ପ୍ରମୁଖ ଖବର

ଭୂଦାନ ଜମିର ପଞ୍ଜିକରଣ-ମ୍ୟୁଟେସନ୍‌ରେ ରୋକ, ଡିଜିଟାଲ ଡାଟାବେସ୍‌ ପ୍ରସ୍ତୁତି
ୟୁରୋପକୁ ଅଶୋଧିତ ତୈଳ ଯୋଗାଣ ବନ୍ଦ କଲା ସାଉଦି
NISER ହଷ୍ଟେଲ ଛାତରୁ ପଡ଼ି ଛାତ୍ର ମୃତ
ପ୍ରତ୍ୟାହାର ନିଷ୍ପତ୍ତି ବଦଳାଇଲେ ମମତାଙ୍କ ପ୍ରାର୍ଥୀ
ମଧ୍ୟପ୍ରଦେଶରେ ନାଳରେ ଭାସିଗଲା କାର, ୭ ଓଡ଼ିଆଙ୍କ ସମେତ ୮ ମୃତ
ଘରୋଇ ବିଶ୍ୱବିଦ୍ୟାଳୟ ଲାଭ ପାଇଁ ଚାଲିପାରିବ ନାହିଁ: ସୁପ୍ରିମକୋର୍ଟ
ଟିଏମ୍‌ସିର ନାମ-ଚିହ୍ନ ଫ୍ରିଜ୍, ସୁପ୍ରିମକୋର୍ଟରେ ମମତା

ଚଳିତବର୍ଷ ମିଳିଛି ୪୦୦ କୋଟିରୁ ଅଧିକ ଦାନ

0

ମୁମ୍ବାଇ; ଖୋଲିଲା ଶିରିଡି ସାଇ ବାବାଙ୍କ ଦାନ ବାକ୍ସ । ଚଳିତବର୍ଷ ଭାଙ୍ଗିଛି ଦାନ ବାକ୍ସର ରେକର୍ଡ । ଦାନ ବାକ୍ସରୁ ଏତେ ଟଙ୍କା ବାହାରିଛି ଯେ ଏହାକୁ ଗଣିବାକୁ ୧୨ ଜଣରୁ ଅଧିକ ଲୋକ ଲାଗିଛନ୍ତି । ମନ୍ଦିର ଟ୍ରଷ୍ଟ ପକ୍ଷରୁ କୁହାଯାଇଛି ଯେ, ୨୦୨୨ରେ ୪୦୦ରୁ ଅଧିକ କୋଟି ଟଙ୍କା ଦାନ ଆକାରରେ ମିଳିଛି । ଏହି ସମସ୍ତ ଦାନ ନଗଦ ଅର୍ଥ ସହ ଚେକ୍, ସୁନା, ରୂପା, ଅନଲାଇନ ପେମେଣ୍ଟ ଓ ଡିମାଣ୍ଡ ଡ୍ରାଫ୍ଟ ଜରିଆରେ ମିଳିଛି ।

ମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଦାନ ହୁଣ୍ଡିରୁ ୧୬୬ କୋଟିରୁ ଅଧିକ ନଗଦ ଟଙ୍କା, ଅନଲାଇନ ମାଧ୍ୟମରେ ୧୪୪ କୋଟି, କ୍ୟାସ କାଉଣ୍ଟରରେ ୭୪ କୋଟିରୁ ଅଧିକ ଟଙ୍କା ଜମା ହୋଇଥିଲ । ସେହିପରି ୨୬ କିଲୋରୁ ଅଧିକ ସୁନା ଦାନ କରିଛନ୍ତି ଭକ୍ତ । ଯାହାର ମୂଲ୍ୟ ୧୨ କୋଟି ତାହା ଦାନ ଆକାରରେ ମିଳିଛି । ସେହିଭଳି ୩୩୦ କିଲୋରୁ ଅଧିକ ରୂପା ଯାହାର ମୂଲ୍ୟ ୧.୫ କୋଟି ତାହା ମଧ୍ୟ ଭକ୍ତ ଦାନ କରିଛନ୍ତି ।ସୂଚନା ଅନୁଯାୟୀ, କରୋନା କଟକଣା ହଟିବା ପରେ ୨୦୨୨ରେ ସାଇ ମନ୍ଦିରକୁ ଭକ୍ତଙ୍କ ସୁଅ ଛୁଟିଥିଲା । ଏପରିକି ଡିସେମ୍ବର ମାସରେ ଭକ୍ତଙ୍କ ସଂଖ୍ୟା ଅଧିକ ବଢିଥିଲା ।

Leave A Reply

Your email address will not be published.