ପ୍ରମୁଖ ଖବର

୨୦୩୬ ସୁଦ୍ଧା ୫୦୦ ବିଲିୟନ ଡଲାର ଛୁଇଁବ ଓଡ଼ିଶାର ଅର୍ଥନୀତି: ମୁଖ୍ୟମନ୍ତ୍ରୀ
ଭୁବନେଶ୍ଵରରେ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା
ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଏଆରଆଇ
ଶ୍ରୀରାମ ମନ୍ଦିରରେ ଉଡ଼ିଲା ଧର୍ମଧ୍ୱଜା

ଦିଲ୍ଲୀରେ ଗଡିବନି ଗାଡ଼ି

0

ଦିଲ୍ଲୀ; ଦିଲ୍ଲୀରେ ବିଗିଡ଼ିବାରେ ଲାଗିଛି ସ୍ଥିତି । ବଢ଼ିଚାଲିଛି ବାୟୁ ପ୍ରଦୂଷଣ । ଦିନକୁ ଦିନ ଖରାପ ହେବାରେ ଲାଗିଛି ବାୟୁର ଗୁଣବତ୍ତା ବା ଏକ୍ୟୁଆଇ । ବାୟୁର ଧିମାଗତି ତଥା ତାପମାତ୍ରା ହ୍ରାସ ଯୋଗୁ ଦିଲ୍ଲୀ ସ୍ଥିତି ସଂଗୀନ ହେବାରେ ଲାଗିଛି । ଏନେଇ ଆଜିଠାରୁ ଆସନ୍ତା ଶୁକ୍ରବାର ଯାଏ ବିଏସ-୩ ପେଟ୍ରୋଲ ଓ ବିଏସ-୪ ଡିଜେଲ କାରକୁ ନିଷିଦ୍ଧ କରିଛନ୍ତି ଦିଲ୍ଲୀ ସରକାର ।

ଦିଲ୍ଲୀରେ ବାୟୁର ଗୁଣବତ୍ତା ସିଭିୟର କାଟେଗୋରୀ ସ୍ତରରେ ପହଞ୍ଚିଥିବାରୁ ସରକାର ଏହି ପଦକ୍ଷେପ ନେଇଛନ୍ତି । ଯଦି ଶୁକ୍ରବାର ଏକ୍ୟୁଆଇ ସ୍ଥିତି ସୁଧୁରିବ ତେବେ ଏହି ନିଷିଦ୍ଧାଦେଶ ହଟିବ । ନଚେତ ଏହି କଟକଣା ଆଗକୁ ମଧ୍ୟ ବଢିପାରେ । ଦିଲ୍ଲୀରେ ସୋମବାର ଏକ୍ୟୁଆଇ ୪୩୪ ଥିବାବେଳେ ରବିବାର ୩୭୧ ରହିଥିଲା । ପୂର୍ବରୁ ସ୍ଥିତିକୁ ନଜରରେ ରଖି ପ୍ରତିକାରମୂଳକ ପଦକ୍ଷେପ ନେବା ଲାଗି ସମସ୍ତ ଏନସିଆର ରାଜ୍ୟଗୁଡିକୁ ପରାମର୍ଶ ଦେଇଥିଲେ ବାୟୁ ଗୁଣବତ୍ତା ପରିଚାଳନା କମିଶନ ।

Leave A Reply

Your email address will not be published.