ପ୍ରମୁଖ ଖବର

ମିଶନ ଶକ୍ତି ଅଧୀନରେ ୫,୦୦୦ ମହିଳାଙ୍କ ପାଇଁ ସ୍ୱୟଂରକ୍ଷା ପ୍ରଶିକ୍ଷଣ ଆରମ୍ଭ
ଆସାମ-କେରଳ-ପୁଡୁଚେରୀରେ ମତଦାନ ସମାପ୍ତ, ଇଭିଏମରେ ସିଲ୍ ହେଲା ନେତାଙ୍କ ଭାଗ୍ୟ
ପୁନଃ ନିର୍ବାଚିତ ହେଲେ ସ୍ନାତକ ପର୍ଯ୍ୟନ୍ତ ମାଗଣା ଶିକ୍ଷା: ଆସାମ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା
ବାଲିଅନ୍ତାରେ ଅତ୍ୟାଧୁନିକ ଜିଆଇଏସ୍‌ ସବଷ୍ଟେସନ ଉଦଘାଟନ, ଆଉ ହେବନି ପାଓ୍ବାର୍‌ କଟ୍

ଆଜି ଖେଳାଯିବ ହକି ବିଶ୍ବକପର ୪ଟି ମ୍ୟାଚ

0

ଭୁବନେଶ୍ବର/ରାଉରକେଲା: ଆଜି ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ଖେଳାଯିବ ହକି ବିଶ୍ବକପର ୪ଟି ମ୍ୟାଚ । ଦିନ ଗୋଟାଏରେ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ମଧ୍ୟରେ ମ୍ୟାଚ ଆରମ୍ଭ ହୋଇ ଯାଇଥିବା ବେଳେ ଅପରାହ୍ନ ୩ଟାରେ ଫ୍ରାନ୍ସ ଓ ଆର୍ଜେଣ୍ଟିନା ମଧ୍ୟରେ ମୁକାବିଲା ରହିଛି। ସେହିପରି ସଂଧ୍ୟା ୫ଟାରେ ବେଲଜିୟମ ଓ ଜାପାନ ମଧ୍ୟରେ ଟକ୍କର ହେବ । ରାତି ୭ଟାରେ କୋରିଆ ଓ ଜର୍ମାନୀ ମଧ୍ୟରେ ଖେଳାଯିବ ମ୍ୟାଚ୍‌ ।

ଉଲ୍ଲେଖଯୋଗ୍ୟ, ଗତକାଲି ହକି ବିଶ୍ବକପ ମହାକୁମ୍ଭରେ ବାଜମାତ କରିଥିଲା ଭାରତ। କଳିଙ୍ଗ ଷ୍ଟାଡିୟମରେ ଓ୍ବେଲ୍ସକୁ ୪-୨ ଗୋଲରେ ହରାଇଥିଲା ଇଣ୍ଡିଆ। ଭାରତ ପକ୍ଷରୁ ପ୍ରଥମ ଗୋଲ ସମଶେର ସିଂ ଦେଇଥିବା ବେଳେ ୨ଟି ଗୋଲ ଦେଇଥିଲେ ଆକାଶଦୀପ ସିଂ ଓ ଶେଷ ଗୋଲ ଦେଇଥିଲେ ହରମନପ୍ରୀତ ସିଂ। ଶେଷରେ ମ୍ୟାଚକୁ ୪-୨ ଗୋଲରେ ଜିତି ନେଇଥିଲା ଟିମ୍ ଇଣ୍ଡିଆ । ତେବେ କ୍ବାଟରକୁ ଯିବା ପାଇଁ କ୍ରସ ଓଭର ମ୍ୟାଚ ଖେଳିବ ଭାରତ । ଆସନ୍ତା ୨୨ତାରିଖରେ ପୁଲ ସିର ତୃତୀୟରେ ଥିବା ନ୍ୟୁଜିଲାଣ୍ଡ ସହ କ୍ରସ ଓଭର ଖେଳିବ ଟିମ୍ ଇଣ୍ଡିଆ।

Leave A Reply

Your email address will not be published.