁ ଆସୁଥିବା ଲୋକ କୋଭିଡ୍ ନିୟମାବଳୀ ପାଳନ କରିବା ଜରୁରୀ । ଟେଷ୍ଟ, ଟ୍ରାକ୍, ଟ୍ରିଟ୍, ଟିକାକରଣ ଓ ସାମାଜିକ ଦୂରତା ପାଳନ କରିବାକୁ ଗୁୁରୁତ୍ୱ ଦିଆଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ବିଦେଶରୁ ଆସୁଥିବା ବ୍ୟକ୍ତିଙ୍କ ୭୨ଘଣ୍ଟା ଭିତରେ ଆରଟିପିସିଆର ସାର୍ଟିଫିକେଟ୍ ବାଧ୍ୟତାମୂଳକ କରାଯାଇଛି । ୬ଟି ଦେଶରୁ ଆସୁଥିବା ବ୍ୟକ୍ତଙ୍କ ଆରଟିପିସିଆର ଟେଷ୍ଟ କରାଯିବ । ଯେଉଁମାନେ ପଜିଟିଭ୍ ହେବେ ସେମାନଙ୍କୁ ସଂଗରୋଧରେ ରଖାଯିବ ।

ଡାକ୍ତର ମହାନ୍ତି ଆହୁରି କହିଛନ୍ତି ଯେ ଦେଶରେ ଏବେ ନାଜାଲ ଟିକାକୁ ଅନୁମୋଦନ ମିଳିଛି। ଯେଉଁମାନେ ଦୁଇଟି ଡୋଜ୍ ନେଇଛନ୍ତି ସେମାନେ ଏହାକୁ ନେଇପାରିବେ। ମାତ୍ର ଯେଉଁମାନେ ବୁଷ୍ଟର ଡୋଜ୍ ନେଇ ସାରିଛନ୍ତି ସେମାନେ ଏହାକୁ ନେବା ଉଚିତ୍ ନୁହେଁ। ତେବେ ରାଜ୍ୟରେ ବୁଷ୍ଟର ଡୋଜ୍ ହାର ୪୦ ପ୍ରତିଶତ ରହିଥିବାରୁ ଏହାକୁ ବୃଦ୍ଧି କରିବା ଲାଗି ରାଜ୍ୟ ସରକାରଙ୍କ ପ୍ରସ୍ତାବ ରହିଛି। ଚୀନ୍‌ରେ ବିଏଫ୍‌.୭ ଓ ଆମେରିକାରେ ଏକ୍ସବିବି ପ୍ରଜାତି ପାଇଁ ଅଧିକ ସଂଖ୍ୟାରେ ଲୋକ ଆକ୍ରାନ୍ତ ହେଉଛନ୍ତି। ବିଏଫ୍‌.୭ ହେଉଛି ଓମିକ୍ରନ୍ ପ୍ରଜାତିର ଉପ-ପ୍ରଜାତି। ମାତ୍ର ଏହାକୁ ନେଇ ଭୟଭୀତ ହେବା ଉଚିତ୍ ନୁହେଁ। ମାତ୍ର ସତର୍କ ରହିବା ଜରୁରୀ।

Leave A Reply

Your email address will not be published.