ପ୍ରମୁଖ ଖବର

ଖୁବଶୀଘ୍ର ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଗଠନ ହେବ-ମୁଖ୍ୟମନ୍ତ୍ରୀ
ମହିଳାଙ୍କୁ ସରାକରଙ୍କ ରାକ୍ଷୀ ଭେଟି, ଆସିଲା ସୁଭଦ୍ରାର ୩ୟ କିସ୍ତି ଟଙ୍କା
ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ଘରୋଇ ହସ୍ପିଟାଲରେ ଶୁକ୍ରବାର ଜଣେ ନର୍ସଙ୍କ ସନ୍ଦେହଜନକ ମୃତ୍ୟୁ
କୋରାପୁଟରେ ସ୍କୁଲ ଛାତ୍ରୀଙ୍କ ହାତରୁ ରାକ୍ଷୀ ବାନ୍ଧିଲେ ମୁଖ୍ୟମନ୍ତ୍ରୀ
ଆତଙ୍କବାଦୀଙ୍କ ଗୁଳିବିନିମୟରେ ୨ ଯବାନ ଶହିଦ, ୧୦ ଆହତ
ରାଜଧାନୀରେ ଅଘଟଣ: ୧୦୦ ଫୁଟ ଲମ୍ବା କାନ୍ଥ ଭୁଶୁଡ଼ି, ୭ ମୃତ
କ୍ରୀଡ଼ାର ପ୍ରସାର ପାଇଁ ଜିନ୍ଦଲ ଫାଉଣ୍ଡେସନକୁ ଫିକି ପକ୍ଷରୁ ସ୍ପେଶାଲ ଆପ୍ରିସିଏସନ ଆଓ୍ୱାର୍ଡ

ଆଜି ରାତି ରୁ ପ୍ରବଳ ଶୀତ ରେ ଥରିବ ଓଡ଼ିଶା

0

ଭୁବନେଶ୍ବର; ଆଜି ରାତି ରୁ ଆସନ୍ତା ୪-୫ ଦିନ ଯାଏଁ ପ୍ରବଳ ଶୀତ ଅନୁଭୂତ ହେବ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅଧିକାଂଶ ଅଞ୍ଚଳ ରେ ରାତି ତାପମାତ୍ରା ୩-୫°ସି ଯାଏଁ ଖସିବ। ବର୍ତ୍ତମାନ ରାଜ୍ୟ କୁ ଉତ୍ତର ପଶ୍ଚିମ ଦିଗରୁ ଥଣ୍ଡା ଓ ଶୁଷ୍କ ପବନ ପ୍ରବାହିତ ହେଉଛି ତେଣୁ ଥଣ୍ଡା ର ପ୍ରକୋପ ବୃଦ୍ଧି ପାଉଛି । ଗତ ୨୪ ଘଣ୍ଟା ରେ ଭୁବନେଶ୍ୱର ଓ କଟକ ରେ ରାତି ତାପମାତ୍ରା ଯଥାକ୍ରମେ ୧୪.୯°ସି ଓ ୧୪.୪°ସି ଥିବା ବେଳେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୧୨.୦°ସି ପାଖାପାଖି ରହିବା ସମ୍ଭାବନା ରହିଛି ।

ସେହିପରି ଆଭ୍ୟନ୍ତର ଓଡ଼ିଶା, ପଶ୍ଚିମ ଓଡ଼ିଶା ର କିଛି ଅଞ୍ଚଳ ରେ ରାତି ତାପମାତ୍ରା ୧୦°ସି ତଳେ ରହିବାର ସମ୍ଭାବନା ରହିଛି। ପାହାଡିଆ ଅଞ୍ଚଳ ରେ ତୁଷାରପାତ ହୋଇପାରେ। ଆସନ୍ତା ୧୦ ଜାନୁଆରୀ ଯାଏଁ ପ୍ରବଳ ଶୀତ ଅନୁଭୂତ ହେବ। ପ୍ରବଳ ଶୀତ ପ୍ରବାହିତ ହେବାର ସମ୍ଭାବନା ଥିବା ହେତୁ ଶୀତ ବସ୍ତ୍ର ସହ ପ୍ରସ୍ତୁତ ରୁହନ୍ତୁ।

ପୂର୍ବାନୁମାନ- ସାର୍ଥକ ମିଶ୍ର

Leave A Reply

Your email address will not be published.