ପ୍ରମୁଖ ଖବର

କମନୱେଲ୍ଡ ଗେମ୍ସରେ ଇତିହାସ ରଚିଲେ ଅସ୍ମିତା ଦେ’, ଜୁଡୋରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ
ଉମରକୋଟ ଆଶ୍ରମ ବିଦ୍ୟାଳୟ ଛାତ୍ରୀ ମୃତ୍ୟୁ ଘଟଣା: ପ୍ରଧାନଶିକ୍ଷକ ନିଲମ୍ବିତ
୩ ମାସ ପରେ କାଲିଠୁ ଖୋଲିବ ଭିତରକନିକା
‘ପ୍ରଶ୍ନପତ୍ର ଲିକ୍ ନୁହେଁ, ମାଲ୍‌ପ୍ରାକ୍ଟିସ୍’— ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟ କୁଳପତି
ହୀରାକୁଦରେ ବଢୁଛି ଜଳସ୍ତର, ଖୋଲିଲା ୨୨ ଗେଟ
ରୁଷିଆ-ୟୁକ୍ରେନ ଯୁଦ୍ଧ: ମୃତ ଭାରତୀୟଙ୍କ ପରିବାରକୁ ସହାୟତା ପାଇଁ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ଦିଲ୍ଲୀରେ ଅମିତ ଶାହ ଓ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଇ-୨୦ ପେଟ୍ରୋଲରେ ୨–୬% କମିବ ମାଇଲେଜ୍‌, କିନ୍ତୁ ଇଞ୍ଜିନ୍‌କୁ କ୍ଷତିର ପ୍ରମାଣ ନାହିଁ

୭୧ ହଜାର ଯୁବକଙ୍କୁ ନିଯୁକ୍ତିପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ

0

ନୂଆଦିଲ୍ଲୀ; ଆଜି ଦ୍ୱିତୀୟଥର ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଭର୍ଚ୍ଚୁଆଲ୍ ମାଧ୍ୟମରେ ୭୧ ହଜାର ବେରୋଜଗାରଙ୍କୁ ସରକାରୀ ଚାକିରୀ ପାଇଁ ନିଯୁକ୍ତିପତ୍ର ବାଣ୍ଟିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି କି ଦେଶର ଶିକ୍ଷିତ ବେରୋଜଗାରମାନଙ୍କୁ ନିଯୁକ୍ତି ଦେଇ ସରକାର ନିଜ ସୁଶାସନର ପରିଚୟ ଦେଇଛନ୍ତି । ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ପାଳନ କରୁଛନ୍ତି ବୋଲି ସେ କହିଛନ୍ତି । ଯୋଗ୍ୟତା ତୁଳନାରେ ନିଯୁକ୍ତି ଓ ପଦୋନ୍ନତୀ ଫଳରେ ଯୁବକମାନଙ୍କର ଭରସା ଜାଗ୍ରତ ହୋଇଥାଏ । ଏହି ପାରଦର୍ଶିତା ସେମାନଙ୍କୁ ପ୍ରତିଯୋଗିତାରେ ଭାଗ ନେବାକୁ ପ୍ରେରିତ କରିଥାଏ । ଆମ ସରକାର ଦେଶ ଭିତରେ ନିରନ୍ତର ଭାବେ କାର୍ଯ୍ୟ କରୁଛି ବୋଲି ସେ କହିଛନ୍ତି ।

କେନ୍ଦ୍ର ସରକାର ଆଜି ବଣ୍ଟନ କରିଥିବା ୭୧ ହଜାର ନିଯୁକ୍ତି ପତ୍ରରେ ସାରା ଦେଶର ବିଭିନ୍ନ ସରକାରୀ ବିଭାଗର କନିଷ୍ଠ ଅଭିଜ୍ଞତା , ଲୋକପାଇଲଟ, ଟେକ୍ନିସୟାନ, ନିରୀକ୍ଷକ, ଉପ ନିରୀକ୍ଷକ, କନେଷ୍ଟବଳ, ଗ୍ରମୀଣ ଡାକସେବକ ଭଳି ପଦ ପାଇଁ ନିଯୁକ୍ତିପତ୍ର ବାଣ୍ଟିଛନ୍ତି ।

ଉଲ୍ଲେଖଯୋଗ୍ୟ: ଗତବର୍ଷ ଅକ୍ଟୋବର ମାସରେ ବି ରୋଜଗାର ମେଳାର ଆରମ୍ଭ କରାଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ୭୫ ହଜାର ଶିକ୍ଷିତ ବେକାର ଯୁବକଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରାଯାଇଥିଲା ।

Leave A Reply

Your email address will not be published.