ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

୫ଟିକୁ ଲୋକପ୍ରିୟ କରିବାକୁ ଠିକା ନେଲା ବିଜେପି!

0

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ୫ଟି କାର୍ଯ୍ୟକ୍ରମକୁ ନେଇ ବିଜେଡି-ବିଜେପି ମୁହାଁମୁହିଁ ହୋଇଛନ୍ତି । ଆଜି ପୂର୍ବତନ ପ୍ରଶାସିକା ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଏହି କାର୍ଯ୍ୟକ୍ରମ ଉପରେ ପ୍ରଶ୍ନ ଉଠାଇଥିବା ବେଳେ ପୂର୍ବତନ ପ୍ରଶାସକ ତଥା ଭୁବନେଶ୍ୱର ଲୋକସଭା ଆସନର ବିଜେଡି ପ୍ରାର୍ଥୀ ଅରୁପ ପଟ୍ଟନାୟକ ଏହାର ଜବାବ ଦେଇଛନ୍ତି । ବିଜେଡି ପକ୍ଷରୁ ସାଂସଦ ସସ୍ମିତ ପାତ୍ର ମଧ୍ୟ ଏହି ପ୍ରସଙ୍ଗକୁ ନେଇ ବିଜେପି ସାଂସଦଙ୍କୁ ସମାଲୋଚନା କରିଛନ୍ତି ।

କିନ୍ତୁ ବିଜେଡି-ବିଜେପିର ଏଭଳି ତୁ ତୁ ମେ ମେ ରାଜନୈତିକ ମହଲକୁ ଚର୍ଚ୍ଚା ପାଇଁ ଭିନ୍ନ ଖୋରାକ ଯୋଗାଇଛି । ସରକାରଙ୍କର ୫ଟି ଏକ ବିଭାଗ ନୁହେଁ, ବରଂ ଏକ ବିଚାରଧାରା, ଯାହାକୁ ମୁଖ୍ୟମନ୍ତ୍ରୀ ପ୍ରତ୍ୟକ୍ଷ ଭାବେ ପରିଚାଳନା କରୁଛନ୍ତି । ଏହି ବିଚାରାଧାରା ମାଧ୍ୟମରେ ବିଭିନ୍ନ ବିଭାଗକୁ ଉତ୍ତରଦାୟୀ କରିବା ଲାଗି ଏହା ଏକ ଫର୍ମୁଲା ଭାବେ ବିବେଚନା କରାଯାଇପାରେ । ମୁଖ୍ୟମନ୍ତ୍ରୀ ନିଜ ବ୍ୟକ୍ତିଗତ ସଚିବ ଭି କାର୍ତିକେୟନ ପାଣ୍ଡିଆନଙ୍କୁ ଏହି ବିଚାରଧାରାର ତଦାରଖ ଦାୟିତ୍ୱ ଦେଇଛନ୍ତି ।

ହେଲେ ବିଜେପି ଏହି ପ୍ରସଙ୍ଗକୁ ଆୟୁଧ କରି ପୁଣି ଏକ ସଙ୍ଗିନ୍‍ ଭୁଲ କରୁଥିବା ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ମତ ରଖିଲେଣି । କାରଣ କେଉଁଠି ନା କେଉଁଠି ଏହା କରି ବିଜେପି ପରୋକ୍ଷରେ ରାଜ୍ୟ ସରକାରଙ୍କ କାର୍ଯ୍ୟକ୍ରମର ପ୍ରଚାର ପ୍ରସାର ଦାୟିତ୍ୱ ତୁଲାଇଛି । ଏହି ପ୍ରସଙ୍ଗକୁ ନେଇ ଯେତେ ବିତର୍କ ହେବ, ତାହା ସେତିକି ତଳକୁ ଭେଦିବ ଓ ଲୋକଙ୍କ ମନ ଭିତରେ ଥିବା ଦ୍ୱନ୍ଦ୍ୱ ଦୂର ହେବ । ରାଜ୍ୟ ସରକାର ଏହା ହିଁ ଚାହାନ୍ତି । କିନ୍ତୁ ବିଜେପି ଏହା ଦ୍ୱାରା କ୍ଷତିଗ୍ରସ୍ତ ହେବ । ଲୋକଙ୍କ ମନରେ ଯେତିକି ସରକାରଙ୍କ ପାଇଁ ଦରଦ ସୃଷ୍ଟି ହେବ, ତାହା ସେତିକି ବିଜେପି ପାଇଁ ଘାତକ । ବରଂ ବିଜେପି ଲୋକଙ୍କ ସମସ୍ୟାକୁ ୫ଟି ଦର୍ପଣରେ ପରଖିଲେ ଯାଇ ଲୋକଙ୍କ ଭିତରେ ତାଙ୍କ ପ୍ରତି ସହାନୁଭୂତି ସୃଷ୍ଟି ହୋଇପାରେବୋଲି ଏହି ମହଲ ଯୁକ୍ତି ରଖୁଛନ୍ତି ।

ପୂର୍ବରୁ ବିଜେପି ଏଭଳି ଅନେକ ଭୁଲ କରିଛି । ରାଜ୍ୟ ସରକାରଙ୍କର ଯେଉଁ ଯୋଜନାକୁ ନେଇ ଗ୍ରହଣୀୟତା ବଢୁଛି, ସେହି ଯୋଜନାକୁ ନେତାମାନେ ଆଙ୍ଗୁଠି ଉଠାଇ ଶରବ୍ୟର ହୋଇଛନ୍ତି । ବରଂ ୫ଟି ଦ୍ୱାରା ଯଦି ନିର୍ଦିଷ୍ଟ ସମୟ ଭିତରେ କିଛି ବି ପରିବର୍ତନ ନ ହୁଏ, ତେବେ ବିଜେପି ସମାଲୋଚନା କଲେ ତାହା ଫଳପ୍ରଦ ହେବ ବୋଲି କୁହାଯାଉଛି ।

Leave A Reply

Your email address will not be published.