ପ୍ରମୁଖ ଖବର

ଆୟଠୁ ଅଧିକ ସମ୍ପତ୍ତି ଠୁଳ କରି ମହାକାଳପଡା ତହସିଲଦାର୍‌ ଗିରଫ
୭.୬ ତୀବ୍ରତାର ଭୂମିକମ୍ପରେ ଥରିଲା ଫିଲିପାଇନ୍ସ,
ମାରିଆ କୋରିନାଙ୍କୁ ନୋବେଲ ଶାନ୍ତି ପୁରସ୍କାର
ସମୁଦ୍ରରେ ବୁଡ଼ିଲା ମାଛଧରା ଡଙ୍ଗା, ଅଳ୍ପକେ ବଞ୍ଚିଲେ ୮ ମତ୍ସ୍ୟଜୀବୀ
ଓଡିଶା ଫେରିଲେ ନବୀନ ପଟ୍ଟନାୟକ

୩-୧ ଗୋଲ୍‌ରେ ଜିତିଲା ନ୍ୟୁଜିଲାଣ୍ଡ

0

ରାଉରକେଲା: ଆଜି ପୁରୁଷ ହକି ବିଶ୍ବକପ-୨୦୨୩ରେ ନ୍ୟୁଜିଲାଣ୍ଡ ୩-୧ ଗୋଲ୍‌ରେ ଚିଲିକୁ ପରାସ୍ତ କରିଛି। ଟୁର୍ଣ୍ଣାମେଣ୍ଟର ପଞ୍ଚମ ମ୍ୟାଚ୍‌ରେ ଚିଲି ପ୍ରଥମ ଥର ପାଇଁ ଭାଗ ନେଇ ମ୍ୟାଚ୍‌ ହାରିଛି। ମ୍ୟାଚ୍‌ ଆରମ୍ଭରୁ ନ୍ୟୁଜିଲ୍ୟାଣ୍ଡ ଟିମ୍ ଚିଲି ଉପରେ ଚାପ ପକାଇବାକୁ ଉଦ୍ୟମ କରିଥିଲା।

ପ୍ରଥମ କ୍ୱାର୍ଟରରେ ନ୍ୟୁଜିଲ୍ୟାଣ୍ଡ ଦୁଇଟି ଗୋଲ୍ ଦେଇଥିଲା। ଏହା ଫିଲ୍ଡ ଗୋଲ୍ ଥିଲା। ସାମ୍ ଲେନ୍ ଓ ସାମ୍ ହିହା ଏହି ଦୁଇଟି ଗୋଲ୍ କରିଥିଲେ। ଏହି କ୍ୱାର୍ଟରରେ ଚିଲି ଗୋଟିଏ ପେନାଲ୍‌ଟି କର୍ଣ୍ଣର ପାଇଥିଲା। କିନ୍ତୁ ଗୋଲ୍‌ରେ ପରିଣତ କରି ପାରି ନଥିଲା। ସେହିପରି ନ୍ୟୁଜିଲ୍ୟାଣ୍ଡକୁ ଏକ ପେନାଲ୍‌ଟି କର୍ଣ୍ଣର ମିଳିଥିବା ବେଳେ ଚିଲ୍ ଏହାକୁ ଗୋଲ୍‌ରେ ପରିଣତ କରିବାକୁ ଦେଇ ନଥିଲା।

ନ୍ୟୁଜିଲ୍ୟାଣ୍ଡ ଦ୍ୱିତୀୟ କ୍ୱାର୍ଟରରେ ୧୯ ମିନିଟରେ ଆଉ ଏକ ଗୋଲ୍ ଦେବାରେ ସଫଳ ହୋଇଥିଲା। ସାମ୍ ହିହା ଏହି ଗୋଲ୍‌ଟି ଦେଇଥିଲେ। ଏହା ଥିଲା ତାଙ୍କର ଦ୍ୱିତୀୟ ଗୋଲ୍‌। ଜବାବରେ ଚିଲି  ଚତୁର୍ଥ କ୍ୱାର୍ଟରରେ ତା’ର ପ୍ରଥମ ଗୋଲ୍ ଦେଇଥିଲା। ଦଳ ପକ୍ଷରୁ ଏହି ଗୋଲ୍ କରିଥିଲେ ଇଗ୍ନାସିଓ କୋଣ୍ଟାର୍ଡୋ।

Leave A Reply

Your email address will not be published.