ପ୍ରମୁଖ ଖବର

ଖୁବଶୀଘ୍ର ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ନୂଆ ରାସନ କାର୍ଡ
ୟୁନେସ୍କୋ ମେମୋରୀ ଅଫ ଦ ଓ୍ବର୍ଲ୍ଡ ରେଜିଷ୍ଟରରେ ସ୍ଥାନ ପାଇଲା ‘ଭଗବଦ ଗୀତା’ ଓ ‘ନାଟ୍ୟଶାସ୍ତ୍ର’
ମାଲେସିଆ ଗସ୍ତରେ ଯିବେ ଓଡ଼ିଶା ଚାଷୀ
ଛତିଶଗଡ଼ ସୁକମାରେ ୯ ମହିଳା ନକ୍ସଲଙ୍କ ସମେତ ୨୨ ଜଣଙ୍କ ଆତ୍ମସମର୍ପଣ କରିଛନ୍ତି
କ୍ରୀଡ଼ା ବିକାଶ ପାଇଁ ୪ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ ଓଡ଼ିଶା ସରକାର
ସଂସଦୀୟ ବ୍ୟାପାର ସଚିବ ଭାବେ ନିଯୁକ୍ତ ହେଲେ ଆଇଏଏସ ନିକୁଞ୍ଜ ବିହାରୀ ଧଳ
୩୫ଟି ଔଷଧ ଉପରେ କଟକଣା ଲଗାଇଲେ ସରକାର

ଆଜି ବିର୍ସାମୁଣ୍ଡା ଷ୍ଟାଡିୟମରେ ମୁହାଁମୁହିଁ ହେବେ ଇଂଲଣ୍ଡ-ଭାରତ

0

ରାଉଣକେଲା; ଆଜି ହକି ବିଶ୍ବକପର ତୃତୀୟ ଦିନ । ତୃତୀୟ ଦିନରେ ବିର୍ସା ମୁଣ୍ଡା ଷ୍ଟାଡିୟମରେ ଖେଳାଯିବ ଦୁଇଟି ମ୍ୟାଚ୍ । ସନ୍ଧ୍ୟା ୫ଟାରେ ସ୍ପେନ ଓ ଓ୍ବେଲ୍ସ ମଧ୍ୟରେ ପ୍ରଥମ ମ୍ୟାଚ ଖେଳାଯିବ । ଏହାପରେ ବିଜୟରୁ ଏଫଆଇଏଚ ଓଡ଼ିଶା ହକି ପୁରୁଷ ବିଶ୍ୱକପ ଅଭିଯାନ ଆରମ୍ଭ କରିଥିବା ଘରୋଇ ଟିମ ଭାରତ-ଇଂଲଣ୍ଡକୁ ଭେଟିବ। ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ସନ୍ଧ୍ୟା ୭ଟାରେ ଏହି ମ୍ୟାଚ୍‌ ଖେଳାଯିବ।ଗ୍ରୁପ ଡି’ରେ ଥିବା ଉଭୟ ଦଳ ନିଜ ନିଜର ପ୍ରଥମ ମ୍ୟାଚ୍‌ ଜିତିଛନ୍ତି। ତେଣୁ ଆଜି ଜୋରଦାର ଟକ୍କର ହେବ।

ଘରୋଇ ପରିବେଶରେ ବିଶ୍ୱକପ ଖେଳୁଥିବା ଭାରତୀୟ ଦଳ ପ୍ରଥମ ମ୍ୟାଚ୍‌ରେ କମାଲ କରିଥିଲା। ଓଡ଼ିଆ ପୁଅ ଅମିତ ରୋହିଦାସଙ୍କ ପ୍ରାରମ୍ଭିକ ଗୋଲରେ ଆଗୁଆ ଥିବା ଭାରତ ପାଇଁ ଦ୍ୱିତୀୟ ଗୋଲ ହାର୍ଦ୍ଦିକ ସିଂହ ଦେଇଥିଲେ। ୧୩ ଓ ୨୬ତମ ମିନିଟରେ ଭାରତ ସ୍କୋର କରିଥିବା ଦୁଇଟି ଗୋଲ ଶେଷରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିଲା। ଭାରତ ମଧ୍ୟ ୨-୦ରେ ସ୍ପେନକୁ ହରାଇଥିଲା। ତେବେ ଦଳ ପ୍ରଥମ ମ୍ୟାଚ୍‌ରେ ଏକାଧିକ ପେନାଲ୍ଟି କର୍ଣ୍ଣର ପାଇଥିଲେ ମଧ୍ୟ ଏହାକୁ ଗୋଲରେ ପରିଣତ କରିପାରି ନଥିଲା। ତେଣୁ ଦଳକୁ ଆଜି ଏହା ଉପରେ ଅଧିକ ଫୋକସ କରିବାକୁ ପଡ଼ିବ। ଭାରତ ନିଜର ପ୍ରଥମ ମ୍ୟାଚରେ ଭଲ ପ୍ରଦର୍ଶନ କରି ବିଜୟୀ ହୋଇଥିବା ବେଳେ ଆଜି ମଧ୍ୟ ଭଲ କରିବ ବୋଲି ଆଶା କରାଯାଉଛି । ଆଜି କଳିଙ୍ଗ ଷ୍ଟାଡିୟମରେ କୌଣସି ମ୍ୟାଚ୍ ନାହିଁ ।

Leave A Reply

Your email address will not be published.